Latest Odisha News

BREAKING NEWS

ଓଡ଼ିଶା ରଣଜୀ ଟ୍ରଫି ବିଜୟର ୨ କର୍ଣ୍ଣଧାର: ବ୍ୟାଟିଂରେ ଶୁଭ୍ରାଂଶୁ ଓ ବୋଲିଂରେ ବସନ୍ତ ମହାନ୍ତି ଶ୍ରେଷ୍ଠ

ଭୁବନେଶ୍ୱର: ଗୋଆ ବିପକ୍ଷରେ ବିଶାଳ ୨୭୬ ରନ ବ୍ୟବଧାନରେ ପରାସ୍ତ କରି ଓଡ଼ିଶା ଏହି ସିଜିନରେ ତା’ର ରଣଜୀ ଅଭିଯାନ ସମାପ୍ତ କରିଛି । ଓଡ଼ିଶାର ଚଳିତ ରଣଜୀ ଟ୍ରଫି ସିଜିନ ଶେଷ ହେବା ସହିତ ବ୍ୟାଟିଂରେ ଶୁଭ୍ରାଂଶୁ ସେନାପତି ତଥା ବୋଲିଂ ବିଭାଗରେ ବସନ୍ତ ମହାନ୍ତି ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି ।

ଇଲାଇଟ୍ ଗ୍ରୁପ୍ ସି ରେ ରହିଥିବା ଓଡ଼ିଶା ଦଳ ସର୍ବମୋଟ ୯ଟି ମ୍ୟାଚ୍ ଖେଳିଥିଲା । ଓଡ଼ିଶା ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତି ଚଳିତ ସିଜିନରେ ମୋଟ ୬୧୭ ରନ କରିପାରିଛନ୍ତି । ବ୍ୟାଟିଂ ହାରାହାରି ରନ ସ୍କୋରରେ ଅଭିଷେକ ରାଉତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।

ତେବେ ଓଡ଼ିଶାର ଅନ୍ୟ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଅନୁରାଗ ଷଡ଼ଙ୍ଗୀ, ବିପ୍ଳବ ସାମନ୍ତରାୟ, ଶାନ୍ତନୁ ମିଶ୍ର, ଦେବାଶିଷ ସାମନ୍ତରାୟ ନିଜର ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ।

ସେହିପରି ବୋଲିଂ ବିଭାଗରେ ଓଡ଼ିଶା ଦଳର ଅଭିଜ୍ଞ ବୋଲର୍ ବସନ୍ତ ମହାନ୍ତି ସମୁଦାୟ ୪୪ଟି ୱିକେଟ ହାସଲ କରିଥିବା ବେଳେ ତାଙ୍କର ହାରାହାରି ୧୧.୭୦ ବୋଲିଂ ଅନୁପାତ ରହିଛି ।

ଅନ୍ୟ ଓଡ଼ିଶା ବୋଲର୍ ରାଜେଶ ମହାନ୍ତି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ମଧ୍ୟ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରି ଦଳର ମ୍ୟାଚ୍ ବିଜୟରେ ଅନ୍ୟତମ କର୍ଣ୍ଣଧାର ସାଜିଛନ୍ତି ।

Leave A Reply

Your email address will not be published.