Latest Odisha News

BREAKING NEWS

ବରିଷ୍ଠ ଓଏଏସ୍ ଅଭିମନ୍ୟୁ ବେହେରା ପୁରୀ ପୌର ପରିଷଦର ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ

ଭୁବନେଶ୍ୱର: ରାଜ୍ୟ ସରକାର ପୁରୀ ପୌର ପରିଷଦରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ (ଏକଜ୍ୟୁଟିଭ ଅଫିସର)ଙ୍କୁ ନିଯୁକ୍ତି ଦେଇଛନ୍ତି। ରଥଯାତ୍ରାକୁ ଆଉ ମାତ୍ର ୧୦ଦିନ ବାକି ଥିବାବେଳେ ରାଜ୍ୟ ସରକାର ଏକଜ୍ୟୁଟିଭ ଅଫିସର ନିଯୁକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି। ବରିଷ୍ଠ ଓଏଏସ୍ ଅଭିମନ୍ୟୁ ବେହେରା…

ମହିଳାଙ୍କୁ ମାଡ ମାରିବା ଘଟଣା: ଚାନ୍ଦବାଲି ଥାନାର ତିନି ପୋଲିସଙ୍କ ବଦଳି

ଚାନ୍ଦବାଲି: ନାବାଳିକା ଝିଅ ଏବଂ ମା’ଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ଘଟଣାରେ ଭଦ୍ରକ ଏସପି ଚାନ୍ଦବାଲି ଥାନାର ଏଏସଆଇ, କନେଷ୍ଟବଳ ଏବଂ ହୋମଗାର୍ଡଙ୍କୁ ଭଦ୍ରକ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି। ଏସପି ପ୍ରାଥମିକ ଭାବେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୋଲିସ ଏବେ…

ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପର ଫାଇନାଲରେ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନକୁ ପରାସ୍ତ କରି ରଚିଲା ଇତିହାସ

ନୂଆଦିଲ୍ଲୀ: ଶେଷରେ !! ଦକ୍ଷିଣ ଆଫ୍ରିକା ଆଇସିସି ଇଭେଣ୍ଟର ଫାଇନାଲରେ !! ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍ ୨୦୨୪ର ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ୯ ଓ୍ଵିକେଟ୍ ହାତରେ ଥାଇ ଏବଂ ୬୭ ବଲ୍ ବାକି ଥାଇ ଆଫଗାନିସ୍ତାନଠୁ ମ୍ୟାଚ ବିଜୟୀ…

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ

ଭୁବନେଶ୍ୱର: ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସାଥିରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ମୁଖ୍ୟମନ୍ତ୍ରୀ ସହ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ…

ଜୁଲାଇ ୧ରୁ ଜନଶୁଣାଣି ଆରମ୍ଭ, ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜିକୃତ ହେବ ଅଭିଯୋଗ

ଭୁବନେଶ୍ୱର: ଜୁଲାଇ ୧ରୁ ଆରମ୍ଭ ହେବ ସାଧାରଣ ଅଭିଯୋଗ ଶୁଣାଣି। ଜୁଲାଇ ପହିଲା ଅର୍ଥାତ୍ ସୋମବାର ଠାରୁ ପୁଣି ଥରେ ସାଧାରଣ ଅଭିଯୋଗ ଶୁଣାଣି କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏବଂ ଏସ୍‌ପି ସାଧାରଣ ଅଭିଯୋଗ ଶୁଣାଣି କରିବେ। ଜୁଲାଇ ୧ ତାରିଖରୁ…

ଆଡଭାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଭାରତରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ। ବୁଧବାର ବିଳମ୍ବିତ ରାତିରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି। ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ସେ ହସ୍ପିଟାସଲରେ…

ଲକ୍ଷ୍ମୀ ବସ ସେବାର ଭବିଷ୍ଯତ କ’ଣ? ବିଭାଗୀୟ ମନ୍ତ୍ରୀ ଦେଲେ ଜବାବ

ଭୁବନେଶ୍ୱର: ପକେଟକୁ ସୁହାଇଲା ଭଳି ଭଡା ଦେଇ ଜଣେ ଗାଁରୁ ଆସିପାରିବ ସହର। ନବୀନ ସରକାର ନିର୍ବାଚନର କେଇ ମାସ ପୂର୍ବରୁ ଏପରି ଏକ ଯୋଜନା ଘୋଷଣା କରିଥିଲେ। ଲକ୍ଷ୍ମୀ ଯୋଜନା ନାଁରେ ପରିଚିତ ଏହି ଯୋଜନାର ଭବିଷ୍ୟତକୁ ନେଇ ଏବେ ଚର୍ଚ୍ଚା। ଲକ୍ଷ୍ମୀ ଯୋଜନା ଯେଉଁ ଉଦ୍ଦେଶ୍ୟରେ ଆରମ୍ଭ…

ଅଣ୍ଡା ଦେଇ ପାରି କଷ୍ଟ ପାଉଥିଲା ନାଗ, ଓୟୁଏଟିରେ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ହେଲା ସୁସ୍ଥ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ଵରରେ ପୁନାମା ଗେଟ୍ ଅଞ୍ଚଳରେ ଏକ ଜଳଖିଆ ଦୋକାନରେ ପଶି ଯାଇଥିଲା ନାଗ ସାପ । ଦୋକାନୀ ସାପଟିକୁ ବାହାର କରି ନପାରି ସ୍ନେକ୍ ହେଲ୍ପ ଲାଇନ କୁ ଉଦ୍ଧାର ପାଇଁ ଡାକିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣା ସ୍ଥଳରେ ପହଞ୍ଚି ସାପ ଟିକୁ ଉଦ୍ଧାର…

ୟେମେନରେ ଫସିଛନ୍ତି ଓଡିଆ ପୁଅ ସାର୍ଥକ ନାୟକ

ଭୁବନେଶ୍ବର: ଚାରିମାସ ହେଲା ୟେମେନରେ ଫସିଛି ପୁଅ । ଉଦ୍ଧାର କରିବାକୁ କେନ୍ଦ୍ର ସରକାରଙ୍କୁ ଗୁହାରି କରିଛନ୍ତି ବାପା ବିଦ୍ୟାଧର ନାୟକ। ଭାରତୀୟ ନାବିକ ତଥା ସେକେଣ୍ଡ ଅଫିସର ସାର୍ଥକ ନାୟକ ଗତ ଚାରି ମାସ ହେଲା ଲୋହିତ ସାଗରରେ ୟେମେନର ରାସ ଇସା ବନ୍ଦରରେ ଅକୋୟା ଗ୍ୟାସ ନାମକ ଜାହାଜରେ ଫସି…

କଂଗ୍ରେସରେ ପିଟ୍ରୋଡା ପୁନଃ ଅବସ୍ଥାପିତ, କଟାକ୍ଷ କରି ବିଜେପି କହିଲା ‘ଯାହା ହେବାର କଥା ହୋଇଛି’

ନୂଆଦିଲ୍ଲୀ: ଭାରତୀୟ ବିଦେଶୀ କଂଗ୍ରେସର ଅଧ୍ୟକ୍ଷ ଭାବେ ସାମ୍ ପିଟ୍ରୋଡାଙ୍କୁ ପୁନଃ ଅବସ୍ଥାପିତ କରାଯିବା ପରେ ବିଜେପି କଂଗ୍ରେସକୁ ଟାର୍ଗେଟ କରି କହିଛି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ହଟାଇବା ଓ ପୁନଃ ଅବସ୍ଥାପିତ କରିବାର ସମଗ୍ର ପ୍ରକ୍ରିୟା କେବଳ ଏକ ନିର୍ବାଚନୀ କୌଶଳ। ବିଜେପି ଆଇଟି…