ପୁରୀ: ପୁଣି ଚର୍ଚ୍ଚାରେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର । ଶାରଦୀୟ ଦୁର୍ଗାପୂଜା ଅବସରରେ ମା ଦୁର୍ଗାଙ୍କର ୯ଟି ବେଶକୁ ଏକକ ଚିତ୍ରକଳା ମାଧ୍ୟମରେ ଓଲଟା ପରିବେଷଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଯୁବଶିଳ୍ପୀ ଆୟୁଷ ।
ପୂର୍ବରୁ ଆୟୁଷ ପର୍ବପର୍ବାଣି ସମୟରେ ବିଭିନ୍ନ ଦେବାଦେବୀଙ୍କର କାନଭାସରେ ଓଲଟା ଚିତ୍ରକରି ଦର୍ଶକଙ୍କ ମନ ଜିତିଥିବା ବେଳେ ଏବେ ନବରାତ୍ର ଅବସରରେ ନୂଆ ପ୍ରୟାସ କରିଛନ୍ତି । ଅକ୍ଟୋବର ୧୫ ତାରିଖରୁ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ୯ ଦିନରେ ପାଳନ କରାଯାଉଥିବା ଦେବୀ ଦୁର୍ଗାଙ୍କ ୯ଟି ବେଶର ଚିତ୍ରକୁ ଆୟୁଷ ଓଲଟା ଚିତ୍ର କରି ଦଶହରା ଅବସରରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଅକ୍ଟୋବର ୧୫ ତାରିଖରରେ ଆୟୁଷ ମା ଦୁର୍ଗାଙ୍କ ଶୈଳୀପୁତ୍ରୀ, ୧୬ରେ ବ୍ରହ୍ମଚାରୀଣୀ ବେଶ, ୧୭ରେ ଚନ୍ଦ୍ରଘଣ୍ଟା, ୧୮ରେ କୁଶ୍ମାଣ୍ଡା, ୧୯ରେ ସ୍କନ୍ଦମାତା, ୨୦ରେ କାତ୍ୟାୟିନୀ, ୨୧ରେ କାଳରାତ୍ରୀ, ୨୨ରେ ମହାଗୌରୀ ଓ ଅକ୍ଟୋବର ୨୩ରେ ସିଦ୍ଧୀଦାତ୍ରୀ ବେଶ ଆଙ୍କିଛନ୍ତି ।
ଆୟୁଷ ସାତୋଟି ରଙ୍ଗରେ ମା ଦୁର୍ଗାଙ୍କ ୯ଟି ବେଶର ଏକକ ଚିତ୍ର କରିଛନ୍ତି। ତେବେ ସମସ୍ତଙ୍କ ଭଲପାଇବା ରହିଲେ ଆୟୁଷ ଓଲଟା ଚିତ୍ର କରି ନିଜକୁ ବେଶ୍ ଆଗକୁ ନେବାକୁ ଲକ୍ଷ ରଖିଥିବା ବେଳେ ସମସ୍ତ ଯୁବପିଢ଼ିଙ୍କୁ କିଛି ନା କିଛି ନିଆରା କରିବାକୁ ଅନୁରୋଧ କରିଛନ୍ତି।
Comments are closed.