Latest Odisha News

‘ଗଦର ୨’ ଦେଖି ଖୁବ୍ ପ୍ରଶଂସା କଲେ ସନ୍ନି ଦେଓଲଙ୍କ ସାବତ ମାଆ

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ଏବେ ଚର୍ଚ୍ଚାରେ । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ବକ୍ସ ଅଫିସରେ ମଧ୍ୟ ରେକର୍ଡ଼ କରିଛି । ଫିଲ୍ମ ରିଲିଜ୍ ହେବାର ୯ ଦିନରେ ୩୩୬.୧୩ କୋଟି ଟଙ୍କା ସଂଗ୍ରହ କରି ସାରିଲାଣି । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି…

ସେପ୍ଟେମ୍ବର ୨୫ରେ ବିବାହ ବନ୍ଧନରେ ବାନ୍ଧିହେବେ ପରିଣୀତି-ରାଘବ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା । ଆସନ୍ତା ସେପ୍ଟେ୍ଟମ୍ବର ୨୫ରେ ଉଭୟ ବିବାହ କରିବେ । ବିବାହ କମ୍ ଦିନ ଥିବାରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ରାଜସ୍ଥାନରେ ଧୁମ୍‌ଧାମ୍‌ରେ ସେମାନଙ୍କ ବିବାହ ଆୟୋଜିତ ହେବ…

୬୩ ବର୍ଷ ବୟସରେ ୮୭ଟି ଦେଶ କରିଥିଲେ ଭ୍ରମଣ : ଏବେ ବାହାରିଛନ୍ତି ମାଳଦ୍ୱୀପ ଭ୍ରମଣରେ

ନୂଆଦିଲ୍ଲୀ: ଯେଉଁ ବୟସରେ ଲୋକେ ଘରେ ବସି ନିଜ ନାତି ନାତୁଣୀଙ୍କ ସହ ଦିନ କାଟିବାକୁ ଚାହାଁନ୍ତି, ସେହି ବୟସରେ ଟର୍ବାନ ଟ୍ରାଭେଲରର ଖ୍ୟାତି ଅର୍ଜନ କରିଥିବା ଦିଲ୍ଲୀର ଅମରଜିତ ସିଂ ଚାୱଲା ପୁଣି ତାଙ୍କ କାରରେ ବିଶ୍ୱ ଭ୍ରମଣରେ ବାହାରିଛନ୍ତି । କିନ୍ତୁ ଏଥର ଅମରଜିତ ବିଶ୍ୱ ଭ୍ରମଣରେ ଏକୁଟିଆ…

ଆଗକୁ ଆସୁଛି ଆଉ ଏକ ଧାରାବାହିକ ‘ଶ୍ରୀମଦ୍ ରାମାୟଣ’

ମୁମ୍ବାଇ: ଓମ୍ ରାଉତଙ୍କ ରାମାୟଣକୁ ନେଇ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଫ୍ଲପ୍ ହୋଇଥିଲା । ଏବେ ପୁଣି ରାମାୟଣକୁ ନେଇ ଆଉ ଏକ ଧାରାବାହିକ ‘ଶ୍ରୀମଦ୍ ରାମାୟଣ’ ସୋନି ଟିଭିରେ ପ୍ରସାରଣ ହେବ । ୨୦୨୪ ମସିହା ଜାନୁୟାରୀରେ ଏହା ରିଲିଜ୍ ହେବ । ଏହି ଧାରାବାହିକ ପୌରାଣିକ ମହାକାବ୍ୟ ରାମାୟଣର ସଦ୍ୟତମ…

ସ୍ୱାଧୀନତା ଦିବସକୁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ କାହିଁକି ଛଡ଼ାଗଲା ନାହିଁ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆ ଭିତରେ ପାଳନ କରିଥିଲେ ରାଜ୍ୟ ସରକାର । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାତ୍ର ୧୦ ମିନିଟ୍ ମଧ୍ୟରେ ଏହାକୁ ସମାପନ କରି ଚାଲିଯାଇଥିଲେ । ପ୍ରଶାସନିକ ଅଧିକାରୀମାନେ ପ୍ରଦର୍ଶନୀ…

ଲୁଟ୍ ପାଇଁ ଯୋଜନା କରୁଥିବାବେଳେ ୪ ଗିରଫ, ଅଭିଯୁକ୍ତଙ୍କ ଆକ୍ରମଣରେ ପୋଲିସ ଗୁରୁତର

ଭୁବନେଶ୍ୱର: ଜାତୀୟ ରାଜପଥଷର ଲୁଟ୍‌ପାଟ କରିବା ଘଟଣାରେ ଧଉଳି ଥାନା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଓଲଟପୁରର କାଳନ୍ଦୀ ପାତ୍ର(୨୮), ଶିଶୁପାଳଗଡ଼ର ଅଭିଷେକ ନାୟକ(୨୧), ପୁରୀର ସିଦ୍ଧାନ୍ତ ମିଶ୍ର(୩୨) ଓ ବାଲୁଗାଁର ସୁଜିତ୍ ମହାରଣା (୩୨) । ଶୁକ୍ରବାର…

ଭତ୍ତା ପାଇଁ ଟ୍ରଲିରେ ବୁହାହେବା ଘଟଣା: ବୃଦ୍ଧାଙ୍କ ଆକାଉଣ୍ଟ ଖୋଲିଲେ ଡ଼ାକ କର୍ମଚାରୀ

ପାରଳାଖେମୁଣ୍ଡି: ଭତ୍ତା ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ବ୍ୟବସ୍ଥା ବନ୍ଦ କରି ହିତାଧିକାରୀଙ୍କ ହାତରେ ଦେବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଯେଉଁ ହିତାଧିକାରୀ ଚାଲି ପାରୁନାହାନ୍ତି ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବା ବ୍ୟବସ୍ଥା ମଧ୍ୟ କରିଛନ୍ତି । ହେଲେ…

ଦ୍ୱିତୀୟ ବିବାହ କରିବେ ପାକିସ୍ତାନୀ ଅଭିନେତ୍ରୀ ମାହିିରା ଖାନ୍‌

ମୁମ୍ବାଇ: ଦ୍ୱିତୀୟ ବିବାହ କରିବେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ । ଏହି ବିବାହ ଖବରକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ ଆସନ୍ତା ମାସରେ ପାକିସ୍ତାନର ପ୍ରସିଦ୍ଧ ବ୍ୟବସାୟୀ ସଲିମ କରିମଙ୍କୁ ବିବାହ କରିବେ । ମାହିରା ପୂର୍ବରୁ ଅଲି ଆସ୍କରିଙ୍କୁ ବିବାହ କରିଥିଲେ । କିନ୍ତୁ…

‘ଗଦର-୨’ରେ ଓଡିଆ ପୁଅଙ୍କ କମାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: ବଲିଉଡ ଫିଲ୍ମ ‘ଗଦର-୨’ରେ ଓଡ଼ିଆ ପୁଅଙ୍କ କମାଲ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ବରୁଣ ବିଷୋୟୀ ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ଫିଲ୍ମରେ କାମ କରି ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ଫଲି ଆର୍ଟିଷ୍ଟ ଭାବେ କାମ କରିବାର ସୁଯୋଗ ପାଇଛନ୍ତି । ଏନେଇ ବରୁଣଙ୍କ ପାଖକୁୁ…

ଏମିତି ଏକ ମନ୍ଦିର, ଯେଉଁଠି ମାନସିକ ପୂରଣ ପାଇଁ ଗଛରେ ତାଲା ଲଗାନ୍ତି ଲୋକେ

ମଧ୍ୟପ୍ରଦେଶ: ସାଧାରଣତଃ ଲୋକମାନେ ନିଜ ଭାଗ୍ୟର ତାଲା ଖୋଲିବା ପାଇଁ ମନ୍ଦିରରେ ମାନସିକ ରଖିଥାନ୍ତି । କିନ୍ତୁ ମଧ୍ୟପ୍ରଦେଶରେ ଏପରି ଏକ ଅନନ୍ୟ ମନ୍ଦିର ଅଛି ଯେଉଁଠାରେ ଶତ୍ରୁମାନଙ୍କ କୌଶଳ ଦୁର୍ବଳ କରିବାକୁ ମାନସିକ ରଖିଥାନ୍ତି ଲୋକେ । ନିଜର ମାନସିକ ପୂରଣ କରିବା ପାଇଁ ଏହି ମନ୍ଦିରରେ ଲୋକେ…