Latest Odisha News

ସେଞ୍ଚୁରୀ ମାରିଲା ଆୟୁଷ୍ମାନଙ୍କ ‘ଡ୍ରିମଗାର୍ଲ’!

ମୁମ୍ବାଇ: ଆଇଫା ଆୱାର୍ଡ଼ ପ୍ରାପ୍ତ ଟ୍ୟାଲେଣ୍ଟେଡ଼ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମଗାର୍ଲ’ର ଆୟ ୧୦୦ କୋଟିରେ ପହଞ୍ଚିଛି ।

ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମଟି ୧୦୧.୪୦ କୋଟି ଆୟ କରି ସାରିଲାଣି । ଫିଲ୍ମଟିକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି ।

ଏହି ଫିଲ୍ମରେ ଆୟୁଷ୍ମାନ ଏକ ଝିଅ ଭୂମିକାରେ ନଜର ଆସିଛନ୍ତି । ଏଭଳି ଏକ ନିଆରା ଚରିତ୍ରରେ ସେ ପ୍ରଥମ ଥର ନଜର ଆସିଥିବା ବେଳେ, ନିଜର ଅନୁଭୁତି ସେୟାର କରି ସେ କହିଛନ୍ତି ଯେ, ଝିଅ ବେଶରେ ପ୍ରସ୍ତୁତ ହେବା ପାଇଁ ତାଙ୍କୁ ପ୍ରାୟ ୨ରୁ ୩ ଘଣ୍ଟାର ସମୟ ଲାଗୁଥିଲା ଏହା ସହ ତାଙ୍କୁ ଦିନକୁ ଦୁଇଥର ସେଭିଙ୍ଗ ହେବାକୁ ପଡୁଥିବା ସେ କହିଛନ୍ତି ।

ଆୟୁଷ୍ମାନଙ୍କୁ ଏଭଳି ଏକ ନିଆରା ଚରିତ୍ରରେ ଦର୍ଶକେ ଖୁବ ପସନ୍ଦ କରୁଥିବା ବେଳେ, ଆଗକୁ ମଧ୍ୟ ଏହା ଆହୁରି ଅଧିକ ଆୟ କରିବା ନେଇ ସିନେ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ।

Comments are closed.