Latest Odisha News

BREAKING NEWS

ଭାରତୀୟ ଯବାନଙ୍କ ଗୁଳିରେ ୩ ଏଲ୍ଇଟି ଆତଙ୍କୀ ନିପାତ

ଜମ୍ମୁ: ଜମ୍ମୁ କାଶ୍ମୀରରେ ୩ ଆତଙ୍କବାଦୀ ନିପାତ । ଆଜି ସକାଳୁ ସୋପିଆଁ ଠାରେ ସୁରକ୍ଷାବଳ ଗୁଳିରେ ଟଳିଲେ ଲସ୍କର-ଏ-ତୋଇବାର ୩ ଆତଙ୍କୀ । ସୋପିଆଁ ଠାରେ ସୁରକ୍ଷାବଳଙ୍କ ସହିତ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ମୁଞ୍ଝ ମାର୍ଗ ସହ ପୂରା ଅଞ୍ଚଳରେ ନାକାବନ୍ଦୀ, ଖାନତଲାସୀ କରୁଛି ପୋଲିସ । କାଶ୍ମୀର ଜୋନ୍ ପୋଲିସର ସୂଚନା ଅନୁସାରେ, ଆତଙ୍କବାଦୀଙ୍କ ପରିଚୟ ଭାରତୀୟ ସେନା କରିଛନ୍ତି ।

ଏମାନଙ୍କ ମଧ୍ୟରୁ ଜଣେ କାଶ୍ମୀର ପଣ୍ଡିତ ପୁରାଣ କୃଷ୍ଣ ଭଟ୍ଟ ଓ ଆଉ ଜଣେ ନେପାଳୀ ନାଗରିକ ତିଲ ବାହାଦୂର ଥାପାଙ୍କ ହତ୍ୟାରେ ସାମିଲ ଥିଲେ । ସେମାନଙ୍କ ଠାରୁ ଏକ ଏକେ ୪୭ ରାଇଫଲ ଓ ୨ଟି ପିସ୍ତଲ ଜବତ ହୋଇଛି । କିଛି ଦିନ ପୂର୍ବରୁ ବାଥୁ ଶିରମଲ୍ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆତଙ୍କୀଙ୍କୁ ଧରିବା ପାଇଁ ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ କରୁଥିଲା ଭାରତୀୟ ସେନା ।

Leave A Reply

Your email address will not be published.