ଲଦାଖ: ଲଦାଖର ମାଉଣ୍ଟ କୁନରେ ହିମସ୍ଖଳନ। ଏହି ହିମସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଭାରତୀୟ ସେନା। ଏହି ଦୁର୍ଘଟଣାରେ ଜଣେ ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଯବାନ ନିଖୋଜ ହୋଇଛନ୍ତି। ସେମାନଙ୍କୁ ଖୋଜା ଯାଉଛି। ସୂଚନା ଅନୁସାରେ ମୃତ ଯବାନଙ୍କ ମୃତଦେହକୁ ଠାବ କରାଯାଇଛି। ବାକି ୩ ଜଣ ବରଫରେ ଫଶି ରହିଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି।
ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଲଦାଖ ସ୍ଥିତ ଭାରତୀୟ ସେନା ଆର୍ମି ୱିଙ୍ଗ ସହିତ ଜଡିତ ଲୋକ ମାଉଣ୍ଟ କୁନ ପାଖରେ ନିୟମିତ ତାଲିମ କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ସମୟରେ ହିମସ୍ଖଳନ ହେବାରୁ ପାଖାପାଖି ୪୦ ସେନା କର୍ମଚାରୀ ହିମସ୍ଖଳରେ ଫଶି ଯାଇଥିଲେ । ଏହା ଦ୍ୱାରା ୪ ଜଣ ସେନା କର୍ମଚାରୀ ବରଫରେ ଫଶି ଯାଇଛନ୍ତି । ସେଥିମଧ୍ୟରୁ ଜଣେ ସେନାଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ସେଠାରେ ପାଗ ଖରାପ ଥିବାରୁ ଅନ୍ୟ କର୍ମଚାରୀମାନଙ୍କୁ ଖୋଜିବାରେ ସମୟ ଲାଗୁଛି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଚଳିତ ବର୍ଷ ଫେବୃଆରୀରେ ଜମ୍ମୁ କଶ୍ମୀରର ଗୁଲମର୍ଗର ଉପର ମୁଣ୍ଡରେ ଏକ ବଡ଼ ଧରଣର ହିମସ୍ଖଳରେ ପୋଲାଣ୍ଡରୁ ଦୁଇଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ ଏବଂ ୨୧ ଜଣ ଫସି ରହିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଏହାପୂର୍ବରୁ ଏପ୍ରିଲ ମାସରେ ପୂର୍ବ ସିକ୍କିମର ନାଥୁଲା ଅଞ୍ଚଳରେ ଏକ ବଡ଼ ଧରଣର ହିମସ୍ଖଳରେ ସାତ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୫-୩୦ ପର୍ଯ୍ୟଟକ ଏବଂ ଛଅଟି ଗାଡି ବରଫରେ ଫସି ରହିଥିଲା।
Comments are closed.