Latest Odisha News

BREAKING NEWS

ଯୁବିଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ: ଗାଙ୍ଗୁଲିଙ୍କ ପରି ମୋତେ କେହି ସହଯୋଗ କରି ନାହାନ୍ତି

ନୂଆଦିଲ୍ଲୀ: ଭାରତକୁ ୨ଟି ବିଶ୍ୱକପ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କ୍ରିକେଟର ଯୁବରାଜ ସିଂ ବୁଧବାର ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଅଧିନାୟକ ଭାବେ ସୌରଭ ଗାଙ୍ଗୁଲିଙ୍କ ପରି ମୋତେ କେହି ସମର୍ଥନ କିମ୍ବା ସହଯୋଗ କରି ନାହାନ୍ତି । ଏପରିକି ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ମଧ୍ୟ ମୋତେ ଅଣଦେଖା କରିଛନ୍ତି । ଯୁବରାଜ ତାଙ୍କ ୧୭ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ଅଧିନାୟକଙ୍କ ଅଧିନରେ ଖେଳିଛନ୍ତି । ତେବେ ଗାଙ୍ଗୁଲିଙ୍କୁ ଏବେ ମଧ୍ୟ ସେ ସର୍ବଶ୍ରେଷ୍ଠ ଅଧିନାୟକ ଭାବେ ମାନନ୍ତି ।

ଯୁବରାଜ ୩୦୪ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳି ୮୭୦୧ ରନ ସଂଗ୍ରହ କରିଛନ୍ତି । ମୁଥୟା ମୁରଲୀଧରନଙ୍କୁ ମୁଁ ଠିକ୍ ଭାବେ ସାମ୍ନା କରିପାରୁ ନ ଥିଲି ମାତ୍ର ସଚିନ ତେନ୍ଦୁଲକରଙ୍କ ପରାମର୍ଶ କ୍ରମେ ସୁଇପ ଶଟ ଖେଳିଥିଲି ଓ ସଫଳ ହୋଇଥିଲି ବୋଲି ସେ ଏହି ଅବସରରେ କହିଛନ୍ତି ।

Leave A Reply

Your email address will not be published.