Latest Odisha News

BREAKING NEWS

ଅପରାଜିତାଙ୍କ ସମାବେଶରେ ଛୋଟ ଛୁଆ ସାମିଲ ହେବା ଆଚରଣ ବିଧି ଉଲ୍ଲଂଘନ: ବିଜେଡି

ଭୁବନେଶ୍ୱର: ବିଜେପି ପ୍ରଚାର କାର୍ଯ୍ୟରେ ପିଲାଙ୍କୁ ସାମିଲ କରିଥିବା ଅଭିଯୋଗ ଆଣିଛି ବିଜେଡି। ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଟଣୀ ବ୍ଲକ ଛକରେ ବିଜେପି ସମାବେଶରେ ପ୍ରାୟ ୧୫ରୁ ୨୦ ଜଣ ପିଲା ଅଂଶଗ୍ରହଣ କରିଥିବା ନେଇ ବିଜେଡି ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ…

ଚର୍ଚ୍ଚାରେ ଦଳ ବଦଳ ରାଜନୀତି: ବିଜେଡିର ଏକ ତୃତୀୟାଂଶ ସାଂସଦ ପ୍ରାର୍ଥୀ ଦଳ ବଦଳକାରୀ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ରାଜ୍ୟ ରାଜନୀତିରେ ଦଳ ପରିବର୍ତ୍ତନ ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଅନେକ ନେତା ଗୋଟିଏ ଦଳରେ ଟିକେଟ୍ ପାଇଁ ଉପେକ୍ଷିତ ହେବେ ଆଶଙ୍କା କରିଥିବା ବେଳେ ଦଳ ବଦଳ କରି ଟିକେଟ୍ ପାଇଛନ୍ତି। ଏହି ରାଜନୈତିକ ପରିବର୍ତ୍ତନ ସୂଚାଉଛି ଯେ ଅନେକ ରାଜନେତା ଆଦର୍ଶଗତ…

ଅବକାରୀ ନୀତି ମାମଲାରେ ବିଆରଏସ୍ ନେତ୍ରୀ କେ କବିତାଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ ଜିଲ୍ଲା ଅଦାଲତ ଖାରଜ କରିବା ପରେ ଏକ ବଡ଼ ଝଟକା ଲାଗିଛି।…

ବୀର ବିକ୍ରମ ଯାଦବଙ୍କୁ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ବୀର ବିକ୍ରମ ଯାଦବଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ନୂଆ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୧୯୫୪ର ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ଦ୍ୱାରା ଦିଆଯାଇଥିବା କ୍ଷମତାକୁ ପ୍ରୟୋଗ କରି ଆଇନ ବିଭାଗ ପକ୍ଷରୁ ଏହି…

ବଡେ ମିୟାଁ ଛୋଟେ ମିୟାଁ ୧୦ ବଦଳରେ ଏପ୍ରିଲ ୧୧ରେ ହେବ ରିଲିଜ

ମୁମ୍ବାଇ: ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ବଡେ ମିୟାଁ ଛୋଟେ ମିୟାଁ ଫିଲ୍ମର ରିଲିଜ ତାରିଖ ବଦଳିଛି । ଏପ୍ରିଲ ୧୦ ବଦଳରେ ଏହା ଏବେ ୧୧ରେ ଇଦ ଅବସରରେ ରିଲିଜ ହେବ । ମେକର୍ସ ଫିଲ୍ମର ରନଟାଇମ ମଧ୍ୟ ପରିବର୍ତନ କରିଛନ୍ତି । ୨ ଘଂଟା ୩୬ ମିନିଟ ବଦଳରେ ଏବେ ଏହାକୁ ୮ ମିନିଟ କମ କରି…

ନିର୍ବାଚନ କମିଶନରଙ୍କ ହସ୍ତକ୍ଷେପ ପରେ ୫ଟି ଅଧ୍ୟକ୍ଷ ପଦରୁ ହଟିଲେ ପାଣ୍ଡିଆନ

ଭୁବନେଶ୍ୱର: ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୫-ଟି ଅଧ୍ୟକ୍ଷ ପଦରୁ ଭି କେ ପାଣ୍ଡିଆନଙ୍କୁ ହଟା ଯାଇଛି । ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ଏହି ସୂଚନା ଦେଇଛନ୍ତି। ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବରେ ସକ୍ରିୟ ଥିବା ଜଣେ ବ୍ୟକ୍ତି କିଭଳି…

ରୋଷେଇ ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ୧୧ ଆହତ

ବ୍ରହ୍ମପୁର: ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାରେ ଘଟିଯାଇଛି ଅଘଟଣ। ରାନ୍ଧିଲା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ପାତ୍ରପୁର ବ୍ଲକରେ ଜଣଙ୍କ ଘରେ ଘଟିଛି ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଅତି କମରେ ୧୧ ଜଣ ଆହତ ହୋଇଛନ୍ତି। ଆମୁଣ୍ଡି ଗାଁର ପ୍ରସନ୍ନ କୁମାର ବେହେରାଙ୍କ ଘରେ ଏହି…

ହିନ୍ଦୁ ବିବାହ ରୀତି ନୀତିରେ କନ୍ୟାଦାନ ଜରୁରୀ ନୁହେଁ : ହାଇକୋର୍ଟ

ଆହ୍ଲାବାଦ: ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ବିବାହ ରୀତି ନୀତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହିନ୍ଦୁ ବିବାହରେ କନ୍ୟାଦାନ ଜରୁରୀ ନୁହେଁ କେବଳ ସପ୍ତପଦୀର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଆସନ୍ତୁ ଜାଣିବା କେଉଁ କେସ ଉପରେ ହାଇକୋର୍ଟ ଏହିତ ଶୁଣାଣୀ କରିଛନ୍ତି । ଆଶୁତୋଷ…

କାଳବୈଶାଖୀ ପ୍ରଭାବ, ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ମାଲକାନଗିରି: କାଳବୈଶାଖୀ ରଚିଲା ତାଣ୍ଡବ। ସୋମବାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅସରଡ଼ା ଗାଁରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅସରଡ଼ା ଗାଁର ପାଙ୍ଗି ସୁକଦେବ ଓ ମାଲକାନଗିରି ଜିଲ୍ଲା ପେପରମେଟାଲ ଗାଁର ଖରା ସୀତାରାମ। ଖବର…

ତୁରନ୍ତ ପର୍ଯ୍ୟାପ୍ତ ଏନସିଇଆରଟି ବହି ଯୋଗାଅ ନଚେତ ହେବ ଆନ୍ଦୋଳନ: ଓଡ଼ିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ବର୍ତ୍ତମାନ ଶିକ୍ଷା ବର୍ଷ ଆରମ୍ଭ ସହିତ ପିଲାମାନଙ୍କ ପାଠ ପଢ଼ା ପାଇଁ ନୂତନ ବହି ନିତ୍ୟାନ୍ତ ଆବଶ୍ୟକ। ହେଲେ ବଜାରରେ ଏନସିଇଆରଟି ବହି ସମ୍ପୂର୍ଣ୍ଣ ଅଭାବ ରହିଛି। ବଜାରରେ କିଛି ସ୍ଥାନରେ ନିମ୍ନ ମାନର ନକଲି ବହି ବିକ୍ରି ହେଉଛି। ଅଭିଭାବକ ମାନେ ହଇରାଣ ହେବା ସହ ପିଲାମାନେ ଏ…