Latest Odisha News

BREAKING NEWS

ତବଲିଗ୍ ଜମାତ ଭାରତ ସମେତ ଏସିଆରେ କାଳ ସାଜିଛି

ନୂଆଦିଲ୍ଲୀ: ତବଲିଗ୍ ଜମାତ ଯୋଗୁ ସମଗ୍ର ଏସିଆ ଉପରେ କରୋନାର ଆତଙ୍କ ଦେଖାଦେଇଛି। ଏହା ପୂର୍ବରୁ ଏହି ସମାବେଶ ଯେଉଁ ଯେଉଁ ସ୍ଥାନରେ ହୋଇଛି ତାହା ପରେ ପରେ ସେଠାରେ କିଲର କରୋନା ମାତିଛି । ୧୨ ମାର୍ଚ୍ଚରେ ପାକିସ୍ତାନର ଲାହାରରେ ତବଲିଗ୍ ଜମାତ ହୋଇଥିଲା। ଏଥିରେ ପୃଥିବୀର ୮୦ ଦେଶରୁ ଅଢ଼େଇ ଲକ୍ଷ ଲୋକ ଯୋଗଦେଇଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତବଲିଗ୍ ଜମାତ ନ କରିବାକୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ତେବେ ଏହାକୁ ଅଣ ଦେଖା କରାଯାଇଥିଲା।

ଫଳରେ ପରବର୍ତ୍ତୀ ସମୟରେ ଏଠାରେ ପାକିସ୍ତାନରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିଥିଲା। ସେହିପରି ମାଲେସିଆରେ ମଧ୍ୟ ଏଭଳି ଧର୍ମ ସମାବେଶ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ୬୨୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏବେ ଭାରତରେ ମଧ୍ୟ ତବଲିଗ୍ ଜମାତ ଯୋଗୁ ସଙ୍କଟ ଦେଖାଦେଇଛି। ଏଥିରେ ୨୦ରୁ ଅଧିକ ଦେଶରୁ ଧାର୍ମିକ ନେତା ଯୋଗଦେଇଥିଲେ। ସେହିପରି ଉତ୍ତରପ୍ରଦେଶର ୧୯ ଜିଲାରୁ ମଧ୍ୟ ବହୁ ଲୋକ ଏଥିରେ ଯୋଗଦେଇଥିଲେ। ଏବେ ଯୋଗଦେଇଥିବା ଲୋକଙ୍କ ଦ୍ୱାରା ଦେଶରେ କମ୍ୟୁନିଟି ସଂକ୍ରମଣର ଆଶଙ୍କା ଦେଖାଦେଇଛି।

Leave A Reply

Your email address will not be published.