Latest Odisha News

BREAKING NEWS

ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା

ଭୁବନେଶ୍ଵର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା । ସକାଳ ୭ଟା ୧୫ ମିନିଟରେ ଭୁବନେଶ୍ଵରରେ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି । ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ଝଟ୍‌କା । ବିଶେଷ କରି ପୁରୁଣା ଭୁବନେଶ୍ବରରେ ଭୁକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଏନେଇ…

ବିପଜ୍ଜନକ ଅବସ୍ଥାରେ ଦିଲ୍ଲୀର ବାୟୁ ପ୍ରଦୂଷଣ, ସକାଳ ୫ଟା ସୁଦ୍ଧା ଏକ୍ୟୁଆଇ ୫୦୦ ପାର୍

ନୂଆଦିଲ୍ଲୀ: ଦୀପାବଳି ସରିବାର ୨ ଦିନ ପରେ ମଧ୍ୟ ବିପଜ୍ଜନକ ଅବସ୍ଥାରେ ଦିଲ୍ଲୀର ବାୟୁ ପ୍ରଦୂଷଣ । ସକାଳ ୫ଟା ସୁଦ୍ଧା ଏକ୍ୟୁଆଇ ୫୦୦ ପାର୍ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ସୀମା ଠାରୁ ଦିଲ୍ଲୀରେ ପ୍ରଦୂଷଣ ୬୫ ଗୁଣ ଅଧିକ ରହିଛି । ୧୨ ଘଣ୍ଟାରେ ପ୍ରଦୂଷଣ ସ୍ତର ୩୨୭ରୁ ୫୦୭କୁ ବୃଦ୍ଧି…

ଧାମରାରେ ଗୁଳିକାଣ୍ଡ, ଦୁର୍ବୃତ୍ତ ଫେରାର

ଭଦ୍ରକ: ଧାମରାରେ ଗୁଳିକାଣ୍ଡ । ରାସ୍ତାକଡରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଉପରକୁ ଗୁଳିମାଡ କଲେ ଦୁର୍ବୃତ୍ତ । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଘଟିଛି ଏହି ଘଟଣା । ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର । ରାଜେନ୍ଦ୍ରଙ୍କ ମୁଣ୍ଡରେ…

ନିଲାମ ହେବ ସବୁଠୁ ବଡ ଡାଇନୋସରର କଙ୍କାଳ

ନୂଆଦିଲ୍ଲୀ: ପ୍ୟାରିସରେ ଏକ ଅସାଧାରଣ ନିଲାମ ହେବାକୁ ଯାଉଛି । ୧୫୦ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ବୁଲୁଥିବା ସବୁଠୁ ବଡ ଡାଇନୋସର ମଧ୍ୟରୁ ଗୋଟେ ଡାଇନୋସର (ବଲ୍କେନ) ର କଙ୍କାଳ ନିଲାମ ହେବାକୁ ଯାଉଛି । ଫ୍ରାନ୍ସର ନିଲାମ କମ୍ପାନୀ କୋଲିନ୍ ଡୁ ବୋକେଜ୍ ଏବଂ ବାରବାରୋସା ଏହି ନିଲାମ ଘୋଷଣା…

ଭରତପୁର ଥାନା ଘଟଣାର ସମୀକ୍ଷା କଲେ ପୋଲିସ ଡିଜି

ଭୁବନେଶ୍ବର : ଭୁବନେଶ୍ୱର ଅନ୍ତର୍ଗତ ଭରତପୁର ଥାନାରେ ପୋଲିସ ଏବଂ  ଆର୍ମି ମେଜର ଓ ବାନ୍ଧବୀଙ୍କ ବିବାଦ ଘଟଣାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱା.ବି. ଖୁରାନିଆ। କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ଓ ଦୁଇ ତଦନ୍ତକାରୀ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଆଜି କ୍ରାଇମବ୍ରାଞ୍ଚ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ପ୍ରସଙ୍ଗ: ପ୍ରଧାନଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର: ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ତଥା  ସ୍ବାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ-ପୋଷଣ ଅଭିଯାନ କାର୍ଯ୍ୟ କରୁଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ମଧ୍ୟ କରାଯାଉଛି।  ଯାଜପୁର ଜିଲ୍ଲା ଦାନଗଦି ବ୍ଲକ…

ଗଙ୍ଗୁଆ କେନାଲରେ ବୁଡ଼ି ଯୁବକ ମୃତ

ଭୁବନେଶ୍ବର: ଚକେଇସିଆଣି ଗଙ୍ଗୁଆ କେନାଲରେ ଆଜି ଏକ ବଡ଼ ଅଘଟଣ ଘଟିଛି। କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତବକ, ମୃତକ ଚକେଇସିଆଣି ଅଞ୍ଚଳର ବୋଲି ଜଣାପଡିଛି। କେଉଁ କାରଣରୁ ସେ କେନାଲରେ ବୁଡ଼ି ଯାଇଥିଲେ ତାହା ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…

ସ୍ତ୍ରୀକୁ ବିଷ ଦେଇ ହତ୍ୟା କଲା ସ୍ଵାମୀ

ସମ୍ବଲପୁର: ପାରିବାରିକ କଳି ଝଗଡ଼ାକୁ ନେଇ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗିରିଶଚନ୍ଦ୍ରପୁର  ପଞ୍ଚାୟତର କଟୁରାଖୋଲ ଗାଁରେ। ମୃତ ମହିଳାଙ୍କ ନାଁ ପଙ୍କଜିନୀ କୋଲୋ (୩୮) ବୋଲି ଜାଣିବାକୁ ମିଳିଛି।…

ଆସନ୍ତୁ ଜାଣିବା କେଉଁ ଗ୍ରାମରେ ପଶୁ ପକ୍ଷୀଙ୍କ ନାମରେ ରଖନ୍ତି ଉପନାମ

ବାଗପତ: ଉତରପ୍ରଦେଶରେ ବାଗପତ ନାମକ ଏକ ଗ୍ରାମ ରହିଛି । ଏଠାକାର ବାସିନ୍ଦାଙ୍କ ନାମ ସମ୍ପୂର୍ଣ୍ଣ ଭାବେ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥାଏ । ସେମାନଙ୍କ ନାମର ଟାଇଟଲ ବେଶ ରୋଚକ ହୋଇଥାଏ । ଏହି ଗ୍ରାମରେ ମାଟି ଘର ବହୁତ କମ ଦେଖିବାକୁ ମିଳିଥାଏ । ଅଧିକାଂଶ ଘର ପୂରୁଣା ମହଲ ସଦୃଶ । ସେଥିପାଇଁ…

ୱାଙ୍ଖେଡରେ ଇତିହାସ ରଚି ପାରିବ ତ ଟିମ ଇଣ୍ଡିଆ

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଛି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୯ ୱିକେଟ ବିନିମୟରେ ୧୭୧ ରନ କରି ୧୪୩ ରନର ଅଗ୍ରଣୀ ହାସଲ କରିଛି । ହାତରେ ବାକି ଥିବା ଗୋଟିଏ ୱିକେଟରେ ନ୍ୟୁଜିଲାଣ୍ଡ ଅଧିକରୁ…