Latest Odisha News

କିଏ ଯିବେ ରାଇସିନା ହିଲ୍ ? ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତି ଜାରି

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା ? କିଏ ଯିବେ ରାଇସିନା ହିଲ୍ ? ରାଷ୍ଟ୍ରପତି ପଦ ପାଇଁ ୧୮ ତାରିଖରେ ହୋଇଥିବା ନିର୍ବାଚନର ଆଜି ଭୋଟ୍ ଗଣତି ଚାଲିଛି । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଓ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ…

ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର

ଭୁବନେଶ୍ୱର: କର୍କଟ ସହ ଲଢ଼ୁଥିଲେ, ହେଲେ ଜୀବନ ଯୁଦ୍ଧରେ ହାରିଗଲେ । ବୁଧବାର ବିଳମ୍ବିତ ରାତିରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ବିୟୋଗ ଘଟିଛି । ବିଳମ୍ବିତ ରାତିରେ ରାଜେଶ୍ୱରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ପ୍ରଥମେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ…

ଖସୁଛି ଟଙ୍କା, ବଢ଼ୁଛି ଦରଦାମ

ନୂଆଦିଲ୍ଲୀ: ସଂକଟରେ ଭାରତୀୟ ଅର୍ଥନୀତି । ମହାମାରୀ କୋଭିଡ୍ ପରେ ମାନ୍ଦାବସ୍ଥାରୁ ମୁକୁଳି ପାରୁନି ଭାରତୀୟ ଅର୍ଥ ବ୍ୟବସ୍ଥା । ଦରବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସିବା ସ୍ଥିତିକୁ ଆହୁରି ସଂକଟ ଆଡ଼କୁ ଟାଣି ନେଉଛି । ଯଦିଓ ମେ ତୁଳନାରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ…

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଭୁବନେଶ୍ୱର: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ (STF) ଏକ କଲରାପତରିଆ ବାଘ ଛାଲ (Leopard Skin) ଜବତ କରିଛି । ରାମଗିର ଫରେଷ୍ଟ ଅଧିକାରୀଙ୍କ ସହାୟତାରେ ଏସଟିଏଫ୍ ରାମଗିର ଗୁପ୍ତେଶ୍ୱର ଗେଟ୍ ନିକଟ ପାର୍ଶ୍ୱ ରାସ୍ତାରେ ରେଡ୍ କରିଥିଲା । ଡିଲ୍ ବେଳେ ଜଣଙ୍କୁ ଗିରଫ କରିବା ସହ ଏକ…

ଶ୍ରୀଲଙ୍କା ରାଷ୍ଟ୍ରପତି ହେଲେ ୬ ଥରର ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଂଘେ

କଲମ୍ବୋ: ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ରାନିଲ୍ ବିକ୍ରମାସିଂଘେ । ସେ ଦୁଲ୍ଲାସ ଅଲାହପ୍ପେରୁମା ଓ ଅନୁରା କୁମାରାଙ୍କୁ ହରାଇ ରାଷ୍ଟ୍ରପତି ହୋଇଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ଚାଲିଯିବା ପରେ ଇସ୍ତଫା ଦେଇଥିଲେ । ଏହାପରେ…

ଦେଶୀ ମଦ ପିଇ ୭ ଜଣଙ୍କ ମୃତ୍ୟୁ, ଏକାଧିକ ଗୁରୁତର

କୋଲକାତା: ଦେଶୀ ମଦ ପିଇ ୭ ଜଣଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ହାୱଡ଼ା ଜିଲ୍ଲାର ମଲିପଞ୍ଚଘୋରା ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ସ୍ଥାନୀୟ ଏକ ଦୋକାନରୁ ଅବୈଧ ମଦ ଆଣି ପିଇବା ପରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଦେଶୀ ମଦ ନା ଆଉ କିଛି ସେନେଇ ପୋଲିସ,…

ପାଇକ ସ୍ମାରକୀ ନିର୍ମାଣ ଲାଗି ମାଗଣା ଜମି ଦେବେ ସରକାର

ଭୁବନେଶ୍ୱର: ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦ ଦେଶରେ ପାଇକ ସ୍ମାରକୀ ନିର୍ମାଣ ଲାଗି ମାଗଣା ଜମି ଦେବେ ରାଜ୍ୟ ସରକାର । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଖୋର୍ଦ୍ଧା ତହସିଲ୍ ଅନ୍ତର୍ଗତ ଖୋର୍ଦ୍ଧା ମୌଜାର ବରୁଣେଇ ପାହାଡ଼ ପାଦ ଦେଶରେ ୯ ଏକର ୬୫୮ ଡିସିମିଲ୍ ଜାଗା ବିନା…

[ଦେଖନ୍ତୁ ଭିଡିଓ] ବିଚରେ ବିବାହ ଉତ୍ସବ ବେଳେ ମାଡ଼ି ଆସିଲା ଜୁଆର, ତା’ପରେ…

ନୂଆଦିଲ୍ଲୀ: ବିଚ୍ ବିବାହକୁ ନେଇ ଯୁବପିଢିଙ୍କ ମଧ୍ୟରେ ଟ୍ରେଣ୍ଡ ବଢ଼ୁଛି । ଚାହିଦାରେ ଥିବା ଏଭଳି ଏକ ଫ୍ୟାନ୍ସି ୱେଡିଂ ସମୁଦ୍ର ଢେଉରେ ଧୋଇ ଯାଇଛି । ଆମେରିକୀୟ ଦ୍ୱୀପ ହୱାଇ ବିଚରେ ଧୁମଧାମରେ ଆୟୋଜିତ ହୋଇଥିଲା ବାହାଘର । ହେଲେ ବିବାହର ଆରମ୍ଭ ମାତ୍ର ୫ ମିନିଟ୍ ପୂର୍ବରୁ ସମୁଦ୍ର ଲହଡ଼ିରେ…

ଦାଦନ ରୋକିବାକୁ କି ନିଷ୍ପତ୍ତି ନେଲା ରାଜ୍ୟ କ୍ୟାବିନେଟ ?

ଭୁବନେଶ୍ୱର: ରାଜ୍ୟରେ ଦାଦନଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନୂଆ ଯୋଜନାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ନୂତନ ରାଜ୍ୟ କ୍ଷେତ୍ର ଯୋଜନା ଆରମ୍ଭ ହେବ । ମହାତ୍ମା ଗାନ୍ଧୀ ଜାତୀୟ ନିର୍ମାଣ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟ ସହାୟତାକୁ ଅନୁମୋଦନ ମିଳିଛି । ବଲାଙ୍ଗିର,…

୧୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କୋରାପୁଟ, ରାୟଗଡ଼ା, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଜଳ ଜୀବନ ମିଶନରେ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।…