Latest Odisha News

BREAKING NEWS

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ କଡା କଡି ହେଲା ସୁରକ୍ଷା ବ୍ୟବସ୍ଥା,୧୧ ଦିନ ଯାଏଁ ଏହି ସମୟରେ ଦିଲ୍ଲୀ ଆକାଶରେ ଉଡିବନି ବିମାନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସର ପ୍ରସ୍ତୁତି ଏବଂ ଉତ୍ସବକୁ ଦୃଷ୍ଟିରେ ରଖି ଆଜି ଠାରୁ ଆସନ୍ତା ୧୧ ଦିନ ଯାଏଁ ଜାତୀୟ ରାଜଧାନୀର ଆକାଶପଥରେ ପ୍ରତିବନ୍ଧକ ବଳବତ୍ତର ରହିବ । ଏନେଇ ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରତିବନ୍ଧକ ଜାନୁଆରୀ ୨୯ ପର୍ଯ୍ୟନ୍ତ ବଳବତ୍ତର ରହିବ କିନ୍ତୁ ଏହା ନିୟମିତ ବିମାନ ଉପରେ ପ୍ରଭାବ ପକାଇବ ନାହିଁ । ଜାନୁଆରୀ ୨୯ ତାରିଖ ସନ୍ଧ୍ୟାରେ ‘ବିଟିଙ୍ଗ ଦ ରିଟ୍ରେଟ୍’ କାର୍ଯ୍ୟକ୍ରମ ଆୟୋଜନତ ହୋଇଥାଏ ।

ସୂଚନା ମୁତାବକ, ଜାନୁଆରୀ ୧୯ ରୁ ୨୫ ମଧ୍ୟରେ ସକାଳ ୧୦ ଟା ରୁ ୧ ଟା ୧୫ ପର୍ଯ୍ୟନ୍ତ ବିମାନ ଉଡ଼ାଣ କିମ୍ବା ଅବତରଣ କରିବାକୁ ଦିଆଯିବ ନାହିଁ । ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ଦ୍ବାରା ଜାରି କରାଯାଇଥିବା ‘ନୋଟମ୍’ ଅନୁଯାୟୀ, ଏହି ପ୍ରତିବନ୍ଧକ ଜାନୁୟାରୀ ୨୬ ରୁ ୨୯ ମଧ୍ୟରେ ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ଲାଗୁ କରାଯିବ । ‘ନୋଟମ୍’ ହେଉଛି ନୋଟିସ୍ ଯାହାଦ୍ବାରା ବିମାନ ପରିଚାଳନା ସହିତ ଜଡିତ । କର୍ମଚାରୀମାନଙ୍କୁ ଆବଶ୍ୟକ ସୂଚନା ଦିଆଯାଏ ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ପ୍ରତିବନ୍ଧକ ବିମାନ ସେବାଗୁଡିକର ନିୟମିତ ବିମାନ ଉପରେ ପ୍ରଭାବ ପକାଇବ ନାହିଁ । ଏହା ବ୍ୟତୀତ ବାୟୁସେନା, ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଏବଂ ସେନାର ହେଲିକପ୍ଟର ଚଳାଚଳ ଉପରେ ‘ନୋଟମ’ ପ୍ରଭାବ ପକାଇବ ନାହିଁ । ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବିମାନ/ହେଲିକପ୍ଟର ମଧ୍ୟ ଏହି ପ୍ରତିବନ୍ଧକରୁ ଦୂରେଇ ରହିବ । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଦେଶର ସବୁଠାରୁ ବଡ ବିମାନବନ୍ଦର ଯେଉଁଠାରେ ଦୈନିକ ପ୍ରାୟ 1300 ବିମାନ ଚଳାଚଳ କରିଥାଏ ।

ଅନ୍ୟପକ୍ଷରେ ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାରେଡ ପାଇଁ ପ୍ରସ୍ତୁତି ଚାଲିଛି । ପ୍ୟାରେଡରେ ଅଂଶଗ୍ରହଣ କରୁଥିବା ଟିମ୍ କର୍ତ୍ତବ୍ୟ ପଥରେ ରିହର୍ସଲରେ ବ୍ୟସ୍ତ ଅଛନ୍ତି । ସେନା ର ଯବାନ, ଦିଲ୍ଲୀ ମହିଳା ପୋଲିସ ଏବଂ ନୌସେନା ମଧ୍ୟ ଗଣତନ୍ତ୍ର ଦିବସରେ ରିହର୍ସଲ କରୁଥିବା ଦେଖିବାକୁ ମିଳିଛି । ଏଥର ଭାରତ 75 ତମ ଗଣତନ୍ତ୍ର ଦିବସ ପାଳନ କରିବ । ଚଳିତ ଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଉଛନ୍ତି ।

Leave A Reply

Your email address will not be published.