Latest Odisha News

BREAKING NEWS

ଜମ୍ମୁ କଶ୍ମୀର: ୨ ଯବାନ ସହିଦ, ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଶନିବାର ହୋଇଥିବା ଏକ ପୃଥକ ଏନକାଉଣ୍ଟରରେ ୨ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଲଢ଼େଇ ବେଳେ ଦୁଇ ଜଣ ଯବାନ ସହିଦ ହୋଇଥିବା ଅଧିକାରୀମାନେ କହିଛନ୍ତି। ଦକ୍ଷିଣ କଶ୍ମୀର ଜିଲ୍ଲାରେ ଥିବା ମୋଡରଗାମ…

ହୁତୁ ହୁତୁ ହୋଇ ଜଳିଗଲା ଇଲେକ୍ଟ୍ରୋନିକ୍ସ ଗୋଦାମ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ହଂସପାଳରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ଗୋଦାମଟି ନିଆଁରେ ପୋଡି ଛାରଖାର ହୋଇଯାଇଛି। ସମ୍ପନି ମଲ୍ ନିକଟରେ ଥିବା ଏହି ଗୋଦାମରେ ନିଆଁ ଏଭଳି ଲାଗିଥିଲ ଯେ ସଂପୃକ୍ତ ଅଞ୍ଚଳରେ ଆକାଶରେ ଧୂଆଁର ଚାଦାର ରହିଥିବା…

ପୁଣି ଅଶାନ୍ତ ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁର, ରାତିରେ ୧୫ରୁ ଅଧିକ ବୋମାମାଡ଼

ଭୁବନେଶ୍ୱର: ପୁଣି ଅଶାନ୍ତ ହୋଇଛି ରାଜଧାନୀ ଉପକଣ୍ଠ ପଦ୍ମକେଶରୀପୁର। ବିଳମ୍ୱିତ ରାତିରେ ୧୫ରୁ ଅଧିକ ବୋମାମାଡ଼ ହୋଇଛି। ଦୁଇ ସାହି ମଧ୍ୟରେ କୌଣସି କାରଣରୁ ଏହି ହିଂସା ହୋଇଛି। ଏଥିରେ ଅନେକ ଆହତ ହୋଇଥିବା ସୂଚନା ରହିଛି। ଇଟା, ପଥର ସାଙ୍ଗକୁ କାଚ ବୋତଲ ଫିଙ୍ଗା ହୋଇଥିବା ଦେଖିବାକୁ…

ସୁରଟରେ ଭୁଶୁଡ଼ିଲା ୬ ମହଲା କୋଠା

ସୁରଟ: ଗୁଜରାଟର ସୁରଟରେ ଏକ ୬ ମହଲା କୋଠା ଭୁଶୁଡ଼ି ପଡ଼ିଛି।ଏଥିରେ ୧୫ ଜଣ ଆହତ ହୋଇଥିବା ବେଳେ ଏକାଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସୂଚନା ଅନୁସାରେ, ସୁରଟର ସଚିନ ଜିଆଇଡିସି ଅଞ୍ଚଳରେ ପ୍ରବଳ ବର୍ଷା ରେ ଏକ ୬ ମହଲା କୋଠା ଭୁଶୁଡ଼ି ପଡ଼ିଛି। ୧୫ ଜଣ ଆହତଙ୍କୁ…

ଏଥର ଅଲିମ୍ପିକ୍ସରେ ଏମାନେ ହାସଲ କରିପାରନ୍ତି ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ରୁ ଅଲିମ୍ପିକ୍ସ ଆରମ୍ଭ ହେବ । ଏହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ । ଭାରତରୁ ୧୦୦ରୁ ଅଧିକ ଆଥଲେଟ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଟିମ ଇଣ୍ଡିଆର ୧୦ ଷ୍ଟାର ଆଥଲେଟଙ୍କଠାରୁ ପ୍ରଶଂସକମାନେ ସ୍ୱର୍ଣ୍ଣ ପଦକ ଆଶା କରୁଛନ୍ତି । ଆସନ୍ତୁ ନଜର…

ପ୍ରଥମ ଟି୨୦ରେ ଜିମ୍ବାୱେ ନିକଟରୁ ହାରିଲା ଟିମ ଇଣ୍ଡିଆ

ହରାରେ: ଏଠାରେ ଆରମ୍ଭ ହୋଇଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଶୁଭମନ ଗିଲ ନେତୃତ୍ୱାଧୀନ ଭାରତ ୧୩ ରନରେ ଜିମ୍ବାୱେ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୧୫ ରନ କରିଥିଲା । ବ୍ରାଏନ ବେନେଟ୍ଟ(୨୨), ଡାୟନ…

ରାୟଗଡ଼ା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ

ରାୟଗଡା: ଗିରଫ ହେଲେ ରାୟଗଡ଼ା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ । ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ । ତହସିଲଦାର ଲାଞ୍ଚ ନେଉଥିବା ଜାଣି ପିଛା କରିଥିଲା ଭିଜିଲାନ୍ସ ଟିମ୍‌ । ଚନ୍ଦ୍ରପୁର-ମୁନିଗୁଡ଼ା ରାସ୍ତାର ଡାଙ୍ଗସରଡ଼ା ଠାରେ ବିଚିତ୍ରାନନ୍ଦଙ୍କୁ…

କେମିତି ଆରମ୍ଭ ହେଲା ରଥଯାତ୍ରା, କଣ ରହିଛି ଏହାର ପୌରାଣିକ ଗାଥା

ଭୁବନେଶ୍ଵର: ଓଡିଶାର ଅନନ୍ୟ ପରମ୍ପରା ରଥଯାତ୍ରା । ମାନବୀୟ ଲୀଳାଖେଳା କରୁଥିବା ଜାତିର ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥ ବଡ ଭାଇ ବଳଭଦ୍ର ଏବଂ ଗେହ୍ଲୀ ସାନ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ବର୍ଷକୁ ଥରେ ବୁଲିଯାଆନ୍ତି ମାଉସୀ ମା ଘରକୁ । ଏହି ଦିନ ତିନି ରଥରେ ବିଜେ କରନ୍ତି ତିନି ଠାକୁର…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି, ଆସନ୍ତାକାଲି ରଥଯାତ୍ରାରେ ହେବେ ସାମିଲ

ଭୁବନେଶ୍ଵର: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ଵରରେ ପହଞ୍ଚିଲେ ମହାମହିମ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…

ଜିମ୍ବାୱେ ବିପକ୍ଷ ପ୍ରଥମ ଟି୨୦ରେ ବିଶ୍ୱ ରେକର୍ଡ କଲେ ଖଲୀଲ

ହରାରେ: ଜିମ୍ବାୱେ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ ଅବସରରେ ଭାରତର ବାମହାତୀ ପେସ ବୋଲର ଖଲୀଲ ଅହମ୍ମଦ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୧୬ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ଭାରତ ପକ୍ଷରୁ ରବି ବିଶ୍ନୋଇ ସର୍ବାଧିକ ୪ଟି ୱିକେଟ…