Latest Odisha News

BREAKING NEWS

ଅଭୁଲା ଗୀତ : ମୋ ମନବୀଣାର ତାରେ

ଗୀତ : ଜୀବନାନନ୍ଦ ପାଣି

ଗାୟନ :  ନିର୍ମଳା ମିଶ୍ର

ସଙ୍ଗୀତ : ବାଳକୃଷ୍ଣ ଦାଶ

ଚଳଚ୍ଚିତ୍ର : ମଣିକଯୋଡି, ୧୯୬୩

ମୋ ମନବୀଣାର ତାରେ
ହେ ଅବୁଝା ମୂରୁଛନା
ମୋ ମନବୀଣାର ତାରେ
ହେ ଅବୁଝା ମୂରୁଛନା
ମୋ ମନବୀଣାର ତାରେ
ଏତେ ମଧୁ ସୁରେ ଆଉ
ମୋତେ ଡାକନା
ନା
ମୋ ମନବୀଣାର ତାରେ
କୁହ କିମ୍ପା ଏତେ ସୁର
ଏ ମନେ ବଜାଇ ଗଲ
ସବୁଜ ସପନ ମାୟା
ଏ ଆଖିରେ ଛାଇ ଦେଲ
ତେଣୁ ଆଜି ଆଉ କିଛି
ଭଲ ଲାଗେ ନା
ମୋ ମନବୀଣାର ତାରେ
ହେ ଅବୁଝା ମୂରୁଛନା
ମୋ ମନବୀଣାର ତାରେ
ତୁମେ ନୀଳ ଆକାଶର ଚନ୍ଦ୍ରମା
ମୁଁ ନୀଳକଇଁ
ନୀଳିମାର ଦିଆନିଆ
ଏ ସାରା ଜୀବନ ପାଇଁ
ଛନ୍ଦ ମୁଁ ସୁର ତୁମେ
ଭୁଲି ପାରେନା
ନା
ମୋ ମନବୀଣାର ତାରେ
ହେ ଅବୁଝା ମୂରୁଛନା
ମୋ ମନବୀଣାର ତାରେ

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬ ରୁ ୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

 

Leave A Reply

Your email address will not be published.