Latest Odisha News

BREAKING NEWS

ବଡେ ମିୟାଁ ଛୋଟେ ମିୟାଁ ୧୦ ବଦଳରେ ଏପ୍ରିଲ ୧୧ରେ ହେବ ରିଲିଜ

ମୁମ୍ବାଇ: ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ବଡେ ମିୟାଁ ଛୋଟେ ମିୟାଁ ଫିଲ୍ମର ରିଲିଜ ତାରିଖ ବଦଳିଛି । ଏପ୍ରିଲ ୧୦ ବଦଳରେ ଏହା ଏବେ ୧୧ରେ ଇଦ ଅବସରରେ ରିଲିଜ ହେବ । ମେକର୍ସ ଫିଲ୍ମର ରନଟାଇମ ମଧ୍ୟ ପରିବର୍ତନ କରିଛନ୍ତି । ୨ ଘଂଟା ୩୬ ମିନିଟ ବଦଳରେ ଏବେ ଏହାକୁ ୮ ମିନିଟ କମ କରି ଦିଆଯାଇଛି । ବଡେମିୟାଁ ଛୋଟେ ମିୟାଁ ଫିଲ୍ମର ଆଡଭାନ୍ସ ବୁକିଂରେ ୯ ହଜାର ଟିକେଟ ବିକ୍ରି ହୋଇଯାଇଛି । ଫଳରେ ଏହାର କଲେକ୍ସନ ଏବେ ଅତି କମରେ ୩୦ ଲକ୍ଷ ହେବ ବୋଲି ଜଣାପଡିଛି । ଭାରତରେ ୩ ହଜାର ଶୋ ରଖାଯାଇଛି । ଅପରପକ୍ଷରେ ଅଜୟ ଦେବଗାନ ଅଭିନୀତ ମୈଦାନ ଫିଲ୍ମକୁ ମଧ୍ୟ ଏପ୍ରିଲ ୧୧କୁ ଘୁଂଚାଇ ଦିଆଯାଇଛି । ଏହାର ମଧ୍ୟ ୬ହଜାରରୁ ଅଧିକ ଟିକେଟ ବିକ୍ରି ହୋଇ ସାରିଛି ।

ବଡେ ମିୟାଁ ଛୋଟେ ମିୟାଁ ୩୫୦ କୋଟି ବଜେଟରେ ନିର୍ମିତ ହୋଇଛି । ମୈଦାନ ଏକ ସ୍ପୋଟ୍ସ ଡ୍ରାମା । ୧୯୫୨ରୁ ୬୨ ମଧ୍ୟରେ ଭାରତର କୋଚ ରହିଥିବା ସୟେଦ ଅବଦୁଲ ରହୀମଙ୍କ ଜୀବନୀ ଉପରେ ଏହା ଆଧାରିତ । ୨ଟି ଯାକ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ରହିଥିବାରୁ ଏହା ଭଲ ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.