Latest Odisha News

BREAKING NEWS

ଫାଷ୍ଟାଗ୍ ରିଚାର୍ଜ ପାଇଁ ଗୁଗୁଲରେ ସର୍ଚ୍ଚ କରିବା ପଡ଼ିଲା ମହଙ୍ଗା, ଆକାଉଣ୍ଟରୁ କଟିଲା ୨.୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସାଧାରଣ ଲୋକେ ସମସ୍ତ ଗାଡ଼ିରେ ଫାଷ୍ଟାଗ ବ୍ୟବହାର କରୁଛନ୍ତି। ଗାଡ଼ିଟି ଟୋଲ ଟ୍ୟାକ୍ସରେ ପହଞ୍ଚିବା ମାତ୍ରେ ଫାଷ୍ଟାଗ ମାଧ୍ୟମରେ ଏହାର ଟୋଲ କଟିଥାଏ । ଏଭଳି ପରିସ୍ଥିତିରେ, ଫାଷ୍ଟାଗ୍ ସମ୍ବନ୍ଧୀୟ ସ୍କାମଗୁଡ଼ିକ ଯଥେଷ୍ଟ ବୃଦ୍ଧି ପାଉଛି। ଗତ କିଛି ଦିନରୁ ଫାଷ୍ଟାଗ୍ ସ୍କାମ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। କିଛି ଦିନ ପୂର୍ବେ, ମହାରାଷ୍ଟ୍ରର ନାଲାସୋପାରା ଠାରେ ଫାଷ୍ଟାଗ ପାଇଁ ଗୁଗୁଲର ବ୍ୟବହାର କରିଥିଲେ। ଯାହାକୁ ନେଇ ସେ ଅସୁବିଧାରେ ପଡ଼ିଥିଲେ। ପାଷ୍ଟାଗ ଯୋଗୁଁ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୨.୪ ଲକ୍ଷ ଟଙ୍କା କ୍ଷତି ହୋଇଥିଲା। ତେବେ ଆସନ୍ତୁ ଜାଣିବା ଏହି ସ୍କାମ ବିଷୟରେ…

ଯଦି ଆପଣ ଫାଷ୍ଟାଗ (FasTag) ଆକାଉଣ୍ଟକୁ ରିଚାର୍ଜ କରିବାରେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସମାଧାନ ପାଇଁ ଗୁଗୁଲର ସାହାଯ୍ୟ ନିଅନ୍ତୁ ନାହିଁ ଏବଂ ଅତି ଯତ୍ନର ସହ ଏହାକୁ କରନ୍ତୁ। କାରଣ ଜଣେ ବ୍ୟକ୍ତି ଗୁଗୁଲରେ ଫାଷ୍ଟାଗ୍‌ର ଗ୍ରାହକଙ୍କ ନମ୍ବର ଖୋଜିଥିଲେ। ସେହି ବ୍ୟକ୍ତି ଗୁଗୁଲରୁ ଏହି ନମ୍ବର ପାଇ କଲ୍ କରିଥିଲେ ଏବଂ ଫୋନରେ କଥା ହେଉଥିବା ବ୍ୟକ୍ତି ନିଜକୁ ଫାଷ୍ଟାଗର ଗ୍ରାହକ କାର୍ଯ୍ୟନିର୍ବାହୀ ଭାବରେ ପରିଚୟ ଦେଇ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ।

ଉକ୍ତ କଷ୍ଟମର କେୟାରର କଥା ଶୁଣି ବ୍ୟକ୍ତି ଜଣଙ୍କ ବିଶ୍ୱାସର ସହ ନିଜ ଫୋନରେ ରିମୋଟ କଣ୍ଟ୍ରୋଲ ଥିବା ଏକ ଆପ୍ ଡାଉନଲୋଡ କଲେ। ଏହାପରେ ଏହି ଆପ୍ ସାହାଯ୍ୟରେ ନିଜକୁ କଷ୍ଟମର କେୟାର କହୁଥିବା ବ୍ୟକ୍ତି ୨.୪ ଲକ୍ଷ ଟଙ୍କା ନେଇ ଗଲେ। ଏହା ପରେ ସେ କଲ୍ କାଟି ଦେଲେ। ଫଳରେ ବ୍ୟକ୍ତି ଜଣକ ଠକାମିର ଶିକାର ହେଲେ। ତେଣୁ ଯେକୌଣସି କାମ ପାଇଁ ତୁରନ୍ତ ଗୁଗୁଲର ସାହାଯ୍ୟ ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରିବା ଉଚିତ୍।

କିପରି ଜାଣିବେ କଷ୍ଟମର କେୟାର ନମ୍ବର-

  • କଷ୍ଟମର କେୟାର ନମ୍ୱର ପାଇଁ ସିଧାସଳଖ ସମ୍ପୃକ୍ତ କମ୍ପାନୀର ସାଇଟକୁ ଯାଆନ୍ତୁ ।
  • ଗୁଗୁଲରେ ସର୍ଚ୍ଚ କରି କଷ୍ଟମର କେୟାର ନମ୍ୱର ସର୍ଚ୍ଚ କରନ୍ତୁ ନାହିଁ।
  • କୌଣସି ବ୍ୟକ୍ତିଙ୍କ ପରାମର୍ଶରେ ଆପଣଙ୍କ ଫୋନରେ କୌଣସି ଆପ୍ ସଂସ୍ଥାପନ କରନ୍ତୁ ନାହିଁ।
  • ବ୍ୟାଙ୍କ ବିବରଣୀ କାହା ସହିତ ଶେୟାର କରନ୍ତୁ ନାହିଁ।
Leave A Reply

Your email address will not be published.