Latest Odisha News

BREAKING NEWS

ବନ୍ଧୁକ ଚୋରା ଚାଲାଣ ଅଭିଯୋଗରେ ଅଟୋ ଡ୍ରାଇଭର ଗିରଫ

ଭୁବନେଶ୍ୱର : ଖଣ୍ଡଗିରି ପୋଲିସ ଶୁକ୍ରବାର ଦିନ ଜଣେ ଅଟୋ ଡ୍ରାଇଭରକୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଓ ୩ଟି ଗୁଳି ଜବତ କରିଛି ।

ଗିରଫ ଅଭିଯୁକ୍ତର ନାମ ମୁସ୍ତାକ ଅଲ୍ଲୀ ଖାନ୍ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ସେ ବନ୍ଧୁକ ଚୋରା ଚାଲାଣ ଓ ଅସ୍ତ୍ରଶସ୍ତ୍ର ବ୍ୟବସାୟ କରିବା ସହ ଡକାୟତିରେ ସମ୍ପୃକ୍ତ ଥିବା ନେଇ ସୁତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଖଣ୍ଡଗିରି ପୋଲିସ ଚଢାଉ କରି ଗଣ୍ଡମୁଣ୍ଡା ଅଞ୍ଚଳରୁ ମୁସ୍ତାକକୁ ଗିରଫ କରିଥିଲା ।

ଆହୁରି ମଧ୍ୟ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି “ ଖବର ପାଇ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ସମ୍ପୃକ୍ତ ରହିଥିବା ମୁସ୍ତାକକୁ ଗିରଫ କରାଯାଇଥିଲା” ।

ସେ ସୂଚନା ଦେଇ କହିଛନ୍ତି ଏନେଇ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ପୁରୀ ଜିଲ୍ଲା ପିପିଲିରେ ରହୁଥିବା ଏହି ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି ।

Leave A Reply

Your email address will not be published.