Latest Odisha News

BREAKING NEWS

ପାକିସ୍ତାନରେ ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର, ପଞ୍ଜାବ ଏବଂ ଖାଇବର ଫାଖତୁନଖ୍ୱା ପ୍ରୋଭିନ୍ସରେ ମଙ୍ଗଳବାର ଦିନ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢି ୩୦ ରେ ପହଞ୍ଚିଛି । ଏହି ଭୂକମ୍ପରେ ପ୍ରାୟ ୩୦୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ପାକିସ୍ତାନରେ ଭୟଙ୍କର ଭୂମିକମ୍ପର ପ୍ରଭାବ ଉତ୍ତର ଭାରତରେ ମଧ୍ୟ ଦେଖାଦେଇଥିଲା । ପାକିସ୍ତାନ ଅଧିକୃତ କାଶ୍ମୀରର ଜାଟଲାନରେ ଏହାର କେନ୍ଦ୍ରସ୍ଥଳ ରହିଥିଲା । ଯାହାକି ଶ୍ରୀନଗରଠାରୁ ୧୪୦ କିଲୋମିଟର ଦୂର । ପାକିସ୍ତାନର ସ୍ଥାନୀୟ ସମୟ ଅପରାହ୍ନ ୪ଟା ୩୨ରେ ମଙ୍ଗଳବାର ଦିନ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତ ୬.୩ ଥିଲା ବୋଲି ଆକଳନ କରାଯାଇଛି ।

ଗତକାଲି ଏହାର ପ୍ରଭାବ ଉତ୍ତର ଭାରତରେ ମଧ୍ୟ ଦେଖାଦେଇଥିଲା । ଭାରତରେ ଜାମ୍ମୁ ଓ କାଶ୍ମୀର ସହିତ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଓ ପଞ୍ଜାବରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବେ ଭୂମିକମ୍ପ ଯୋଗୁଁ କାଶ୍ମୀରରେ କୌଣସି କ୍ଷୟଯତି ହୋଇନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.