Latest Odisha News

BREAKING NEWS

ଗାଁ ଗାଁ ବୁଲି ମନ୍ଦିରରୁ କରୁଥିଲେ ଚୋରି, ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ବାଲେଶ୍ୱର: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର ମନ୍ଦିର ଲୁଟ୍ ଘଟଣାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହେଲା ପୋଲିସ। ସେମାନଙ୍କଠାରୁ ଠାକୁରଙ୍କ ଅଳଙ୍କାର ଜବତ କରାଯାଇଛି। ଜବତ ଅଳଙ୍କାରର ମୂଲ୍ୟ ୬ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଘଟଣା ସମ୍ପର୍କରେ…

୮୦ ବର୍ଷ ପରେ ପ୍ରଥମ ଓ ଶେଷ ଥର ପାଇଁ ଧୂମଧାମରେ ଜନ୍ମଦିନ ପାଳିଲେ

ଖରଗୋନ: ମଧ୍ୟପ୍ରଦେଶର ଖରଗୋନରେ ଜଣେ ୮୦ ବର୍ଷୀୟ ବୃଦ୍ଧ ବନ୍ଧୁମାନଙ୍କ କଥା ରଖି ପ୍ରଥମ ଥର ପାଇଁ ଧୂମଧାମରେ ଜନ୍ମଦିନ ପାଳିଥିଲେ । କେକ କାଟିଲେ, ନାଚିଲେ ଆଉ ଗାଇଲେ । ତେବେ ଏହା ତାଙ୍କର ଶେଷ ଜନ୍ମ ଦିନ ହେବ ବୋଲି କେହି କେବେ ଭାବି ନ ଥିଲେ । ମଉଜ ମଜଲିସ କରିବା ପରେ ରାତି ୩ଟା ବେଳେ ସେ…

ଜେଜେବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଯାଇ ମହାନଦୀରେ ବୁଡ଼ି ଯୁବକ ମୃତ

କଟକ: ଜେଜେବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଯାଇ ନଦୀରେ ବୁଡ଼ି ଯୁବକ ମୃତ। ଏପରି ଘଟଣା ଘଟିଛି କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ। ତାଙ୍କ ନାଁ ରୂପକ ବାନାର୍ଜୀ (୨୧)। ସେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ କରୁଥିଲେ। ତାଙ୍କ ଘର କଟକର ସିଡିଏ-୬ରେ।…

ଏସିୟୁ ପୂର୍ବ ମୂଖ୍ୟ କହିଲେ କ୍ରିକେଟ ପ୍ରତି କୋହଲିଙ୍କ ଉତ୍ସର୍ଗୀକୃତ ମନୋଭାବ ପ୍ରଶଂସନୀୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡର ପୂର୍ବତନ ଆଂଟି କରୋପଶନ ମୂଖ୍ୟ ନୀରଜ କୁମାର ଏକ ସାକ୍ଷାତକାରରେ ଟିମର କେତେକ ଖେଳାଳିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ୨୦୧୫ରୁ ୧୮ ପର୍ଯ୍ୟନ୍ତ ସେ ଏସିୟୁ ଚିଫ ଦାୟିତ୍ୱରେ ଥିଲେ । କ୍ରିକେଟ ପ୍ରତି ବିରାଟ କୋହଲିଙ୍କ ସଚ୍ଚୋଟତା ଓ ଉତ୍ସର୍ଗୀକୃତ…

କଂଗ୍ରେସର ନ୍ୟାୟପତ୍ର ନିଷ୍ପେସିତ ଜନତାଙ୍କ ସ୍ୱର: ବବିତା ଶର୍ମା

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ଜନସାଧାରଣଙ୍କ ସହିତ ତାଙ୍କର ଭାବ ବିନିମୟକୁ ଆଧାର କରି ଭାରତୀୟ ଜାତୀୟ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛି । ବିଶେଷ କରି ଯୁବ ନ୍ୟାୟ, ନାରୀ ନ୍ୟାୟ, କୃଷକ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗିଦାରୀ ନ୍ୟାୟ…

ଫାଷ୍ଟାଗ୍ ରିଚାର୍ଜ ପାଇଁ ଗୁଗୁଲରେ ସର୍ଚ୍ଚ କରିବା ପଡ଼ିଲା ମହଙ୍ଗା, ଆକାଉଣ୍ଟରୁ କଟିଲା ୨.୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସାଧାରଣ ଲୋକେ ସମସ୍ତ ଗାଡ଼ିରେ ଫାଷ୍ଟାଗ ବ୍ୟବହାର କରୁଛନ୍ତି। ଗାଡ଼ିଟି ଟୋଲ ଟ୍ୟାକ୍ସରେ ପହଞ୍ଚିବା ମାତ୍ରେ ଫାଷ୍ଟାଗ ମାଧ୍ୟମରେ ଏହାର ଟୋଲ କଟିଥାଏ । ଏଭଳି ପରିସ୍ଥିତିରେ, ଫାଷ୍ଟାଗ୍ ସମ୍ବନ୍ଧୀୟ ସ୍କାମଗୁଡ଼ିକ ଯଥେଷ୍ଟ ବୃଦ୍ଧି ପାଉଛି। ଗତ କିଛି ଦିନରୁ ଫାଷ୍ଟାଗ୍…

୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ, ଡ୍ରାଇଭର ଫେରାର

କୋରାପୁଟ: ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ । ଅଳ୍ପକେ ବର୍ତ୍ତିଗଲା ଡ୍ରାଇଭର । ପାଟ୍ରୋଲିଂ ସମୟରେ ଏକ ପିକଅପ୍ ଭ୍ୟାନରୁ ୧୨୦ କେଜିର ଗଞ୍ଜେଇ ଜବତ କରିଛି ନନ୍ଦପୁର ପୋଲିସ । ପିକଅପ୍ ଭ୍ୟାନରେ ସିକ୍ରେଟ୍ ଚାମ୍ବର କରି ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ । ସୂଚନା…

ମିଳିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଫର୍ଚୁନର କାର୍

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରାଣାସୀରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫର୍ଚୁନର କାର ଚୋରି ହୋଇଥିବା ବେଳେ ଆଜି ସେହି କାରକୁ ଉଦ୍ଧାର କରିଛି ପୋଲିସ । ଗତ ୧୫ ଦିନ ହେବ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଏକ ଫର୍ଚୁନ କାର୍‌ ଚୋରି ହୋଇଯାଇଥିଲା । ଚୋରି ପରେ…

ବିଜେପି ପ୍ରାର୍ଥୀ କଙ୍ଗନା ରଣାଓ୍ବତଙ୍କ ବିରୋଧରେ କଂଗ୍ରେସ ଆଣିଲା ସଂଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ମାନେ ଖୁବ୍ ତତ୍ପର ହେଉଛନ୍ତି । ଠିକ୍ ଏହି ସମୟରେ ବଲିଉଡ କୁଇନ କଙ୍ଗନା ରଣାଓ୍ବତଙ୍କୁ ମଇଦାନରେ ଦେଖିବାକୁ ମିଳୁଛି । ବିଜେପି ଦଳ ତାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ଟିକେଟ୍‌ ଦେଇଛି । କଙ୍ଗନା ରଣାଓ୍ବତ…

ନୱାଡାରେ ଗର୍ଜିଲେ ମୋଦୀ, କହିଲେ ଦେଶରୁ ଗରିବ ଦୂରିକରଣ କରିବା ମୋଦୀର ଗୋଟିଏ ମିଶନ

ପାଟନା: ରବିବାର ପ୍ରଧାନମନ୍ତ୍ରୀ ବିହାରର ନୱାଡା ଜିଲ୍ଲାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରଜେଡି, କଂଗ୍ରେସ ସମେତ ସମଗ୍ର ମହାସଂଘ ଉପରେ ଆକ୍ରମଣ କରିଛନ୍ତି। ଏହାସହ ସେ ବିଜେପି ପ୍ରାର୍ଥୀ ବିବେକ…