Latest Odisha News

BREAKING NEWS

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାଁରେ ହେବ ଅଯୋଧ୍ୟା ଏୟାରପୋର୍ଟ

ଲକ୍ଷ୍ନୌ: ଅଯୋଧ୍ୟା ଏୟାରପୋର୍ଟର ନାଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ହେବ । ବିମାନବନ୍ଦରକୁ ଅନ୍ତର୍ଜାତୀୟସ୍ତରର କରାଯିବ । ଉତ୍ତରପ୍ରଦେଶରେ ଯୋଗୀ କ୍ୟାବିନେଟ୍ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏସମ୍ପର୍କିତ ପ୍ରସ୍ତାବ ଉପରେ ଆଜି ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ୨୦୧୮ ମସିହା ନଭେମ୍ବର ୬ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ବିମାନବନ୍ଦର ନିର୍ମାଣ ପାଇଁ ଘୋଷଣା କରିଥିଲେ । ଯାହାକୁ ଅନ୍ତର୍ଜାତୀୟ ସ୍ତରର କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଏ-୩୨୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ବି-୭୭୭ ଭଳି ବିମାନ ଉଡ଼ାଣ ପାଇଁ ରନଓ୍ୱେ ସମ୍ପ୍ରସାରଣ କରାଯିବ । ଏଥିପାଇଁ ୬ଶହ ଏକର ଜମିଅଧିଗ୍ରହଣ କରାଯାଇଛି । ୨୦୨୧ ସୁଦ୍ଧା ବିମାନବନ୍ଦର ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.