Latest Odisha News

BREAKING NEWS

କୋଭିଡ ପାଇଁ ଚୀନରେ ଭୟାବହ ସ୍ଥିତି, ଡ୍ରାଗନ ପିଉଛି ଲେମ୍ବୁ ପାଣି!

ବେଜିଂ: କରୋନାର ତୃତୀୟ ଲହର ଚାଲିଛି ଚୀନରେ। ସଂକ୍ରମଣ ବଢିବା ସହିତ ମୃତ୍ୟୁ ସଂଖ୍ୟା ବଢିବା ପରେ ଚିନ୍ତାରେ ବେଜିଂ।କୋଭିଡ ନିୟମ କୋହଳ ହେବା ପରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଶବ ସତ୍କାର ପାଇଁ ତିନି-ଚାରି ଦିନ ସମୟ ଲାଗୁଥିବା ସୂଚନା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୀନ୍…

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଥିବା ଦୁର୍ବଳ ଆସନକୁ ନେଇ ପାଟନାରେ ଆସନ୍ତାକାଲି ବିଜେପିର ବୈଠକ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ଦୁର୍ବଳ ଆସନ ସଂଖ୍ୟା ବୃଦ୍ଧି ପାଇଛି। ଦୁର୍ବଳ ଆସନ ସଂଖ୍ୟାକୁ ବିଜେପି ୧୪୪ ରୁ ୧୬୦ କୁ ବୃଦ୍ଧି କରିଛି। କିଭଳି ଦୁର୍ବଳ ଆସନରେ ଦଳ ମଜବୁତ ହେବ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ବିହାର ରାଜଧାନୀ ପାଟନାରେ ଆସନ୍ତାକାଲି ଠାରୁ ୨ ଦିନ…

ଭୁଟ୍ଟୋଙ୍କ ମୁଣ୍ଡ ପାଇଁ ବିଜେପି ନେତାଙ୍କ ୨ କୋଟି ଅଫର ଘୋଷଣା, ରାଗିଗଲେ ପାକ୍ ମନ୍ତ୍ରୀ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ମୁଣ୍ଡ ପାଇଁ ୨ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶର ବିଜେପି ନେତା। ଏହାପରେ ଭୁଟ୍ଟୋ ବିଜେପି ଉପରେ…

ଚାଇନାରେ କୋଭିଡ୍ ସଂକ୍ରମଣ ବଢିବା ପରେ ରାଜ୍ଯମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚାଇନା ଏବଂ ଅନ୍ୟାନ୍ୟ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ରାଜ୍ୟ ସରକାରଙ୍କୁ ପ୍ରାଥମିକ ଆଧାରରେ ଜେନୋମ ସିକ୍ୱେନ୍ସିଂ ଲାବୋରେଟୋରୀରେ କୋଭିଡ୍ ପଡିଟିଭ ମାମଲାର ନମୁନା ଦାଖଲ କରିବାକୁ କହିଛନ୍ତି। ଜାପାନ,…

ଅମ୍ରିତ ପାତ୍ରଙ୍କୁ ଟଙ୍କା ପାଇଁ ଅପହରଣ କରିଥିଲେ ଗାଁର ତିନି ଯୁବକ: ଏସପି

ନୟାଗଡ: ବହୁଚର୍ଟ୍ଟିତ ନୟାଗଡ କୁରାଳ ଗାଁର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଅପହରଣ ପଛର ସତ ସାମ୍ନାକୁ ଆସିଛି। ଟଙ୍କା ପାଇଁ ତିନି ଜଣ ମିଶି ଏହି ଅପହରଣ ନାଟକ ରଚିଥିଲେ ବୋଲି ପୋଲିସ  ସୂଚନା ଦେଇଛି। ତିନି ଅଭିଯୁକ୍ତକୁ ପୋଲିସ ଏବେ ଗିରଫ କରିଛି। ଗାଡି ଟଙ୍କା ଆଣି ଲୋନ୍…

ମନ୍ତ୍ରୀ ରୀତା ସାହୁଙ୍କ ପୁୁଅ ଥାନାରେ ଅଟକ

ବିଜେପୁର: ମନ୍ତ୍ରୀ ରୀତି ସାହୁଙ୍କ ପୁଅ ଥାନାରେ ଅଟକ। ମହିଳାଙ୍କୁ ଖରାପ ବ୍ୟବହାର ସହିତ ଶାଢୀ ଟାଣିବା ଅଭିଯୋଗର ପୋଲିସ ରୀତା ସାହୁଙ୍କ ପୁଅ ସୌରଭ ସାହୁଙ୍କୁ ଥାନାରେ ଅଟକ ରଖିଛି। ବିଜେପୁର ଏନଏସି ଅଧ୍ୟକ୍ଷା ସୀତା ବାରିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମାମଲାରେ ପୁଲିସ ରୀତାଙ୍କ…

ଇଡକଲ ଡେପୁଟି ମ୍ୟାନେଜରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ କୋଟି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ମଙ୍ଗଳବାର ଇଡକଲର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା ରାଶି ଥିବା ଜାଣିବାକୁ ପାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୟା ସାନ୍ତରା ଏବେ ଭିଜିଲାନ୍ସ ସ୍କାନରରେ। ଭିଜିଲାନ୍ସର…

ଚାଷୀ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ବିଜେପି ଘେରିବା ପରେ ଏବେ ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଇଛି। ରାଜ୍ୟରେ କ୍ରମାଗତ ଧାନ କିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ…

ୟୁଟ୍ଯୁବ ସର୍ଟସ ଭିଡିଓକୁ କେମିତି କରିବେ ଡାଉନଲୋଡ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ୟୁଟ୍ୟୁବ୍ ସର୍ଟସ୍ ବହୁତ ଟ୍ରେଣ୍ଡ କରୁଛି। ଇନଷ୍ଟାଗ୍ରାମ ରିଲ୍ସ ଏବଂ ଟିକଟକ ପରେ, ୟୁଟ୍ୟୁବ୍ ସର୍ଟସ୍ ଏକମାତ୍ର ପ୍ଲାଟଫର୍ମରେ ପରିଣତ ହୋଇଛି ଯେଉଁଠାରେ ୟୁଜର ପ୍ରତିଦିନ ସେମାନଙ୍କର ସୃଜନଶୀଳତା ପ୍ରଦର୍ଶନ କରିପାରିବେ। ଏପରି ପରିସ୍ଥିତିରେ, ୟୁଟ୍ୟୁବ୍…

ମାଡ଼ି ଆସିଲା ଜାଡ, ୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର: ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା। ଗୋଟିଏ ଦିନରେ ତାପମାତ୍ରା ୨ରୁ ୪.୬ ଡିଗ୍ରୀ ଖସିଛି। ରବିବାର ରାତିରେ କନ୍ଧମାଳର ଜି. ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଛି। ଯାହା ଶନିବାର ରାତିରେ ଥିଲା ୭ ଡିଗ୍ରୀ। ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ରାତିରେ ତାପମାତ୍ରା…