Latest Odisha News

BREAKING NEWS

ଶଙ୍ଖ ମଲମଲ ପଥରରେ ତିଆରି ହେବ ରାମଲଲାଙ୍କ ସିଂହାସନ; ଲାଗିବ ସୁନାର ପ୍ଲେଟ

ଅଯୋଧ୍ୟା:ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କର ହେବ ପ୍ରାଣ ପ୍ରତିଷ୍ଠା । ମନ୍ଦିର ଗର୍ଭଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଯାଇଛି । ରାମଲଲା ଯେଉଁଠି ବିରାଜମାନ କରିବେ ତାହାର ନିର୍ମାଣ ଚାଲିଛି । ଏକ ସୁଦୃଶ୍ୟ ସିଂହାସନରେ ବିରାଜମାନ କରିବେ ପ୍ରଭୁ ରାମଲଲା ।

ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଜଣେ ସଦସ୍ୟଙ୍କ କହିବା ଅନୁଯାୟୀ, ଏହି ସିଂହାସନ ରାଜସ୍ଥାନର କାରିଗରଙ୍କ ଦ୍ୱାରା ନିର୍ମିତ କରାଯିବ । ସେମାନେ ଡିସେମ୍ବର ୧୫ ତାରିଖ ସୁଦ୍ଧା ଏଠାରେ ପହଞ୍ଚିବେ । ରାମଲଲାଙ୍କ ପାଇଁ ହେବ ଆଠ ଫୁଟ ଉଚ୍ଚା ଏବଂ ଚାରି ଫୁଟ ଚଉଡାର ସିଂହାସନ । ଶଙ୍ଖ ମଲମଲ  ପଥରରେ ନର୍ମିତ ହେବ ଏହି ସିଂହାସନ  । ଏଥିରେ ଲାଗିବ ସୁନାର ପ୍ଲେଟ ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରାଙ୍କ କହିବା ଅନୁଯାୟୀ, ମନ୍ଦିର ଗର୍ଭଗୃହର ନିର୍ମାଣ ସମ୍ପୂର୍ଣ୍ଣ ହୋଇ ଗଲାଣି । ରାମ ମନ୍ଦିର ଗ୍ରାଉଣ୍ଡ ଫ୍ଲୋର  ୧୫ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ । ଫାଷ୍ଟ ଫ୍ଲୋରର ୮୦ ପ୍ରତିଶତ କାମ ପୁରା ହୋଇଯାଇଛି ।

ଅନିଲ ମିଶ୍ର କହିଛନ୍ତି, ପ୍ରଥମ ମହଲାରେ  ୧୭ଟି ସ୍ତମ୍ଭ ଲାଗି ଯାଇଛି । ଆଉ ଦୁଇଟି ଲାଗିବାକୁ ବାକି ରହିଛି ।          ପ୍ରଥମ ମହଲାର ଛାତ ଡିସେମ୍ବର ୧୫ ତାରିଖ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି । ପରିକ୍ରମା ମାର୍ଗୀ ଚଟାଣ କାମ ସମ୍ପୂର୍ଣ୍ଣ ହୋଇସାରିଛି  । ଗୃହ ମଣ୍ଡପ ଚଟାଣରେ ଶଙ୍ଖ ମଲମଲ ପଥର ବିଛାଇବା କାମ ବାକି ରହିଛି ।

Leave A Reply

Your email address will not be published.