Latest Odisha News

ବାରିପଦାରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜନ ସଚେତନତା

ବାରିପଦା: ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ସେବାରେ ଦେଖା ଦେଉଥିବା ବିଭିନ୍ନ ପ୍ରକାର ଅଭିଯୋଗର ନିରାକରଣ ଏବଂ ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ଦିନିକିଆ କାର୍ଯ୍ୟକ୍ରମରେ ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଶିବପ୍ରସାଦ ଚୌଧୁରୀ, ବ୍ୟାଙ୍କ ଅଫ୍ ଇଣ୍ଡିଆର ଜୋନାଲ ମ୍ୟାନେଜର ରମେଶ ଚନ୍ଦ୍ର ଦାସ, ରିଜର୍ଭ ବ୍ୟାଙ୍କ ଲୋକପାଳ ପଙ୍କଜ କୁମାର ନାୟକ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଦେବ ପ୍ରସାଦ କୋହର ପ୍ରମୁଖ ଯୋଗ ଦେଇଥିଲେ ।

Awareness By Reserve Bank Of India In Baripada

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସମେତ ବିଭିନ୍ନ ବ୍ୟାଙ୍କ ଜମାକାରୀ ଏବଂ ଋଣ ଗ୍ରହୀତା ହିତାଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଥିବା ଅଧିକାରୀ ମାନେ ବ୍ୟାଙ୍କ ରେ ଟଙ୍କା ଆଦାନ ପ୍ରଦାନ କରିବା ସମୟରେ ଗ୍ରାହକମାନଙ୍କୁ ଅଧିକ ସଚେତନ ରହିବା, ବିଶେଷ କରି ସେମାନଙ୍କ ଆକାଉଣ୍ଟ ନମ୍ବର କିମ୍ବା ଓଟିପି ଅଜଣା ବ୍ୟକ୍ତି ମାନଙ୍କ ସହ ସେୟାର ନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷରେ ବ୍ୟାଙ୍କ ସେବା ବ୍ୟବସ୍ଥାରେ କିଛି କୌଣସି ଅସହଯୋଗ ଅନୁଭବ କଲେ ଗ୍ରାହକମାନେ ବ୍ୟାଙ୍କ ଲୋକପାଳଙ୍କ ସହଯୋଗ ନେବାକୁ ଉଚ୍ଚ ଅଧିକାରୀମାନେ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.