ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (VSSUT)ର ଜଣେ ଛାତ୍ର ୧୮ ହଜାର ପଏଣ୍ଟ ପାୱାର କେନାଲରେ ବୁଡ଼ି ମରିଯିବା ଘଟଣା । ଛାତ୍ରଙ୍କ ମୃତ୍ୟୁ ପରେ ଭିସୁଟ୍ କର୍ତ୍ତୃପକ୍ଷ ଶୁକ୍ରବାର କଟକଣା ଜାରି କରିଛନ୍ତି ।
ଛାତ୍ରୀଛାତ୍ରଙ୍କୁ ୭ଟି ସ୍ଥାନକୁ ନ ଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଛାତ୍ରୀଛାତ୍ରଙ୍କୁ ପାୱାର ଚ୍ୟାନେଲ, ମହାନଦୀ, ସାଇଫନ ସ୍ପିଲେୱ, ଅତହର ହାଜର ପଏଣ୍ଟ, ରାଇଟ ଡାଇକ, ଝଙ୍କରାଣୀ ମନ୍ଦିର, ଫିସେରୀ ପଏଣ୍ଟ ନ ଯିବାକୁ କୁହାଯାଇଛି । ନିର୍ଦ୍ଦେଶ ନ ମାନିଲେ ଛାତ୍ରୀଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ସୂଚନା ଯୋଗ୍ୟ, ଗୁରୁବାର ବୁର୍ଲା ଥାନା ୧୮ ହଜାର ନିକଟ ପାୱାର୍ କେନାଲରେ ବୁଡ଼ି ଭିସୁଟ୍ ର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଥମ ବର୍ଷର ଛାତ୍ର ପ୍ରିୟାଂଶୁ ପ୍ରକାଶ ବେହେରାଙ୍କ ମୃତ୍ୟୁ ଘଟିଛି ।