Latest Odisha News

BREAKING NEWS

ବିବାହ କରିବେ ଡ୍ୟାନ୍ସିଂ କୁଇନ ସପନା ଚୌଧୁରୀ

ହିସାର: ଲୋକପ୍ରିୟତାର ଶିଖରରେ ଥିବା ହରିୟାଣାର ଡ୍ୟାନ୍ସି କୁଇନ ସପନା ଚୌଧୁରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସପନା ଇତି ମଧ୍ୟରେ ନିର୍ବନ୍ଧ ମଧ୍ୟ କରିସାରିଲେଣି । ତାଙ୍କ ମନର ମଣିଷ ନେଇ ସେ ମୁହଁ ଖୋଲି ନ ଥିଲେ ମଧ୍ୟ ହରିୟାଣା ଫିଲ୍ମର ସୁପରଷ୍ଟାର ବୀର ସାହୁଙ୍କୁ ସେ ବିବାହ କରିବେ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଭଲ ସମ୍ପର୍କ ରହିଛି ବୋଲି ଖବର ପ୍ରକାଶ ପାଇଛି । ବୀର ସାହୁ ଏକ ଜାଟ ପରିବାରରୁ ଆସିଛନ୍ତି । ସେ ଗାୟକ, ଲେଖକ ଓ କଳାକାର ଅଟନ୍ତି । ଥଡ୍ଡୀ ବଡ୍ଡୀ, ଗାନ୍ଧୀ ଫିର ଆ ଗୟା ଓ ଖଳନାୟକ ପରି ସଫଳ ଫିଲ୍ମରେ ସେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.