Latest Odisha News

ମହିଳାଙ୍କୁ ଘାରିଛି ପାଉଡ଼ର ଖାଇବା ନିଶା; ୧୫ ବର୍ଷରେ ଖର୍ଚ୍ଚ କଲେଣି ୮ ଲକ୍ଷ ଟଙ୍କା !

ଭୁବନେଶ୍ୱର: ସାଧାରଣତଃ ମହିଳାମାନେ ସଜେଇ ହେବାକୁ ପସନ୍ଦ କରନ୍ତି । ଏଥିପାଇଁ ସେମାନଙ୍କୁ ସ୍ନୋ, ପାଉଡର, ଲିପଷ୍ଟିକ ଭଳି ବିଭିନ୍ନ ସାମଗ୍ରୀ ପ୍ରତି ଅଧିକ ଆକର୍ଷଣ ରହିଥାଏ। ତେବେ ଆଜି ଆମେ ଆପଣଙ୍କ ଜଣେ ଅଦ୍ଭୁତ ମହିଳାଙ୍କ ସମ୍ପର୍କରେ କହିବାକୁ ଯାଉଛୁ । ଯାହାଙ୍କର ପାଉଡର ପ୍ରତି ରହିଛି ବିଶେଷ ଆକର୍ଷଣ । କିନ୍ତୁ ଏହି ଆକର୍ଷଣ ପାଉଡରକୁ ଦେହରେ ଲଗାଇବା ପାଇଁ ନୁହେଁ ବରଂ ଖାଇବା ପାଇଁ । ହଁ ଆଜ୍ଞା ଆପଣ ଠିକ ପଢିଲେ। ଦେହରେ ଲଗାଇବା ବଦଳରେ ପାଉଡର ଖାଇବାକୁ ବେଶୀ ପସନ୍ଦ କରିଛନ୍ତି ଏହି ମହିଳା ।

୪୪ ବର୍ଷୀୟ ଏହି ମହିଳାଙ୍କ ନାମ ଲିସା ଏଣ୍ଡରସନ ହୋଇଥିବା ବେଳେ ସେ ଲଣ୍ଡନର ବାସିନ୍ଦା ଅଟନ୍ତି ।

ଲିସା ବିଗତ ୧୫ ବର୍ଷ ମଧ୍ୟରେ ୮ଲକ୍ଷରୁ ଊଦ୍ଧ୍ୱ ଟଙ୍କାର ପାଉଡର ଖାଇ ସାରିଲେଣି । ପ୍ରତିଦିନ ସେ ୨୦୦ଗ୍ରାମରୁ ଅଧିକ ପାଉଡର ଖାଆନ୍ତି ବୋଲି କହିଛନ୍ତି ।

“ମୋ ଛୋଟ ଛୁଆକୁ ଯେତେବେଳେ ପ୍ରଥମେ ଗାଧେଇ ସାରିଲା ପରେ ପାଉଡର ଲଗାଇଲି ଏହାର ବାସ୍ନାରେ ବିଭୋର ହୋଇପଡିଲି । ଏହାକୁ ଲୁଚେଇ ଖାଇଲି । ପରେ ଏହା ନିଶାରେ ପରିଣତ ହୋଇଗଲା” ବୋଲି ଲିସା କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, “୧୦ ବର୍ଷ ପର୍ଯ୍ୟନ୍ତ ଏହି କଥା ଘରଲୋକ ଜାଣି ନ ଥିଲେ । ଜଣେ ଅନ୍ତରଙ୍ଗ ବନ୍ଧୁ ବାରମ୍ବାର ବାଥରୁମ ଯିବା କାରଣ ପଚାରିବାରୁ ତାଙ୍କୁ ସତକଥା କହିଥିଲି । ଏ ସମ୍ପର୍କରେ ଡାକ୍ତରଙ୍କୁ ପଚରାଯିବାରୁ ସେ କହିଥିଲେ ଲିସା ପିକା(ଚସମବ) ସିଣ୍ଡ୍ରମରେ ପୀଡିତ ।

ଏଥିରେ ଆକ୍ରାନ୍ତ ବ୍ୟକ୍ତି ରଙ୍ଗ, ଧୂଳି ଓ ଖରାପ ଖାଦ୍ୟ ଖାଇଥାନ୍ତି । ସେମାନେ ଖାଦ୍ୟର ଭଲ ମନ୍ଦ ବିଷୟରେ ଜାଣି ପାରନ୍ତି ନାହିଁ । ପାଉଡର ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଲିସା ଏହି ଅଭ୍ୟାସ ନ ଛାଡିଲେ ଅସୁବିଧାରେ ପଡିବେ ବୋଲି ଡାକ୍ତର ତାଙ୍କୁ ଚେଟେଇ ଦେଇଛନ୍ତି ।

Leave A Reply

Your email address will not be published.