Latest Odisha News

BREAKING NEWS

ଆଧୁନିକ ଫିଲ୍ମରେ ଭୌତିକ ଜୀବନର ଅନୁଭବ ଦେଉଛି ‘ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର’

ନୂଆଦିଲ୍ଲୀ : ‘ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର’ । ଏକ ଆଧୁନିକ ଫିଲ୍ମ ହେଲେ ବି ଜଳରାଶି ଭିତରେ ଜୀବମାନଙ୍କର ଜୀବନଶୈଳୀକୁ ବଖାଣୁଛି । କାହାଣୀରେ ମଣିଷ ନିଜକୁ ସମ୍ପୃକ୍ତି କରୁଛି । ସିନେମା ହଲରେ ଅନେକ ଭିଡ଼ ଦେଖିବାକୁ ମିଳୁଛି ।

ଅବତାର-୧ରେ ପେଣ୍ଡୋରା ଆୟାର୍ଲାଣ୍ଡର ନିଆରା ଓ ରହସ୍ୟମୟ ଦୁନିଆକୁ ଦେଖାଇଥିଲେ ଫିଲ୍ମ ନିର୍ମାତା ଜେମ୍ସ କ୍ୟାମରୁନ । ଏବେ ତାଙ୍କର ଅବତାର : ଦ ଓ୍ୱେ ଅଫ୍ ଓ୍ୱାଟର ଫିଲ୍ମ ଥ୍ରୀ-ଡି  ଟେକନିକ୍ ସହିତ ଫିଲ୍ମହଲ୍ କୁ ଆସିଛି । ଯାହା ଦର୍ଶକଙ୍କୁ ଗଭୀର ସମୁଦ୍ର ଭିତରକୁ ନେଇଯିବ । ହଜାର ହଜାର ଜୀବମାନଙ୍କର ଜୀବନର କାହାଣୀ । ସାଇନ୍ସ ଫିକ୍ସନ ସହିତ ଭାବାବେଗ ଓ ସାମାଜିକ ଜୀବନ କିଭଳି, ତାହା ଦେଖିବାକୁ ମିଳିବ । କାହାଣୀରେ ଜୀବନର ବିଭିନ୍ନ ରଙ୍ଗ, ପ୍ରେମ, ଭାବକୁ ଏଭଳି ପ୍ରଦର୍ଶନ କରାଯାଇଛିଯେ ଜଣେ ନିଜକୁ ସେଥିରେ ନିଜକୁ ଯୋଡ଼ିବାକୁ ବାଧ୍ୟ ହେଉଛନ୍ତି ।

ମାନବଜାତି ବିରୁଦ୍ଧରେ ସାମୁଦ୍ରିକ ଜୀବଙ୍କ ବିଦ୍ରୋହ । ସାମ୍ ଓ୍ୱର୍ଥିଂଟନ୍, ଜୋ ସାଲଦାନା, ସିଗୋର୍ନି ଓ୍ୱିଭର, ଷ୍ଟିଫେନ୍ ଲାଙ୍ଗ, କେଟ୍ ଓ୍ୱିନ୍ସଲେଟ୍ ଜେକ୍ ସୁଲି ଓ ନେତ୍ରୀଙ୍କ ଭଳି ନିଖୁଣ ଅଭିନୟ କରିଛନ୍ତି । ଯାହା ଅତ୍ୟନ୍ତ ଜୀବନ୍ତ ମନେହେଉଛି ।

ହଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ଜେମ୍ସ କ୍ୟାମରୁନ ଟାଇଟନିକ ଓ ଟର୍ମିନେଟର ଭଳି କାଳଜୟୀ ଫିଲ୍ମ ଦେଇଛନ୍ତି । ୨୦୦୯ରେ ଅବତାର ଓ ୧୩ ବର୍ଷ ପରେ ଅବତାର-୨ ଆଣିଛନ୍ତି । କଳ୍ପନାର ଦୁନିଆକୁ ନେଇଯିବା ଭଳି ଦୃଶ୍ୟ ଓ ଜବରଦସ୍ତ ଭିଏଫଏକ୍ସ ଥ୍ରୀ-ଡି ଫିଲ୍ମ ଦେଖିବାକୁ ଦର୍ଶକ ୩ଘଣ୍ଟା ୧୨ ମିନିଟ ଭିତରେ ଗୋଟେ ସେକେଣ୍ଡ ବି ବୋର୍ ହେବେନି । ଆଜିର ଆଧୁନିକତା ଆଳରେ ତିଆରି ଫିଲ୍ମରୁ ବାହାରି ଦର୍ଶକ ପୂରା ପରିବାର ସହିତ ବସି ଏହି ଫିଲ୍ମକୁ ଉପଭୋଗ କରୁଛନ୍ତି ।

ଆଜି ୪ର୍ଥ ଦିନରେ ସିନେମା ହଲରେ ଫିଲ୍ମର ମଜା ନେଉଛନ୍ତି ଦର୍ଶକ । ସୋମବାର ସୁଦ୍ଧା ଓ୍ୱାଲ୍ଡଓ୍ୱାଇଡ୍ ଇନକମ୍ ୩୫୦୦ କୋଟି ଟଙ୍କା ହୋଇଛି । ଭାରତରେ ୨୦୦ କୋଟି ଟଙ୍କାର ଆୟ କରିଲାଣି ଅବତାର-୨ । କେବଳ ସୋମାବାର ଭାରତରେ ୧୮.୫୦ କୋଟିର ବ୍ୟବସାୟ କରିଛି ।

Leave A Reply

Your email address will not be published.