Latest Odisha News

BREAKING NEWS

ପୂର୍ବ ବଚସାକୁ ନେଇ ସ୍କୁଲ୍ ପରିସରରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର

ଗଞ୍ଜାମ: ସ୍କୁଲ୍ ସମ୍ମୁଖରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରଘୁନାଥ ହାଇସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟ ପରିସରରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ଜଣେ ଛାତ୍ର ଅନ୍ୟ ଛାତ୍ରଙ୍କୁ ଛୁରି ଭୁସିଲା। ଗୁରୁତର ଛାତ୍ର ମେଡିକାଲରେ…

ବିମାନବନ୍ଦର ଛାତ ଭୁଶୁଡିବା ଘଟଣା, ୨୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମନ୍ତ୍ରୀ

ଦିଲ୍ଲୀ: ବର୍ଷାରେ ଭୁଶୁଡିଲା ଦିଲ୍ଲୀ ବିମାନବନ୍ଦର । ଚାଲିଗଲା ୩ ଜୀବନ । ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏହାରି ଭିତରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି…

କାନ୍ଥ ତଳେ ଚାପି ହୋଇ ଚାଲିଗଲା ଛାତ୍ରଙ୍କ ଜୀବନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସାରଗାଁ ପଦ୍ମପୁରରେ ଅଘଟଣ । ସ୍କୁଲ ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ୧୦ ବର୍ଷର ଛାତ୍ର ନାରାୟଣ ଟୁଡୁ । ସେ ପଦ୍ମପୁର ସ୍ଥିତ ଏକ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲରେ ପାଢପଢୁଥିବାବେଳେ ସେ ହଷ୍ଟେଲରେ ରହୁଥିଲେ ।…

ଘନେଇଲାଣି ବିପଦ, ବୋଇଂ ଷ୍ଟାରଲାଇନର୍‌ରେ ସୁଧୁରୁନି ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଓ ତାଙ୍କର ସହଯୋଗୀ ବଚ୍‌ ୱିଲମୋର ପୃଥିବୀ ଫେରିବା ନେଇ ଏବେ ଘନେଇଲାଣି ବିପଦ । ସେପଟେ ସରି ଆସୁଛି ଇନ୍ଧନ । ଆମେରିକା ସ୍ପେସ୍ ଏଜେନ୍ସି ନାସା, ସୁନିତା ଓ ତାଙ୍କ ସାଥିଙ୍କ ସହ ଯୋଗାଯୋଗରେ ଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି…

ହୁତୁ ହୁତୁ ହୋଇ ଜଲିଗଲା ‘ମୋ ବସ୍’

କଟକ: ଜଳିଗଲା ମୋ ବସ୍ । କଟକ ସିଡିଏ ସେକ୍ଟର ୯ ରାସ୍ତାରେ ଯାଉଥିବା ସମୟରେ ହୁତୁ ହୁତୁ ହୋଇ ଜଳିଲା ମୋ ବସ । କିଛି ମୁହୂର୍ତ୍ତ ମଧ୍ୟରେ ପୂରା ନିଆଁରେ ଧ୍ବଂସ ହୋଇଯାଇଥିଲା ବସ୍। ତେବେ ଏଥିରେ କାହାର କ୍ଷତି ହୋଇନଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ…

ବାଇକ୍‌କୁ ପିଟିଲା ଟ୍ରକ୍: ଜଣେ ମୃତ, ୨ ଗୁରୁତର

ବାଲେଶ୍ୱର: ବାଇକ୍‌କୁ ପିଟିଲା ଟ୍ରକ୍। ଦୁର୍ଘଟଣାରେ ଜଣେ ମୃତ ଓ ୨ ଗୁରୁତର ହୋଇଥିବା ସୂଚନା। ଟ୍ରକ ଓ ସ୍କୁଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ସୋର ବରଫକଳ ଛକ…

ମୋଦୀଙ୍କୁ ରାମଲାଲାଙ୍କ ଚିତ୍ର ଭେଟି: ଚିତ୍ରକର ଆୟୁଷ ମହାପାତ୍ରଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ପୁରୀ: ପୁରୀ ଚର୍ଚ୍ଚିତ ଚିତ୍ରକର ତଥା ରିଭର୍ସ ପେଣ୍ଟର ଆୟୁଷ ମହାପାତ୍ରଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ। ୯ ମିନିଟ୍ ମଧ୍ୟରେ ୫ ଫୁଟ୍‌ର ରାମଲାଲାଙ୍କ ଓଲଟା ଭାବେ ଚିତ୍ର କରି ପ୍ରସଂଶିତ ହୋଇଛନ୍ତି ଆୟୁଷ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ସେ ଏହାକୁ…

ଅଜଣା ଗାଡ଼ି ଧକ୍କାରେ ଶିଶୁ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଯାଜପୁର: ଅଜଣା ଗାଡ଼ି ଧକ୍କାରେ ୭ବର୍ଷ ଶିଶୁପୁତ୍ର ମୃତ୍ୟୁକୁ କେନ୍ଦ୍ର କରି ରାସ୍ତାରୋକ। ଯାଜପୁର ଟାଉନ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଛକ ନିକଟରେ ଗତକାଲି ଏକ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ଛୋଟୁ ନାୟକଙ୍କ ପୁଅ ଆଦର୍ଶଙ୍କ ମୃତ୍ୟୁ ଘଟିଥିଲା। ଆଜି ଏହି ଘଟଣା ଜଣାପଡ଼ିବା ପରେ ଉତ୍ୟେକ୍ତ…

ସାରା ରାଜ୍ୟରେ ଲାଗି ରହିଛି ବର୍ଷା, ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ବି ସାରା ରାଜ୍ୟରେ ଲାଗି ରହିବ ବର୍ଷା । ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆଗାମୀ ୩ ଦିନ ଯାଏଁ ଲାଗି ରହିବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି…

ବର୍ଷାରେ ଭୁଶୁଡ଼ିଲା ଦିଲ୍ଲୀ ବିମାନ ବନ୍ଦର ଛାତ: ୩ ମୃତ ଓ ୬ ଗୁରୁତର, ବିମାନ ସେବା ବାତିଲ୍

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଭୁଶୁଡ଼ିଲା ଛାତ। ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ସଚନା ରହିଛି। ସେହିପରି ଏକାଧିକ କାର ନଷ୍ଟ ହୋଇଛି। ଗୁରୁତରଙ୍କୁ ଚିକିତ୍ସା…