Latest Odisha News

କରୋନା ଭ୍ୟାକସିନ୍ ବାହାର କରିବା ପାଇଁ ୫୦ ମେଡିକାଲ ଇନିଷ୍ଟିଚ୍ୟୁଟ ଦିନରାତି ଲାଗିଛନ୍ତି

ନୂଆଦିଲ୍ଲୀ: କରୋନା ଭାଇରାସକୁ ରୋକିବା ପାଇଁ ସମସ୍ତ ଚେଷ୍ଟା କରାଯାଉଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଇ ପାରି ନାହିଁ । ବିଶ୍ୱର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମେଡିକାଲ ଇନଷ୍ଟିଚ୍ୟୁଟ ଏହାର ଭ୍ୟାକସିନ ବାହାର କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି । ଚୀନ, ଆମେରିକା ଏବଂ ଇସ୍ରାଏଲ ୪ କମ୍ପାନୀ ପଶୁଙ୍କ ଉପରେ ଏହାର ପରୀକ୍ଷଣ କରି ସାରିଛନ୍ତି ।

ଆମେରିକାର ବାୟୋମେଡିକାଲ ଆଡଭାନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପ ଅଥରିଟି ଘରୋଇ ବୈଜ୍ଞାନିକଙ୍କ ସହାୟତା ନେଇ ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ଫ୍ରାନ୍ସର ସନୋଫି ଫିଶ୍ଚର, ଜନସନ ଆଣ୍ଡ ଜନଶନ ପରି ବଡ କମ୍ପାନୀ ଭ୍ୟାକସିନ ଶୀଘ୍ର ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଆମେରିକାର ବୋଷ୍ଟେନର ବାୟୋଟିକ୍ କମ୍ପାନୀ ମେଡୋର୍ଣ୍ଣା ସାହାସିକ ପଦକ୍ଷେପ ଉଠାଇ ୧୬ ମାର୍ଚ୍ଚରେ ମଣିଷ ଉପରେ ଏହାର ପରୀକ୍ଷଣ କରିଛନ୍ତି । ତଥାପି ୨୦୨୦ ଶେଷ ସୁଦ୍ଧା ଏହା ବଜାରକୁ ଆସିବା ସମ୍ଭାବନା କ୍ଷୀଣ ରହିଛି ।

Leave A Reply

Your email address will not be published.