Latest Odisha News

BREAKING NEWS

କୋଭିଡ-୧୯ର କୌଣସି ଗୁଜବରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ..

ଭୁବନେଶ୍ୱର: ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇଛି । ସମ୍ଭାବ୍ୟ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଅଧ୍ୟକ୍ଷତାରେ…

ଫିଫା ବିଶ୍ୱକପ ୨୦୨୬ ସେମିଫାଇନାଲ: ୨୦ ବର୍ଷ ପରେ ପରସ୍ପରକୁ ଭେଟିବେ ଫ୍ରାନ୍ସ-ସ୍ପେନ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ଧୀରେ ଧୀରେ ସମାପନ ଆଡକୁ ଗତି କରୁଛି । ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ଓ ସ୍ପେନ ପରସ୍ପରକୁ ଭେଟିବେ । ୨୦ ବର୍ଷ ପରେ ଫିଫା ବିଶ୍ୱକପରେ ଏହି ଦୁଇ ଟିମ ସାମ୍ନାସାମ୍ନି ହେଉଛନ୍ତି । ୨୦୦୬ରେ ରାଉଣ୍ଡ ଅଫ ୧୬ରେ ଫ୍ରାନ୍ସ ୩-୧ ଗୋଲରେ ସ୍ପେନକୁ ପରାସ୍ତ କରିଥିଲା…

ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବୁମରାହଙ୍କ କୀର୍ତିମାନ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ବର୍ମିଂହାମରେ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆ ଅବସରରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ୨ଟି କୀର୍ତିମାନ କରିଛନ୍ତି । ବୁମରାହଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ସହାୟତାରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୭.୫ ଓଭରରେ…

କଥା ହେଉ ନାହାନ୍ତି ଗମ୍ଭୀର ଆଉ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ-ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଯାଇଛି । ତେବେ ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଏକ ବିବାଦୀୟ ଘଟଣା ସମ୍ମୁଖକୁ ଆସିଛି । ଟାଇମ୍ସ ନାଓ ରିପୋର୍ଟ ଅନୁସାରେ କୋଚ ଗୌତମ ଗମ୍ଭୀର ଓ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ପରସ୍ପର କଥା ହେଉ ନାହାନ୍ତି । ଉଭୟ…

ଗ୍ରାମାଞ୍ଚଳରେ ଦ୍ରୁତଗତିର ଇଣ୍ଟରନେଟ୍ ସେବା ସୁଦୃଢ଼ କରିବା ଲକ୍ଷ୍ୟ; ସ୍ଥାନ, ସୁରକ୍ଷା ସୁନିଶ୍ଚିତ ପାଇଁ…

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଦ୍ରୁତଗତିର ଇଣ୍ଟରନେଟ୍ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସଂଶୋଧିତ ଭାରତନେଟ୍ (BharatNet) ଯୋଜନାର କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ଗ୍ରାମ ପଞ୍ଚାୟତ ସ୍ତରରେ ଭାରତନେଟ୍ ଉପକରଣ ସ୍ଥାପନ, ରକ୍ଷଣାବେକ୍ଷଣ, ସୁରକ୍ଷା ଏବଂ…

ପାଠ୍ୟ ପୁସ୍ତକ ତ୍ରୁଟି ମାମଲା: ଗିରଫ ହେଲେ SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ

ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ବଡ଼ ଆକ୍ସନ । ଗିରଫ ହେଲେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ । ମାରାଥନ ଜେରା ପରେ ମନୋଜଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଜେରା ପରେ କ୍ରାଇମବ୍ରାଞ୍ଚ ଗିରଫ କରିଛି । ପାଠ୍ୟପୁସ୍ତକ ତ୍ରୁଟି…

‘ମହାନଦୀ ଟ୍ରିବ୍ୟୁନାଲ ଉପରେ ଭରଷା ନାହିଁ, ନ୍ୟାୟାଳୟର ଆଶ୍ରୟ ନେବ ସଙ୍ଗଠନ’

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲ ଉପରେ ଆଉ ଭରସା କରାଯାଇ ପାରିବ ନାହିଁ l ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛି ଟ୍ରିବ୍ୟୁନାଲ ଲ ସେଥିପାଇଁ ଟ୍ରିବ୍ୟୁନାଲର ଶୁଣାଣି ବେଳେ ଲାଇଭ ସ୍କ୍ରିନିଙ୍ଗ ସହିତ ସାଂବାଦିକ ମାନଙ୍କୁ କୋର୍ଟ ପରିସରରେ ରହି ସଠିକ ଖବର…

ଏଣିକି ରାଜ୍ୟର ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍‌ ଚାର୍ଟ

ଭୁବନେଶ୍ବର: ଔଷଧ କିଣିଲା ବେଳେ ଏଣିକି ଆଉ ଠକାମିର ଶିକାର ହେବେନି ଗ୍ରାହକ! ରାଜ୍ୟର ସମସ୍ତ ମେଡିସିନ୍ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ। ସାରା ଓଡ଼ିଶାରେ ୩୯ଟି ଜରୁରୀ ଔଷଧର ଦର ଏକାଭଳି ରହିବ। କେନ୍ଦ୍ର ସରକାର ୩୯ ଟି ମେଡ଼ିସିନ ଦର ଧାର୍ଯ୍ୟ କରିବା ପରେ ଓଡିଶା ସରକାର ଏହି ନିଷ୍ପତ୍ତି…

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ର ମାର୍ଗଦର୍ଶିକା ଉନ୍ମୋଚନ, ଆସନ୍ତାକାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ 'ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭' ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବରିଷ୍ଠ ନାଗରିକ…

ନିଖୋଜ ଟ୍ରଲର୍‌ ଠାବ ଘଟଣା: ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଚିହ୍ନି ପାରୁନାହାନ୍ତି ପରିବାର ଲୋକେ

ଜଳେଶ୍ୱର: ନିଖୋଜ ହୋଇଯାଇଥିବା ଟ୍ରଲର୍‌ଟି କାକଦ୍ବୀପ ନିକଟରୁ ଉଦ୍ଧାର ହୋଇଛି ସତ ହେଲେ ଉଦ୍ଧାର ହୋଇଥିବା ୯ ମତ୍ସ୍ୟଜୀବୀଙ୍କ ମୃତଦେହକୁ ଚିହ୍ନି ପାରୁନାହାନ୍ତି ପରିବାର ଲୋକେ। ତେଣୁ ମୃତ୍ୟୁ ମତ୍ସ୍ୟଜୀବୀଙ୍କର ଶବ ବ୍ୟବଚ୍ଛେଦ ହେବ। ମୃତଦେହ ଗୁଡ଼ିକ ଚିହ୍ନଟ କରିବା କଷ୍ଟକର ହେଉଥିବାରୁ ଡିଏନଏ…