Latest Odisha News

BREAKING NEWS

ଜାତୀୟ ପତାକା ଉତ୍ତୋଳନ ସହ ଆରମ୍ଭ ହେଲା ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ କାର୍ଯ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ମସ୍‌ଜିଦ୍‌ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ମସଜିଦ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହାସହ ବୃକ୍ଷରୋପଣ ମଧ୍ୟ କରାଯାଇଛି ।

‘ଇଣ୍ଡୋ-ଇସ୍‌ଲାମିକ୍‌ କଲ୍‌ଚରାଲ୍‌ ଫାଉଣ୍ଡେସନ୍‌’ (ଆଇଆଇସିଏଫ୍‌) ଟ୍ରଷ୍ଟ୍‍ର ସଦସ୍ୟମାନେ ଅଯୋଧ୍ୟାର ଧାନ୍ନିପୁର ଗାଁ ନିକଟରେ ମସଜିଦ୍ ନିର୍ମାଣ ଲାଗି ମିଳିଥିବା  ୫ ଏକର ବିଶିଷ୍ଟ ଜମିରେ ଏକାଠି ହୋଇଥିଲେ । ଏହି ଗାଁଟି ରାମ ଜନ୍ମଭୂମିଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ।

ଟ୍ରଷ୍ଟ୍‍ର ମୁଖ୍ୟ ଜଫର୍‌ ଅହମଦ୍‌ ଫାରୁକି ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ଟ୍ରଷ୍ଟ୍‍ର ୧୨ଜଣ ସଦସ୍ୟ ମସ୍‌ଜିଦ୍‌ ନିର୍ମାଣର ଔପଚାରିକ କାର୍ଯ୍ୟ ଆରମ୍ଭ କରିବାକୁ ଯାଇ ଗୋଟିଏ ଲେଖାଏଁ ଚାରାରୋପଣ କରିଥିଲେ ।

ନିର୍ମାଣସ୍ଥଳରେ ଆମେ ମାଟି ପରୀକ୍ଷା କାମ ଆରମ୍ଭ କରିଛୁ। ତେଣୁ, ମସ୍‌ଜିଦ୍‌ ନିର୍ମାଣର ବୈଷୟିକ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କୁହାଯାଇପାରେ ବୋଲି ଫାରୁକି କହିଛନ୍ତି । 

ମାଟି ପରୀକ୍ଷା ରିପୋର୍ଟ ଆସିଗଲେ ଓ ନକ୍ସା ଅନୁମୋଦନ ପାଇଲେ ଆମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବୁ । ମସ୍‌ଜିଦ୍‌ ନିମନ୍ତେ ଦାନ ଲାଗି ନିବେଦନ କରିଛୁ ଏବଂ ଲୋକେ ଦାନ କରିବା ଆରମ୍ଭ କଲେଣି ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.