Latest Odisha News

BREAKING NEWS

ୟେସ୍ ବ୍ୟାଙ୍କରେ ୬୦୦ କୋଟି ନିବେଶ କରିବ ଆକ୍ସିସ୍ ବ୍ୟାଙ୍କ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ୬୦୦ କୋଟି ଟଙ୍କା ନିବେଶକୁ ଆକ୍ସିସ୍ ବ୍ୟାଙ୍କ ବୋର୍ଡ ମଂଜୁରି ପ୍ରଦାନ କରିଛି ।

ୟେସ୍ ବ୍ୟାଙ୍କରେ ନିବେଶ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ନେଇ ଗଠନ ହୋଇଥିବା କନସୋର୍ଟିୟମ୍‌ର ଏକ ଅଂଶ ହେଉଛି ଆକ୍ସିସ୍ ବ୍ୟାଙ୍କ ।

ୟେସ୍ ବ୍ୟାଙ୍କର ୬୦ କୋଟି ଇକ୍ୱିଟି ସେୟାରକୁ ଆକ୍ସିସ୍ ବ୍ୟାଙ୍କ ହାସଲ କରିବ । ସେୟାରଗୁଡ଼ିକର ଫେସ ଭାଲ୍ୟୁ ୨ ଟଙ୍କା ହୋଇଥିବା ବେଳେ ତାହା ଉପରେ ୮ ଟଙ୍କାର ପ୍ରିମିୟମ୍ ପ୍ରଦାନ କରାଯିବ ।

ଏହିଭଳି ଭାବେ ପ୍ରତି ସେୟାର ପିଛା ୧୦ ଟଙ୍କା ହିସାବରେ ଆକ୍ସିସ୍ ବ୍ୟାଙ୍କ ୬୦୦ କୋଟି ଟଙ୍କା ନିବେଶ କରି ୟେସ୍ ବ୍ୟାଙ୍କର ୫%ରୁ ସାମାନ୍ୟ କମ୍ ଅଂଶଧନ ଅଧିଗ୍ରହଣ କରିବ ।

ବିଶ୍ୱ ବଜାରରେ ଅସ୍ଥିରତାର ସ୍ଥିତି ଲାଗି ରହିଥିବା ବେଳେ ୟେସ୍ ବ୍ୟାଙ୍କ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମେତ ଭାରତୀୟ ଘରୋଇ ବ୍ୟାଙ୍କଗୁଡ଼ିକ ମିଶି ଦୀର୍ଘମିଆଦୀ ପୁଞ୍ଜି ଆଣିଛନ୍ତି ।

ୟେସ୍ ବ୍ୟାଙ୍କରେ ହେବାକୁ ଥିବା ସମସ୍ତ ନିବେଶ ପାଇଁ ତିନି ବର୍ଷର ଲକ୍ ଇନ୍ ଅବଧି ରହିବ ।

ଏହି ନିବେଶ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ବିଶ୍ୱ ଅର୍ଥନୀତି କେତେକ ଆହ୍ୱାନପୂର୍ଣ୍ଣ ସମୟ ଦେଇ ଗତି କରୁଥିବା ବେଳେ ଭାରତୀୟ ବ୍ୟାଙ୍କିଙ୍ଗ ଓ ଆର୍ଥିକ ବ୍ୟବସ୍ଥା ବେଶ ସହନଶୀଳ ରହିଛି ।ଭାରତର ବ୍ୟାଙ୍କିଙ୍ଗ ଶିଳ୍ପର ଦୀର୍ଘମିଆଦୀ ଭବିଷ୍ୟତ ଉପରେ ଆକ୍ସିସ୍ ବ୍ୟାଙ୍କର ବିଶ୍ୱାସ ରହିଛି ଓ ବ୍ୟବସ୍ଥାରେ ସ୍ଥିରତା ଆଣିବା ଲାଗି ଆମକୁ ସୁଯୋଗ ପ୍ରଦାନ କରାଯାଇଥିବାରୁ ଆମେ ବହୁତ ଖୁସି ।’’

Comments are closed.