Latest Odisha News

BREAKING NEWS

ଆରପାରିରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବାପା

ମୁମ୍ବାଇ: ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବାପା ତଥା ଜ୍ୟୋତିଷାଚାର୍ଯ୍ୟ ପି ଖୁରାନାଙ୍କର ଶୁକ୍ରବାର ସକାଳେ ପଞ୍ଜାବର ମୋହାଲିରେ ପରଲୋକ ହୋଇଯାଇଛି । ଏହି ଖବରପାଇ ଅନେକ ଅଭିନେତା,ଅଭିନେତ୍ରୀ,ପ୍ରଯୋଜକ ଓ ସମ୍ପର୍କୀୟ ପହଞ୍ôଚ ପି. ଖୁରାନାଙ୍କ ଶେଷ ଦର୍ଶନ କରିଥିଲେ । ସନ୍ଧ୍ୟାରେ ଚଣ୍ଡିଗଡ଼ର ମଣିମାଜରା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି ।

ହୃଦ୍‌ରୋଗ ଯୋଗୁ ୨ଦିନ ହେଲା ପି ଖୁରାନା ପଞ୍ଜାବର ମୋହାଲିରେ ଥିବା ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତିି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି । ଆୟୁଷ୍ମାନଙ୍କ ଭାଇ ତଥା ବଲିଉଡ ଅଭିନେତା ଅପାରଶକ୍ତି ଖୁରାନାଙ୍କ ମୁଖପାତ୍ର ଏ ସମ୍ପର୍କରେ ଏକ ବିବୃତି ଜାରି କରିଛନ୍ତି । ବିବୃତିରେ କହିଛନ୍ତି ଯେ, ବାପା ପି. ଖୁରାନା ଦୀର୍ଘ ସମୟ ଧରି ଏକ ଗମ୍ଭୀର ରୋଗରେ ପୀଡିତ ଥିଲେ । ଏଭଳି ଦୁଃଖର ସମୟରେ ଆମେ ଆପଣଙ୍କର ପ୍ରାର୍ଥନା ଏବଂ ପରିବାରକୁ ଦେଇଥିବା ସମର୍ଥନ ପାଇଁ କୃତଜ୍ଞ ।

ଆୟୁଷ୍ମାନ ତାଙ୍କ ବାପାଙ୍କୁ ବହୁତ ଭଲ ପାଉଥିଲେ । ତାଙ୍କ ପିତା ପି ଖୁରାନା ହିଁ ଅଭିନେତାଙ୍କ ନାମର ବନାନ ପରିବର୍ତ୍ତନ କରି ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ କହିଥିଲେ । ବାପା ଜାଣିଥିଲେ ଯେ, ଏହାଦାରା ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ୱତନ୍ତ୍ର ଏବଂ ସଫଳ ହେବେ ।

Leave A Reply

Your email address will not be published.