Latest Odisha News

BREAKING NEWS

ଅଧିବର୍ଷ ୨୦୨୪: ଫେବୃଆରୀ ୨୯ରେ ଜନ୍ମ ଗ୍ରହଣ କରିଥିବା ଲୋକଙ୍କ ପାଇଁ ଖାସ୍ ଅଟେ ଏହି ଦିନ

ଭୁବନେଶ୍ଵର: ଆଜି ଫେବୃଆରୀ ୨୯ ତାରିଖ । ଅର୍ଥାତ୍ ଅଧିବର୍ଷ । ସାଧାରଣତଃ ସମସ୍ତେ ଜାଣନ୍ତି ଯେ ପ୍ରତି ଚାରି ବର୍ଷରେ ଥରେ ଏହି ଅଧିବର୍ଷ ପଡିଥାଏ ଓ ଫେବୃଆରୀ ମାସରେ ୨୮ ଦିନ ପରିବର୍ତ୍ତେ ୨୯ ଦିନ ହୋଇଥାଏ । ଅଧି ର ଅର୍ଥ ହେଉଛି ଅଧିକ।ଏକ ସାମାନ୍ୟ ବର୍ଷ ରେ ୩୬୫ ଦିନ ରହିଥାଏ ଓ ଅଧିବର୍ଷରେ ୩୬୬ ଦିନ ରହିଥାଏ ମାନେ ଗୋଟେ ଦିନ ଅଧିକ ରହିଥାଏ । ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରିବାକୁ ୩୬୫ ଦିନ ଏବଂ ପ୍ରାୟ ୬ ଘଣ୍ଟା ସମୟ ନେଇଥାଏ । ଏହି କାରଣରୁ, ପ୍ରତି ଚାରି ବର୍ଷରେ ଗୋଟିଏ ଦିନ ଅର୍ଥାତ ୨୪ ଘଣ୍ଟା ବୃଦ୍ଧି ହୁଏ, ତେଣୁ ପ୍ରତି ଚାରି ବର୍ଷ ପରେ ଫେବୃଆରି ମାସରେ ଏହି ୨୪ ଘଣ୍ଟାକୁ ଯୋଡ଼ି ଦିଆଯାଏ, ଅର୍ଥାତ୍‌ ଫେବୃଆରି  ମାସରେ ୨୯ ଦିନ ହୁଏ । ଏହା ଅଧିବର୍ଷ ନାମରେ ଜଣାଯାଏ ।

ତେବେ ଆଜି ସେହି ଲୋକମାନଙ୍କ ପାଇଁ ଏକ ବିଶେଷ ଦିନ, ଯେଉଁମାନେ ଏହି ଅଧିବର୍ଷରେ ଜନ୍ମଗ୍ରହଣ କରିଥିଲେ । ଚାରି ବର୍ଷରେ ଥରେ ସେମାନେ ନିଜର ଜନ୍ମଦିନ ପାଳନ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଦେଶର ସେପରି କିଛି ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାର ଜନ୍ମ ୨୯ ଫେବୃଆରୀ ଅର୍ଥାତ୍ ଅଧିବର୍ଷରେ ପଡେ । ଆମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତିତ୍ୱମାନଙ୍କ ବିଷୟରେ…

ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ୧୮୯୬ ମସିହା ୨୯ ଫେବୃଆରୀରେ ଜନ୍ମଗ୍ରହଣ କରିଥିଲେ । ଏବଂ ୧୦ ଏପ୍ରିଲ ୧୯୯୫ରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ମୋରାରଜୀ ଦେଶାଇ ୯୯ ବର୍ଷ ବଞ୍ଚିଥିଲେ । କିନ୍ତୁ ତାଙ୍କ ଜୀବନ କାଳ ଭିତରେ ସେ ମାତ୍ର ୨୪ଥର ନିଜର  ଜନ୍ମଦିନ ପାଳନ କରିଛନ୍ତି । କେବଳ ଏତିକି ନୁହେଁ, ମୋରାରଜୀ ଦେଶାଇ ହେଉଛନ୍ତି ଏକମାତ୍ର ଭାରତୀୟ ରାଜନେତା ଯିଏକି ଅଧିବର୍ଷରେ ଜନ୍ମ ହୋଇଥିଲେ।

ଅଲିମ୍ପିଆନ୍ ଏବଂ ଅର୍ଜୁନ ପୁରସ୍କାର ବିଜେତା ଭାରତୀୟ ସୁଟର ପ୍ରକାଶ ନଞ୍ଜପ୍ପା ୨୯ ଫେବୃଆରୀ ୧୯୭୬ରେ ଜନ୍ମଗ୍ରହଣ କରିଥିଲେ। ସେ ଗ୍ଲାସ୍ଗୋରେ ୨୦୧୪ କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଏବଂ ୨୦୧୪ ଇଞ୍ଚିଅନ୍ ଏସୀୟ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ସେହିପରି ଭାରତର ପ୍ରସିଦ୍ଧ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା କଳାକ୍ଷେତ୍ରର ପ୍ରତିଷ୍ଠାତା ରୁକ୍ମିଣୀ ଦେବୀ ମଧ୍ୟ ୧୯୦୪ ଫେବୃଆରୀ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ହକି ଦଳର ଜଣେ ଜଣାଶୁଣା ଖେଳାଳି ଆଡମ୍ ସିନକ୍ଲେୟର ଅଧିବର୍ଷ ଅର୍ଥାତ୍ ୨୯ ଫେବୃଆରୀରେ ଜନ୍ମଗ୍ରହଣ କରିଥିଲେ । ସେହିପରି ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ବର୍ଷା ଉସଙ୍ଗାଓକରଙ୍କର ଜନ୍ମଦିନ ମଧ୍ୟ ଅଧିବର୍ଷ ଅର୍ଥାତ୍ ୨୯ ଫେବୃଆରୀରେ ପଡେ । 1990 ଦଶକରେ ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ନାମ ଅର୍ଜନ କରିଥିବା ବର୍ଷା ୨୯ ଫେବୃଆରୀ ୧୯୬୮ରେ ଜନ୍ମଗ୍ରହଣ କରିଥିଲେ।

Leave A Reply

Your email address will not be published.