ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ପ୍ରଭୁ ଶ୍ରୀରାମଙ୍କ ନାମରେ ନାମିତ କରାଯିବ। ବିମାନବନ୍ଦରର ନାମ ‘ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବିମାନବନ୍ଦର’ ରଖାଯିବ। ସୋମବାର ଉତ୍ତରପ୍ରଦେଶ ବିଧାନସଭାରେ ଉପସ୍ଥାପିତ ବଜେଟରେ ଏଥିପାଇଁ ୧୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଅଯୋଧ୍ୟା ବିମାନବନ୍ଦର ପାଇଁ ବ୍ୟବସ୍ଥା ବ୍ୟତୀତ ଏହାପରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ହେବ। ବଜେଟରେ ବିମାନବନ୍ଦରରେ ବିମାନ ଚଳାଚଳ ସଂଖ୍ୟା ୨ ରୁ ୬ କୁ ବୃଦ୍ଧି ପାଇଁ ୨୦୦୦ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।
ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ବଜେଟ୍ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମକୁ କହିଛନ୍ତି ଯେ ଆଲିଗଡ, ମୋରାଦାବାଦ, ମିରଟ ଭଳି ସହର ମଧ୍ୟ ଖୁବ ଶୀଘ୍ର ବିମାନ ସେବା ମାଧ୍ୟମରେ ସଂଯୁକ୍ତ ହେବ।
ସ୍ବତନ୍ତ୍ର କ୍ଷେତ୍ର କାର୍ଯ୍ୟକ୍ରମ ଅଧୀନରେ ପୂର୍ବାଞ୍ଚଳ ସ୍ୱତନ୍ତ୍ର ଯୋଜନା ପାଇଁ ୩୦୦ କୋଟି ଟଙ୍କାର ବଜେଟ୍ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳର ସ୍ୱତନ୍ତ୍ର ଯୋଜନା ପାଇଁ ୨୧୦ କୋଟି ଟଙ୍କା ବଜେଟ୍ ପ୍ରସ୍ତାବ ଦିଆଯାଇଛି।
Comments are closed.