Latest Odisha News

BREAKING NEWS

ଅଲୌକିକ ନାଗାର୍ଜୁନ ବେଶ ପାଇଁ ଚୂଡ଼ାନ୍ତ ହେଲା ନୀତି ନିର୍ଘଣ୍ଟ : ଜାଣନ୍ତୁ

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ। ଚଳିତବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ ବିଧି ଅନୁସାରେ ମଳ ଦ୍ୱାଦଶୀରେ ମହାପ୍ରଭୁଙ୍କ ନାଗା ବେଶ ଲାଗି ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି।

ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଚୁଡାନ୍ତ କରାଇଛି । ନଭେମ୍ବର ୨୭ତାରିଖ (ଶୁକ୍ରବାର) ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ।

ପୂର୍ବ ରାତ୍ର ପହୁଡ – ୧୨:୦୦ ଘ, ଦ୍ବାରଫିଟା – ୨:୦୦ଘ, ଭିତରଶୋଧ – ୨:୨୦ଘ, ମଙ୍ଗଳଆଳତି – ୨:୩୦ଘ, ମଇଲମ – ୩:୦୦ଘ, ତଡପଲାଗି – ୩:୩୦ଘ, ଅବକାଶ – ୩:୫୦ଘ, ମଇଲମ-ନାଗାର୍ଜୁନ ବେଶ ଆରମ୍ଭ – ୪:୦୦ଘ ( ପ୍ରାୟ ୩ ଘଣ୍ଟା ) ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ନାଗାର୍ଜୁନ ବେଶ ଶେଷ, ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳ ଧୂପ ଉଠିବା, ଭୋଗମଣ୍ଡପ ଉଠିବା, ବାଳଧୂପ ଶେଷ, ଭୋଗମଣ୍ଡପ ଶେଷ, ନାଗାର୍ଜୁନ ବେଶ ମଇଲମ ବେଶ ଶେଷ, ମଧ୍ୟାହ୍ନ ଧୂପ, ୨ୟ ଭୋଗମଣ୍ଡପ, ଦକ୍ଷିଣିଘର ଭୋଗ, ମଇଲମ ବେଶ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ମଇଲମ, ଚନ୍ଦନଲାଗି, ବଡସିଂହାର ବେଶ, ବଡସିଂହାର ଭୋଗ, ରାତ୍ରପହୁଡ ଏଥର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ଛଅ ଦିନିଆ ପଞ୍ଚୁକ ବ୍ରତ ପଡୁଥିବାରୁ, ୨୭ ରେ ନାଗାର୍ଜୁନ ବେଶ କରାଯିବ l

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଜାରି ହୋଇଛି କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ । ଚଳିତ ବର୍ଷ ଛଅ ଦିନିଆ ପଞ୍ଚୁକ ବ୍ରତ ପାଳନ କରିବେ ଶ୍ରଦ୍ଧାଳୁ । ଅକ୍ଟୋବର ୨୭ରୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆରମ୍ଭ ହୋଇଛି । ନଭେମ୍ବର ୧୬ ଓ ୨୩ ତାରିଖ ସୋମବାର ଅବସରରେ ଅବକାଶ ପରେ ମହାପ୍ରଭୁଙ୍କ ହରିହର ବେଶ ସମାପନ ହେବ । ହେଲେ ଚଳିତ ବର୍ଷ କୋଭିଡ୍ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଭକ୍ତ ଦର୍ଶନ କରିପାରିବେ ନାହିଁ।

ସେହିଭଳି ନଭେମ୍ବର ୨୫ରେ ଠିଆକିଆ ବେଶ (ଲକ୍ଷ୍ମୀନାରାୟଣ ବେଶ) ଓ ହରି ଉତ୍ଥାପନ ନୀତି, ୨୬ ତାରିଖରେ ବାଙ୍କଚୂଡ ବେଶ (ବାମନ ବେଶ) ଓ ଗରୁଡ ଉଦଥାପନ ନୀତି, ନଭେମ୍ବର ୨୭ରେ ମହାପ୍ରଭୁଙ୍କ ବହୁଚର୍ଚ୍ଚିତ ଦୂର୍ଲଭ ନାଗାର୍ଜୁନ ବେଶ, ୨୮ରେ ତ୍ରିବିକ୍ରମ ବେଶ, ୨୯ରେ ଲକ୍ଷ୍ମୀ-ନୃସିଂହ ବେଶ, ନଭେମ୍ବର ୩୦ରେ ରାଜାଜାଧିରାଜ ବେଶ ନୀତି ଶ୍ରୀମନ୍ଦିର ସମାପନ ହେବ ।

ଚଳିତ ବର୍ଷ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ପ୍ରବେଶ ମନା ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିବା ଆଶା ନାହିଁ । ତେବେ ଆସନ୍ତାବର୍ଷ ବି ହୋଇ ପାରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ । ୨୦୨୧ରେ ବି ପଞ୍ଚୁକ ଛଅ ଦିନ ପଡ଼ୁଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ମିଳିବ।

Leave A Reply

Your email address will not be published.