Latest Odisha News

BREAKING NEWS

ଅଯୋଧ୍ୟା ମାମଲା: ମଧ୍ୟସ୍ଥତା କମିଟି ଓହରିଲା, ଅଗଷ୍ଟ ୬କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ସମାଧାନ ଲାଗି ରହିଥିବା ମଧ୍ୟସ୍ଥତା କମିଟି ଏହି ମାମଲାରୁ ଓହରି ଯାଇଛନ୍ତି । ସୁପ୍ରିମକୋର୍ଟରେ ରାମଜନ୍ମଭୂମି-ବାବରୀ ମସଜିଦ ବିବାଦ ନେଇ ଯେଉଁ ମଧ୍ୟସ୍ଥତା କମିଟି ଗଠନ କରାଯାଇଥିଲା ତାହାଦ୍ୱାରା ଏହି ସମାଧାନ ଅସଫଳ ହୋଇଛି ବୋଲି ଅଦାଲତ କହିଛନ୍ତି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅଦାଲତ ଏହା ଘୋଷଣା କରିବା ସହିତ ଆଗାମୀ ଅଗଷ୍ଟ ୬ ତାରିଖକୁ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ।

ଏହି ବହୁଚର୍ଚ୍ଚିତ ରାମଜନ୍ମଭୂମି-ବାବରୀ ମସଜିଦ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଯେଉଁ ୫ଜଣିଆ ଖଣ୍ଡପୀଠ ଗଠନ ହୋଇଛି ସେଥିରେ ଅଧ୍ୟକ୍ଷତା କରୁଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ନ୍ୟାୟାଧୀଶ ରଞ୍ଜନ ଗୋଗୋଇ । ଏହି ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ତିନିଜଣିଆ ପ୍ୟାନେଲ୍ ଗଠନ କରାଯାଇଥିଲା । ଯେଉଁ ପ୍ୟାନେଲରେ ରହିଛନ୍ତି ଧାର୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର, ପୂର୍ବତନ ଆପେକ୍ସ କୋର୍ଟ ବିଚାରପତି ଖଲ୍ଲିଫୁଲ୍ଲା ଏବଂ ବରିଷ୍ଠ ଆଇନଜବୀବୀ ଶ୍ରୀରାମ ପଞ୍ଚୁ ।

ଏହି ତିନିଜଣିଆ ମଧ୍ୟସ୍ଥତା କମିଟି ପକ୍ଷରୁ ଅଗଷ୍ଟ ୧ ତାରିଖ ଦିନ ଅଦାଲତରେ ଏକ ସବିଶେଷ ରିପୋର୍ଟ ପ୍ରଦାନ କରିଥିଲେ । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ତିନିଜଣିଆ କମିଟି ଏହି ମାମଲାର ସମାଧାନ ଲାଗି ନିଜର ଅସାମର୍ଥ୍ୟ ପ୍ରକାଶ କରିଥିଲେ ।

Leave A Reply

Your email address will not be published.