Latest Odisha News

BREAKING NEWS

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ମୃତ, ୧୦ ଗୁରୁତର

ଭୁବନେଶ୍ବର:ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏହି ବଜ୍ରାଘାତ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ କେନ୍ଦୁଝର, ମୟୂରଭଞ୍ଜ, କଟକ ଓ ବାଲେଶ୍ୱରରୁ ମୃତାହତଙ୍କ ସୂଚନା ମିଳିଛି। ସୂଚନାଥାଉକି, କେନ୍ଦୁଝର ଜିଲ୍ଲାର ଘଟଗାଁ ଓ…

ଘରୋଇ କ୍ରିକେଟରେ ଏହି ସବୁ ନିୟମ ଲାଗୁ କରିବ ବିସିସିଆଇ

ନୂଆଦିଲ୍ଲୀ: ମେରୀଲେବୋନ କ୍ରିକେଟ କ୍ଲବ କେତେକ ନୂତନ ନିୟମ ଲାଗୁ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଏବେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ସବୁ ନିୟମ ଘରୋଇ କ୍ରିକେଟରେ ଲାଗୁ କରିବା ପାଇଁ ନିଷ୍ପତି ନେଇଛି । ଆସନ୍ତୁ ନଜର ପକାଇବା କେଉଁ କେଉଁ ସବୁ ନୂତନ ନିୟମ ଲାଗୁ ହେବ । ୧.ନୂଆ…

ରାଜଧାନୀରେ ପୁଣି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ଅଭିଯୁକ୍ତମାନେ ଫେରାର

ଭୁବନେଶ୍ୱର:ରାଜଧାନୀରେ ସୋମବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲିଙ୍ଗରାଜ ଥାନାର ସାମନ୍ତରାପୁର ଅଞ୍ଚଳରେ ଘଟିଥିବା ଏହି ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ଅଧିକ ଚିକିତ୍ସା…

ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡା ଆଭିମୁଖ୍ୟ, ଗାଦି ଛାଡ ନଚେତ୍…

ଭୁବନେଶ୍ବର: ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡା ଆଭିମୁଖ୍ୟ । ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ ଆସନ୍ତାକାଲିଠାରୁ ବନ୍ଦ ହେବ ଦରମା । ଅର୍ଥ ବିଭାଗର ତିନି ତିନି ଥର ନିର୍ଦ୍ଦେଶକୁ ଫୁ’ ପରେ ଅର୍ଥ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।…

ଅଜବ ପ୍ରଥା: ଶ୍ରାବଣ ମାସରେ ୫ ଦିନ ନିବସ୍ତ୍ର ରହନ୍ତି ମହିଳା

ନୂଆଦିଲ୍ଲୀ: ଭାରତରେ ଅନେକ ସଂସ୍କୃତି ଓ ରୀତି ନୀତି ରହିଛି । ପ୍ରତ୍ୟେକ ଅଂଚଳରେ କିଛି ନା କିଛି ଭିନ୍ନ ଧରଣର ପ୍ରଥା ମଧ୍ୟ ରହିଛି । ଆଧୁନିକ ଛାପରେ ଆମେ ରଙ୍ଗେଇ ଯାଇଥିଲେ ମଧ୍ୟ ପ୍ରଥାକୁ ଛାଡି ପାରୁନେ । ହିମାଚଳ ପ୍ରଦେଶର ମଣିକର୍ଣ୍ଣିକା ଘାଟୀ ସ୍ଥିତ ପିନୀ ଗ୍ରାମରେ ଏକ ଅଜବ ପ୍ରଥା ପାଳିତ…

ଗଞ୍ଜେଇ ମାଫିଆଙ୍କ ମରଣାନ୍ତକ ଆକ୍ରମଣରେ ପୋଲିସ ଗୁରୁତର; ୨୪ ଅଟକ

ଭୁବନେଶ୍ବର: ବୌଦ୍ଧ ଜିଲ୍ଲାର ହାଟଗାଁ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ । ପୋଲିସର ଏକ ୫ ଜଣିଆ ସ୍ୱତନ୍ତ୍ର ଟିମ୍‌ ଗଞ୍ଜେଇ ଚାଷ ଓ କାରବାର ବିରୋଧରେ ଚଢ଼ାଉ କରିବାକୁ ଯାଇଥିବାବେଳେ ଗଞ୍ଜେଇ ମାଫିଆମାନେ ସେମାନଙ୍କ ଉପରେ ହଠାତ୍ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ।…

ଅବସର ଖବରକୁ ଖଣ୍ଡନ କଲେ ରୋହିତ, ଷ୍ଟାଡିୟମରେ ହୋ ହଲ୍ଲା ନ ହେଲେ ମଜା ଲାଗେନି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚରେ ଆକର୍ଷଣୀୟ ଶତକ ହାସଲ କରି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ମ୍ୟାଚ ପରେ ସେ ଅବସର ନେଉ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ପଦାର୍ପଣ ପରଠାରୁ…

ଖୁବଶୀଘ୍ର ପୂରଣ ହେବ ମାଲକାନଗିରିର ବହୁପ୍ରତିକ୍ଷିତ ଉଡ଼ାନ୍ ସ୍ବପ୍ନ; ୨୨ରୁ ଏୟାରପୋର୍ଟରେ ଟ୍ରାଏଲ ରନ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଜିଲ୍ଲାରୁ ଉଡିବ ବିମାନ । ଆସନ୍ତା ୨୨ ତାରିଖରୁ ଏୟାରପୋର୍ଟରେ ହେବ ଟ୍ରାଏଲ ରନ୍ । ଏଥିପାଇଁ ଆଜି ଏୟାରପୋର୍ଟର ତଦାରଖ କରିଛନ୍ତି ବିଭାଗୀୟ ଅଧିକାରୀ । ପ୍ରଥମେ ମାଲକାନଗିରି ଏୟାରପୋର୍ଟ ପରିଦର୍ଶନ କରି ସେଠାର…

୪ ଜିଲ୍ଲାରେ କୋଇଲା ଓ ପାଉଁଶ ଗାଡ଼ି ପରିବହନ ଉପରେ ଲାଗିଲା କଟକଣା

ଭୁବନେଶ୍ବର: ୪ ଜିଲ୍ଲାରେ କୋଇଲା ଓ ପାଉଁଶ ଗାଡ଼ି ପରିବହନ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲା ଗୁଡିକରେ ଦୁର୍ଘଟଣା ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ…

ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ନେଇ ସରକାରଙ୍କ ବଡ଼ ପ୍ରସ୍ତୁତି, ଏଣିକି ମାଟିତଳେ ବିଦ୍ୟୁତ ତାର

ଭୁବନେଶ୍ବର: ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ବଞ୍ଚାଇବାକୁ ନୂଆ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଣିକି ମାଟିତଳେ ବିଦ୍ୟୁତ ତାର ବିଛାଇବା ପାଇଁ ମୋଡାଲିଟି ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, DPR…