Latest Odisha News

BREAKING NEWS

ପ୍ରଥମ ବିଦେଶୀ ଖେଳାଳି ଭାବେ ଆଇପିଏଲରେ ଇତିହାସ ରଚିଲେ ସୁନୀଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ସୁନୀଲ ନାରିନ ବଡ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ବିଦେଶୀ ଖେଳାଳି ଭାବେ ୨୦୦ ୱିକେଟ ପୂରଣ କରିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ୪ ଓଭରରେ ୩୧ ରନ ଦେଇ ୨ଟି ୱିକେଟ ନେଇଥିଲେ । ୧୯୭ ଆଇପିଏଲ ମ୍ୟାଚରେ ସୁନୀଲ ୨୦୧ ୱିକେଟ ନେଇଛନ୍ତି । ସବୁଠାରୁ ବଡ କଥା ସେ ଗୋଟିଏ ଟିମ ପକ୍ଷରୁ ଖେଳି ସମସ୍ତ ୱିକେଟ ନେଇଛନ୍ତି ।

ସୁନୀଲ ୨୦୧୨ରୁ କ୍ରମାଗତ ଭାବେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳି ଆସୁଛନ୍ତି । ସୁନୀଲ ଓ ବରୁଣ ଚକ୍ରବର୍ତିଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ କୋଲକାତା ୧୬୫ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ଅଲଆଉଟ କରି ଦେଇଥିଲା । ସୁନୀଲ ସ୍ପିନ ବୋଲିଂ ବ୍ୟତୀତ ବ୍ୟାଟିଂରେ ମଧ୍ୟ କୋଲକାତା ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଆସିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରେ ଆଇପିଏଲରେ କୋଲକାତା ୩ ଥର ଚାମ୍ପିୟନ ହୋଇଛି । ମୁମ୍ବାଇ ଓ ଚେନ୍ନାଇ ୫ ଥର ଲେଖାଏଁ ଚାମ୍ପିୟନ ହୋଇଛନ୍ତି ।

Leave A Reply

Your email address will not be published.