Latest Odisha News

BREAKING NEWS

୧ କୋଟିର ପୁରସ୍କାର ରାଶି ଥିବା କୁଖ୍ୟାତ କମାଣ୍ଡର ସହ ୧୧ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବକରକଟ୍ଟାରେ ଆତ୍ମସମର୍ପଣ କରିଛନ୍ତି ୧୨ କ୍ୟାଡର ନକ୍ସଲ । କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ କେନ୍ଦ୍ରୀୟ କମିଟି ସଦସ୍ୟ (ସିସିଏମ୍) ରାମଧେର ମାଜ୍ଜି ତାଙ୍କ ୧୧ ଜଣ ସହଯୋଗୀଙ୍କ ସହିତ ଆଜି ସକାଳେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଅଭିଯୋଗରୁ ୯୧ ପ୍ରତିଶତ ସମାଧାନ ହୋଇଛି: ମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧ ପ୍ରତିଶତ ସମାଧାନ ହୋଇଛି । ଦେଢ଼ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ୧୩ ହଜାର ୩୫୮ ଅଭିଯୋଗ ଗ୍ରହଣ କରିଛନ୍ତି ସେଥିରୁ ୧୨ ହଜାର ୪୩୨ ଅଭିଯୋଗର ସମାଧାନ ହୋଇଛି । ବାକି ଅଭିଯୋଗ ଜଟିଳ ଥିବାରୁ ବିଭାଗୀୟ ତର୍ଜମା କରାଯାଉଛି…

୧୮ ମାସରେ ୨୦ ପୋଲିସ ସମେତ ୨୭୧ ଅଧିକାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ଗତ ୧୮ ମାସ ମଧ୍ୟରେ ୨୦ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଲାଞ୍ଚ ନେବ ଅଭିଯୋଗରେ ବାନ୍ଧିଛି। ରାଜ୍ୟ ବିଧାନସଭାରେ ସୋମବାର ଦିନ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଏହି ସମୟ…

ସୁନା ବିସ୍କୁଟ ଲୋଭ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ବାଲେଶ୍ୱର: ବେଲାଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ନୀଳଗିରି ପୋଲିସ । ଅଭିଯୁକ୍ତଙ୍କଠାରୁ ୩ ଲକ୍ଷ ୨୯ ହଜାର ଟଙ୍କା ସହ ୫ଟି…

ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ ଜେଲ୍

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉ କିମ୍ବା ଅନ୍ୟ କିଛି କାରଣ ପାଇଁ, ଅନେକ ସମୟରେ ଦେଖିବାକୁ ମିଳେ କି କ୍ଷତିପୂରଣ ଦାବି କରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥାଏ। ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କରୁଛନ୍ତି ଲୋକେ। ରାସ୍ତା ବନ୍ଦ ହେବାରୁ ଲୋକଙ୍କୁ ଟ୍ରାଫିକ୍…

ଇଣ୍ଡିଗୋ ସଙ୍କଟରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇଣ୍ଡିଗୋ ସଙ୍କଟରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଭାରତର ମୁଖ୍ୟ ବିଚାରପତି କହିଛନ୍ତି ଯେ ସରକାର ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଯଦି ପରିସ୍ଥିତି ସମାନ ରହିଥାନ୍ତା ତେବେ ଏହା ଭିନ୍ନ ହୋଇଥାନ୍ତା। ଆମେ ବୁଝୁଛୁ ଯେ ଲକ୍ଷ ଲକ୍ଷ ଲୋକ ଏହି…

ମା’ ପୁଅଙ୍କ ନିକଟରୁ ୬୮ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ସେପଟେ କ୍ରିକେଟ ବ୍ୟାଟରେ ଗଞ୍ଜେଇ ଚାଲାଣ..

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବ୍ରାଉନସୁଗର କାରବାର ଚଳାଉଥିବା ମାଆ ଓ ପୁଅଙ୍କୁ କାମାକ୍ଷାନଗର ଅବକାରୀ ବିଭାଗ ଗିରଫ କରିଛି । ସେମାନଙ୍କୁ ନିକଟରୁ ୬୮୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଦୀର୍ଘ ଦିନ ଧରି ବ୍ରାଉନସୁଗର ଭଳି ସାଂଘାତିକ ନିଶା…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦; ଟିକେଟ କଳାବଜାରୀ ଅଭିଯୋଗରେ ୪ ଗିରଫ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ ପାଇଁ ଟିକେଟ୍‌ କଳାବଜାରୀ ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ବିଡାନାସୀ ଥାନା ଅଧିକାରୀମାନେ ଚଢ଼ା ଦରରେ ବିକ୍ରି ହେଉଥିବା ୧୨ଟି ଟିକେଟ୍‌ ଜବତ…

ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରତି ସତର୍କ ରୁହନ୍ତୁ, ଚିହ୍ନଟ ପରେ ହିଁ ନିଯୁକ୍ତି ଦିଅନ୍ତୁ:…

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ସେ ପୋଲିସକୁ ଅନେକ ନିର୍ଦ୍ଦେଶ ଜାରି କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ…

ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ: ବିଏନଏସ ୧୬୩ ଜାରି, ୪ ଦିନ ବନ୍ଦ ରହିବ ସ୍କୁଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ଉତ୍ତେଜନା ପରେ BNS ୧୬୩ ଜାରି କରାଯାଇଛି । ଉଭୟ ଗାଁର ୧୦ କିମି ପରିଧି ମଧ୍ୟରେ ୧୬୩ ଜାରି ହୋଇଛି । ପୋଲିସ ଓ ବିଏସଏଫ୍ ଯବାନ ମୁତୟନ ରହିଛନ୍ତି । ଏମ୍‌ଭି ୨୬ରେ ଥିବା ଆବାସିକ ବିଦ୍ୟାଳୟ ୪ ଦିନ ପାଇଁ ଛୁଟି…