Latest Odisha News

BREAKING NEWS

‘ମୁସଲମାନମାନଙ୍କ କଲ୍ୟାଣ ପାଇଁ ମୁଁ ମୋ ବାପାଙ୍କ ଅପେକ୍ଷା ଅଧିକ କାର୍ଯ୍ୟ କରିବି’

ବିଶାଖାପାଟନମ୍: ଆଜି (ଶନିବାର) ଏକ ସାଧାରଣସଭାକୁ ସମ୍ବୋଧିତ କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀ କହିଛନ୍ତି ଯେ, ମୁସଲମାନମାନଙ୍କ କଲ୍ୟାଣ ପାଇଁ ସେ ତାଙ୍କ ପିତା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ରାଜାଶେଖର ରେଡ୍ଡୀଙ୍କ ଅପେକ୍ଷା ଅଧିକ କାର୍ଯ୍ୟ କରିବେ ।…

ମାର୍ଶଙ୍କ ବିସ୍ଫୋରକ ଶତକ, ବାଂଲାଦେଶକୁ ୮ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ପୁଣେ: ବିଶ୍ୱକପ କ୍ରିକେଟରେ ଶନିବାର ମିଚେଲ ମାର୍ଶଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ ୮ ୱିକେଟ ବିନିମୟରେ ୩୦୬ ରନ କରିଥିଲା । ତୌହିଦ ହୃଦୋୟ ୭୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଜମୁଲ ଶାନ୍ତୋ ୪୫ ଓ ଲିଟନ…

ସୁରଟର ରେଳ ଷ୍ଟେସନରେ ଦଳାଚକଟା; ଜଣେ ମୃତ, ଅନେକ ଆହତ

ଗାନ୍ଧୀନଗର: ଗୁଜୁରାଟର ସୁରଟ ରେଳ ଷ୍ଟେସନରେ ଅତ୍ୟଧିକ ଭିଡ ହେତୁ ଦଳାଚକଟାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ତିନିରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦୀପାବଳିକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା ।…

ସେମିରେ ପ୍ରବେଶ କରିବା ପାଇଁ ୬.୪ ଓଭରରେ ପାକିସ୍ତାନକୁ କରିବାକୁ ପଡିବ ୩୩୮

କୋଲାକାତା: ଚଳିତ ବିଶ୍ୱକପରେ ଶନିବାର ପାକିସ୍ତାନ ସମ୍ମୁଖରେ ୩୩୮ ରନର ଲକ୍ଷ୍ୟ ରଖିଛି ଇଂଲଣ୍ଡ । ସେମିଫାଇନାଲରେ ପ୍ରବେଶ ପାଇଁ ପାକିସ୍ତାନକୁ ଏହି ଲକ୍ଷ୍ୟ ୬.୪ ଓଭରରେ ହାସଲ କରିବାକୁ ହେବ । ଯାହାକି ପ୍ରାୟତଃ ଅସମ୍ଭବ । ଅନ୍ୟ ଅର୍ଥରେ ପାକିସ୍ତାନ ସେମିଫାଇନାଲ ଦୌଡରୁ ବାଦ ପଡିଛି । ଏବେ ୧୮୮…

ଛତିଶଗଡରେ ଓଡିଶାକୁ ଜିତାଇଦେବେ ପୁରନ୍ଦର !

ଭୁବନେଶ୍ୱର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ହେଭିୱେଟ ମାନେ ପ୍ରତ୍ୟେକ ଦିନ ପ୍ରଚାରକୁ ଓଲ୍ହାଉଛନ୍ତି। ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପ୍ରଚାରରେ ଲାଗି ପଡିଛନ୍ତି। ଏସବୁ ଭିତରେ ଛତିଶଗଡରେ ଓଡ଼ିଆ ପ୍ରାର୍ଥୀ ପୁରନ୍ଦର ମିଶ୍ରଙ୍କୁ ନେଇ ଜୋରଦାର ଚର୍ଚ୍ଚା।…

ତେଲେଙ୍ଗାନାରେ ଜିତିବା ପାଇଁ ଅସନ୍ତୁଷ୍ଟଙ୍କ ପିଠି ଥାପୁଡାଉଛି କଂଗ୍ରେସ !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ସପକ୍ଷରେ ସମ୍ଭାବନା ସୃଷ୍ଟି ହୋଇଥିବା କୁହାଯାଉଛି। ଏଭଳି ସ୍ଥିତିରେ ଦଳୀୟ ଟିକେଟ ପାଇଁ ଆଶା କରିଥିବା ବହୁ ଦାବିଦାର ବାଦ ପଡିବା ପରେ ସେମାନେ ସାମୁହିକ ଦଳ ଛାଡିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି। ସେସବୁକୁ ରୋକିବା…

ନକଲି ସାର୍ଟିଫିକେଟ ଦର୍ଶାଇ ଚାକିରି କରୁଥିବା ବିଜ୍ଞାନ ଶିକ୍ଷକ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପୁଣି ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଆଉ ଜଣେ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଗିରଫ ଶିକ୍ଷକ ହେଲେ ଭକ୍ତ କୁମାର ସେଠ । ସେ ବିଜ୍ଞାନ ଶିକ୍ଷକ ଭାବେ ଅଗଷ୍ଟ ୨୦୨୨ ମସିହାରେ ଆଗଲପୁର ବ୍ଲକ ଡୁଡୁକା ପଲ୍ଲିଶ୍ରୀ ହାଇସ୍କୁଲରେ ଚାକିରି କରୁଥିଲେ ।…

ଆନ୍ତଃ ମହାବିଦ୍ୟାଳୟ ଟାଏକୋଣ୍ଡୋ ପ୍ରତିଯୋଗିତା: ବାଜି ମାରିଲା ଏସସିଏସ କଲେଜ

ପୁରୀ: ସ୍ଥାନୀୟ ରାଣୀସତୀ ଭବନ ଟାଏକୋଣ୍ଡୋ ସେଂଟରରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ଦ୍ୱାରା ଆନ୍ତଃ ମହାବିଦ୍ୟାଳୟ କିରୋଗୀ ଓ ପୁମସି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଭାବୀ ପ୍ରଦର୍ଶନ କରି ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ…

କର୍ଣ୍ଣାଟକରେ ୟେଦ୍ୟୁରପ୍ପାଙ୍କୁ ଦୁରେଇ ଦେଇଥିଲେ, କଂଗ୍ରେସ ଡରରେ ପୁଣି ଆପଣାଇଲେ !

ଭୁବନେଶ୍ୱର: କର୍ଣ୍ଣାଟକ ରାଜନୀତି ଏବେ ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି। ଗତ ବିଧାନସଭା ନିର୍ବାଚନ ବେଳେ ଯେଭଳି କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିଲା ଏବେ ବି ସେମିତି ଚର୍ଚ୍ଚା ହେଉଛି। ଏ ଭିତରେ ବିଜେପି ଓ ଜେଡିଏସର ବହୁ ନେତା ଆସନ୍ତା ୧୫ ତାରିଖରେ କଂଗ୍ରେସରେ…

‘ଫାଇଭ ଫିଙ୍ଗର ପଲିସି’ କୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି କି ଡ୍ରାଗନ ସରକାର?

ନୂଆଦିଲ୍ଲୀ: ଭାରତର ପଡୋଶୀ ତଥା ବନ୍ଧୁ ଦେଶ ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକଙ୍କ ଭାରତ ଗସ୍ତ ଶେଷ ହୋଇଛି । କିନ୍ତୁ ଭାରତର ଚିନ୍ତା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ତାଙ୍କର ଭାରତ ଗସ୍ତରୁ ଅନେକ ଅର୍ଥ ଅନୁମାନ କରାଯାଉଛି । ଭୁଟାନ ରାଜା ଏକ ସମୟରେ ଭାରତ ଆସିଥିଲେ ଯେତେବେଳେ ଚୀନ୍…