Latest Odisha News

BREAKING NEWS

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସମସ୍ତ ପ୍ରାଧିକରଣର ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ସରକାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଓଡିଶାର ସମସ୍ତ ନଅଟି ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ), କଟକ ଉନ୍ନୟନ ପ୍ରାଧିକରଣ (ସିଡିଏ), ବ୍ରହ୍ମପୁର…

ରଥଯାତ୍ରା ପାଇଁ ଗଡ଼ିବ ସ୍ୱତନ୍ତ୍ର ବସ୍

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଆସନ୍ତା ରବିବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ଆରମ୍ଭ ହେବ। ୭ଟି ଆନ୍ତଃ ସହର ରୁଟ୍ ଥିବାବେଳେ ୭ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ, ୨୦୨୪…

ବିହାରରେ ଅଜବ ଘଟଣା, ଯୁବକଙ୍କ କାମୁଡାରେ ସାପ ମୃତ

ପାଟଣା: ବିହାରରେ ଘଟିଛି ଅଜବ ଘଟଣା। ଯୁବକଙ୍କ କାମୁଡାରେ ସାପର ମୃତ୍ୟୁ ଘଟିଛି। ବିହାରରୁ ଏପରି ଘଟଣା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି ଘଟାଇଛନ୍ତି ଅଜବ କାଣ୍ଡ। ରେଳ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ନାଁ ସନ୍ତୋଷ ଲୋହର। ବିହାରର ନାଭଡାରେ ରହୁଥିବା ସନ୍ତୋଷ ଲୋହାର…

ଓଲଟିଲା ବସ୍, ୧୨ ପର୍ଯ୍ୟଟକ ଆହତ

ବ୍ରହ୍ମପୁର: ଗଞ୍ଜାମରେ ଶୁକ୍ରବାର ଦିନ ଏକ ଗାଡିର ବ୍ରେକ୍ ଫେଲ୍ ହେବା ଯୋଗୁଁ ୧୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସୂଚନାନୁସାରେ, ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ପର୍ଯ୍ୟଟକମାନେ ଏକ ମିନି ବସ୍‌ ଯୋଗେ ବ୍ରହ୍ମପୁର ବୁଲି ଆସିଥିଲେ। ସେମାନେ ପ୍ରଥମେ ଖୁଣ୍ଟେଶ୍ୱରୀ ମନ୍ଦିର ଏବଂ ପରେ…

୧୬ ଟଙ୍କାର ବ୍ୟାଗ୍ ପାଇଁ ଭରିବେ ୩୩ ହଜାର ଟଙ୍କାର ଜୋରିମାନା

ବଲାଙ୍ଗୀର: ବାଲାଙ୍ଗୀରର‌େ ଜଣେ ଗ୍ରାହକଙ୍କ ଠାରୁ ବ୍ୟାଗ ପାଇଁ ୧୬ ଟଙ୍କା ଆଦାୟ ଅଭିଯୋଗରେ ଏକ ସପିଂ ମଲ ଉପରେ ୩୩ ହଜାର ଟଙ୍କା ଜୋରିମାନା କରାଯାଇଛି। ସୂଚନାନୁସାରେ, ମଲ୍‌ରେ କିଛି ଜିନିଷ କିଣିବା ପରେ ଗ୍ରାହକଙ୍କୁ ବ୍ୟାଗ ପାଇଁ ୧୬ ଟଙ୍କା ଚାର୍ଜ କରିଥିଲା ଏହି ସପିଂ ମଲ୍। ଏହି ଘଟଣାରେ…

ପୁଣେ ପୋର୍ସେ କାର ଦୁର୍ଘଟଣା; ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦର ପ୍ରବନ୍ଧ ଲେଖିଲେ ନାବାଳକ

ପୁଣେ: ପୁଣେ ପୋର୍ସେ କାର ଦୁର୍ଘଟଣାରେ ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ର ଜାମିନ ସର୍ତ୍ତକୁ ପାଳନ କରି ଅଭିଯୁକ୍ତ ୧୭ ବର୍ଷ ବୟସ୍କ ନାବାଳକ ଜଣକ ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦର ଏକ ପ୍ରବନ୍ଧ ଲେଖି ଦାଖଲ କରିଛନ୍ତି। ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ନାବାଳକ ଜଣକ ବୁଧବାର ଜୁଭେନାଇଲ…

କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଶୁକ୍ରବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଭାଗର ପୂର୍ବାନୁମାନ ଅନୁଯାୟୀ, ଜୁଲାଇ ୫ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖ‌ୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ…

ଅଗଷ୍ଟ ୧୧ରେ ହେବ ନିଟ୍‌-ପିଜି ପରୀକ୍ଷା 

ନୂଆଦିଲ୍ଲୀ: ନିଟ୍‌-ପିଜି ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ଆଗାମୀ ଅଗଷ୍ଟ ୧୧ ତାରିଖରେ ଆୟୋଜିତ ହେବ। ପରୀକ୍ଷା ୨ଟି ସିଫ୍ଟରେ ହେବ। ଏନେଇ ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି। ଏସଓପି ଏବଂ ପ୍ରୋ‌ଟୋକଲର ସମୀକ୍ଷା ପରେ ନିଟ୍‌…

ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଚୌଧୁରୀ ପ୍ରତାପ କେଶରୀ ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଚୌଧୁରୀ ପ୍ରତାପ କେଶରୀ ମିଶ୍ରଙ୍କର ଗୁରୁବାର ରାତିରେ ଦେହାନ୍ତ ହୋଇଯାଇଛି। ମୁତ୍ଯୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ପରିବାରର ସୂଚନା ଅନୁଯାୟୀ, ସେ ଚାରିମାସ ହେବ ହସ୍ପିଟାଲର ଆଇସିୟୁରେ ଥିଲେ ଏବଂ ରାତି ୧୧.୫୯ମି.ରେ…

ଓଡ଼ିଆ ଭାଷାରେ ଡାକ୍ତରୀ ଶିକ୍ଷା ପାଇଁ ୨୨ ଜଣିଆ କମିଟି ଗଠିତ

ଭୁବନେଶ୍ୱର: ଓଡ଼ିଆ ଭାଷାରେ ଡାକ୍ତରୀ ଶିକ୍ଷା ପାଇଁ ୨୨ ଜଣିଆ କମିଟି ଗଠିତ। ଓଡ଼ିଆ ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ୨୨ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି।…