Latest Odisha News

BREAKING NEWS

ଅପରିବର୍ତ୍ତିତ ରହିଛି ରେପୋରେଟ: ଆଜି ଘୋଷଣା ହେବ ଆରବିଆଇ ମୁଦ୍ରାନୀତି

ନୂଆଦିଲ୍ଲୀ: ଗୁରୁବାର ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ଏହାର ସୁଧ ହାର ହ୍ରାସ କରିଛି। ତେବେ ନୂଆ ମୁଦ୍ରାନୀତିରେ ସୁଧ ହାର ହ୍ରାସ କରିବା ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି। ଲୋକସଭା ନିର୍ବାଚନ ପରେ ପ୍ରଥମ ମୁଦ୍ରାନୀତି ଘୋଷଣା ଉପରେ ରହିଛି ସମସ୍ତଙ୍କ ନଜର। ତେବେ ଆଜି ଘୋଷଣା ହୋଇପାରେ…

ଗାଁ ମୁହାଁ ୨୭ ଟିକିଆ ହାତୀପଲ, ଗ୍ରାମବାସୀ ଭୟଭୀତ

କରଞ୍ଜିଆ: ଦୀର୍ଘଦିନ ବ୍ୟବଧାନ ପରେ ପୁଣି ଗାଁ ମୁହାଁ ହୋଇଛନ୍ତି ୨୭ ଟିକିଆ ହାତୀପଲ। କରଞ୍ଜିଆ ବନଖଣ୍ଡରୁ ହାତୀପଲ ଗାଁ ମୁହାଁ ହୋଇଥିବା ସୂଚନା ରହିଛି। ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡ ହଳଦିଆ ଗାଁ ନକିଟ ଜଙ୍ଗଲରେ ହାତୀପଲ ଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀପଲ…

ମାନହାନି ମାମଲାରେ ସ୍ୱତନ୍ତ୍ର କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ତଥା ଅଜି ମାନହାନି ମାମଲାରେ ସ୍ୱତନ୍ତ୍ର କୋର୍ଟରେ ହାଜର ହେବେ। କର୍ଣ୍ଣାଟକ ବିଜେପି ମାନହାନି ମାମଲାରେ ରାହୁଲ ଓ ଅନ୍ୟମାନଙ୍କ ନାମରେ ଅଭିଯୋଗ କରିଥିଲା। ବେଙ୍ଗାଲୁରୁର ଜନପ୍ରତିନିଧିମାନଙ୍କ ଲାଗି ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର କୋର୍ଟରେ…

ଚଳଚଞ୍ଚଳ ରଥଖଳା, ତିନିରଥର ୪୨ ଚକ ନିର୍ମାଣ ଶେଷ

ପୁରୀ: ରଥ ନିର୍ମାଣ ପ୍ରକ୍ରିୟାରେ ଗୁରୁବାର ଥିଲା ବ୍ୟସ୍ତବହୁଳ ଦିନ। ମୁଖ୍ୟ ବିଶ୍ୱକର୍ମା ମୁହାଁଟରେ ବିନ୍ଧ ଅନୁକୂଳ କରିବା ସହ ବଡ଼ଦାଣ୍ଡରେ ରଥର ଦଣ୍ଡା ଅନୁକୂଳ ହୋଇଥିଲା। ପୁଣି ଯନ୍ତା ଗାଡ଼ରେ ପଡି ତିନି ରଥର ଶେଷ ସିଙ୍ଗଜା ପ୍ରସ୍ତୁତ ହୋଇଛି। ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ…

ଜୁନ୍ ୧୦ ସୁଦ୍ଧା ଓଡ଼ିଶାରେ ପ୍ରବେଶ କରିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ: ସିଇସି

ଭୁବନେଶ୍ୱର: ଆରବ ସାଗରରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଜୁନ୍ ୧୦ ସୁଦ୍ଧା ପ୍ରବେଶ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ବାୟୁ ପ୍ରବାହର…

ବିଷ ଠାରୁ କମ୍ ନୁହେଁ ଏହି ଖାଦ୍ୟ; ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ରାସ୍ତାରେ ଗୁପଚୁପ୍ କିମ୍ବା ମୋମୋ ଦେଖିଲେ ଯଦି ଆପଣଙ୍କ ପାଟିରୁ ଲାଳ ଗଡ଼ୁଥାଏ, ତେବେ ସାବଧାନ ରହୁନ୍ତୁ । ରାସ୍ତା ପାଖରେ ବିକ୍ରି ହେଉଥିବା ଏହି ଖାଦ୍ୟ ଆପଣଙ୍କ ପାଇଁ ବେଶ୍ ହାନିକାରକ ହୋଇପାରେ । ଏପରିକି ଆପଣଙ୍କ ଶରୀରକୁ ଅସୁସ୍ଥ କରିଦେଇପାରେ । ମନଚୁରିଆନ୍, ଚିଲି…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ, ଷ୍ଟକ ବଜାର ଦୁର୍ନୀତିର ତଦନ୍ତ ଦାବି କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କିଛି ଗମ୍ଭୀର ଅଭିଯୋଗ ଆଣି ଷ୍ଟକ ବଜାର ଦୁର୍ନୀତିର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ…

କେନ୍ଦ୍ରରେ ମନ୍ତ୍ରୀ ପଦ ପାଇଁ ସହଯୋଗୀ ଦଳଙ୍କ ଦାବି ଦେଖି ଲକ୍ଷ୍ମଣ ରେଖା ଟାଣିଲା ବିଜେପି

ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏନଡିଏରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଦାବି କରିଛନ୍ତି। ତେବେ ବିଜେପି ସହଜରେ ନିଜର ସହଯୋଗୀ…

ଆଇଆଇଏମ୍ ସମ୍ବଲପୁରରେ ଡୁଆଲ୍ ଡିଗ୍ରୀ ଡକ୍ଟରେଟ୍ ପ୍ରୋଗ୍ରାମ ପାଇଁ ଆବେଦନ ଆହ୍ୱାନ

ସମ୍ବଲପୁର: ଭାରତର ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଆଇଆଇଏମ୍ ସମ୍ବଲପୁରରେ ଅଗ୍ରଣୀ ଡୁଆଲ୍ ଡିଗ୍ରୀ ଡକ୍ଟରେଟ୍ କାର୍ଯ୍ୟକ୍ରମ ପାଇଁ ଆବେଦନ ଆହ୍ୱାନ କରାଯାଇଛି । ଏକ୍‌ଜିକ୍ୟୁଟିଭ୍ ପିଏଚ୍‌ଡି ଏବଂ ଡିବିଏ ପ୍ରୋଗ୍ରାମ (୨୦୨୪-୨୭) ଫ୍ରାନ୍ସର ଆଇଏଇ ବୋର୍ଡୋ ୟୁନିଭର୍ସିଟି ସ୍କୁଲ ଅଫ୍…

ବିଜେଡି ନେତାଙ୍କ ବୈଠକରେ ପାଣ୍ଡିଆନ ଅନୁପସ୍ଥିତ, ବବି ଦେଲେ ବଡ଼ ବୟାନ!

ଭୁବନେଶ୍ୱର: ବିଧାନସଭା ଓ ଲୋକସଭା ନିର୍ବାଚନ ପରେ ଦଳର ନମ୍ବର ଟୁ ନେତା କୁହାଯାଉଥିବା ଭି.କେ ପାଣ୍ଡିଆନ ହଠାତ କ୍ୟାମେରା ସାମ୍ନାକୁ ନଆସିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ନବୀନ ନିବାସରେ ନିର୍ବାଚିତ ଏବଂ ପରାଜିତ ନେତାଙ୍କ ବୈଠକରେ ସେ ଅନୁପସ୍ଥିତ ରହିଛନ୍ତି। ଏହାରି ଭିତରେ ସେ…