Latest Odisha News

BREAKING NEWS

ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା: ଜଳିବ ୭ ଫୁଟ୍ ଉଚ୍ଚତା ସହ ୧୩ ଫୁଟ୍ ଚଉଡାର ବିରାଟ ଦୀପ

ଭଦ୍ରକ: ଆସନ୍ତା ୨୨ ତାରିଖରେ ଭାରତର ଇତିହାସରେ ଯୋଡା ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଏହି ଦିନ ଅଯୋଧ୍ୟାର ବହୁପ୍ରତୀକ୍ଷିତ ନବନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଯାହାକୁ ନେଇ ବର୍ତ୍ତମାନ ସାରା ଭାରତ ଏବଂ ବିଶ୍ବରେ ଥିବା ହିନ୍ଦୁ ସମାଜ ଉତ୍ସାହିତ ଅଛନ୍ତି । ବିଭିନ୍ନ ସଂଗଠନ ଓ ସଂସ୍ଥା ମଧ୍ୟ ନିଜ ନିଜର ନିଆରା ଢଙ୍ଗରେ ଉତ୍ସବ ମନାଇବାକୁ ପ୍ରସ୍ତୁତି ଚଳାଇଛନ୍ତି । ପୁରା ଦେଶ ଏବେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଏଥିରୁ ବାଦ୍ ପଡ଼ିନାହିଁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ।

ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସହରକୁ ବିଭିନ୍ନ ରଙ୍ଗବେରଙ୍ଗରେ ସଜା ସଜି ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ବ୍ଲକ୍ ରୋଡରେ ଏକ ବିରାଟ ଦୀପ ନିର୍ମାଣ କାର୍ଯ୍ୟ ଚାଲିଛି । ଯାହା ସାରା ଭାରତରେ ରେକର୍ଡ କରିବ ବୋଲି କର୍ମକର୍ତ୍ତା ମାନେ ଆଶା କରିଛନ୍ତି । ଏହି ଦୀପଟି ସମ୍ପୂର୍ଣ ମାଟିରେ ତିଆରି ହୋଇଥିବା ବେଳେ ଏଥିରେ ୧୨୦୦୦ ଲିଟର ତେଲ ଧରିବ ବୋଲି ସୂଚନା ମିଳିଛି । ଏହି ଦୀପଟିର ଉଚ୍ଚତା ୭ ଫୁଟ  ଥିବା ବେଳେ ଏହାର ଚଉଡା ୧୩ ଫୁଟ ରହିଛି । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଭଦ୍ରକ ସହରରେ ଏହି ବିରାଟ ଦୀପ ଜଳିବା ସହ ଭଜନ, କୀର୍ତ୍ତନ କରି ବହୁ ଆଡମ୍ବରରେ ଉତ୍ସବ ପାଳନ କରାଯିବ ବୋଲି ଜଣା ପଡିଛି।

Leave A Reply

Your email address will not be published.