Latest Odisha News

BREAKING NEWS

କରୋନା: ଆୟୁଷ ମନ୍ତ୍ରାଳୟର ପରାମର୍ଶ; ଚ୍ୟବନପ୍ରାଶ ସମେତ ଖାଆନ୍ତୁ ଏସବୁ ଜିନିଷ

ନୂଆଦିଲ୍ଲୀ: କରୋନାଭାଇରସକୁ ନଜରରେ ରଖି ଆୟୁଷ ମନ୍ତ୍ରାଳୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ସୁସ୍ଥ ରହିବା ପାଇଁ କିଛି ଗାଇଡଲାଇନ ଜାରି କରିଛି । ଯେହେତୁ ଏପର୍ଯ୍ୟନ୍ତ କୌଣସି ଔଷଧ ଆସିନି, ସେଥିପାଇଁ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏମିତି କିଛି ପଦକ୍ଷେପ ନେବା ଉଚିତ୍ ବୋଲି ମନ୍ତ୍ରାଳୟ ପରାମର୍ଶ ଦେଇଛି । ଆୟୁଷ ମନ୍ତ୍ରାଳୟ କିଛି ସାଧାରଣ ଉପାୟର ସୂଚୀ ପ୍ରସ୍ତୁତ କରିଛି ।

  • ଦିନ ସାରା ଗରମ ପାଣି ପିଅନ୍ତୁ ।
  • ପ୍ରତିଦିନ ଅତିକମରେ ୩୦ ମିନିଟ ଯୋଗାଭ୍ୟାାସ କରନ୍ତୁ ।
  • ଖାଦ୍ୟ ପ୍ରସ୍ତୁତ କଲାବେଳେ ହଳଦୀ, ଜିରା ଓ ଧନିଆ ଭଳି ମସଲାର ବ୍ୟବହାର କରନ୍ତୁୁ ।
  • ସକାଳେ ୧୦ ଗ୍ରାମ ଅର୍ଥାତ୍ ୧ ଚାମଚ ଚ୍ୟବନପ୍ରାଶ ଖାଆନ୍ତୁ( ମଧୁମେହ ରୋଗୀ ବିନା ସୁଗରର ଖାଆନ୍ତୁ) ।
  • ଦିନକୁ ଥରେ କିମ୍ବା ୨ଥର ହର୍ବାଲ ଚା’ ପିଅନ୍ତୁ ।
  • ୧୫୦ ମିଲି ଗରମ କ୍ଷୀରରେ ଅଧା ଚାମଚ ହଳଦୀ ମିଶାଇ ପିଇବାକୁ ପରାମର୍ଶ ଦେଇଛନ୍ତି ।
Leave A Reply

Your email address will not be published.