ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ଟିକାକରଣ ବଦଳରେ ଏମିତି ଏକ ଦାବି ଆଣିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟକ୍ତି ଜଣକର ଅଦ୍ଭୁତ ଦାବିରେ ଟିକାକରଣ କରୁଥିବା ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାସ୍ତବରେ, ଏହି ବ୍ୟକ୍ତି ଜଣକ ଟିକା ପାଇବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ପିଏମ ମୋଦୀ ନ ଆସିଲେ ସେ ଟିକା ଗ୍ରହଣ କରିବେନି। ମୋଦୀ ଆସିଲେ ସେ ପ୍ରତମ ଷହାଜ କରୋନା ଟିକା ନେବେ ବୋଲି କହିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜିଲ୍ଲା ଅଧିକାରୀ କହିଛନ୍ତି ଯେ ସେମାନେ ପୁଣି ଥରେ ଉକ୍ତ ବ୍ୟକ୍ତିଙ୍କୁ ମନାଇବା ପାଇଁ ଚେଷ୍ଟା କରିଛନ୍ତି।
ଧର ଜିଲ୍ଲାର ଡାହି ବ୍ଲକର ଉତ୍ସ ସଂଯୋଜକ ମନୋଜ ଦୁବେ କହିଛନ୍ତି ଯେ ଟିକାକରଣ ଦଳ କିକରବାସ ନାମକ ଏକ ଆଦିବାସୀ ଗ୍ରାମରେ ପହଞ୍ଚିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଏହି ଗ୍ରାମଟି ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ଅବସ୍ଥିତ। ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଭିଡିଓରେ ସରକାରୀ ଦଳ ଜଣେ ଗ୍ରାମବାସୀଙ୍କୁ ମନେଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ବ୍ୟକ୍ତିଙ୍କୁ ପଚାରିବାରୁ ବ୍ୟକ୍ତି ଜଣକ କହିଛନ୍ତ ଯେ ମୋଦୀ ନ ଆସିଲେ ସେ ଟିକାକରଣ କରିବେ ନାହିଁ।
Comments are closed.