Latest Odisha News

BREAKING NEWS

ବିଜେପିର ୨୦୨୪ କସରତ, କାଲି ବସିବ ରାଜ୍ୟ କାର୍ଯକାରିଣୀ ବୈଠକ

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିବାକୁ ଯାଉଛି । ଯାହାକୁ ନେଇ ଘରେ ଘରେ ପହଞ୍ଚିବାକୁ ଯୋଜନା କରିଛି ବିଜେପି । ଏହି ସମୟରେ ରାଜ୍ୟ ବିଜେପି ଶନିବାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଡାକିଛି । ଯେଉଁଥିରେ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହେବ ।

BjdElectrycity

ବିଜେପିର ଯୋଜନା ଅନୁସାରେ, ମେ ୩୦ ମାସେ ଯାଏ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ନିଆଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପ ଓ ଯୋଜନା ବିଷୟରେ ଦଳ ଲୋକଙ୍କୁ ଅବଗତ କରାଇବ ।

ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସେ ସବୁକୁ ଚୂଡ଼ାନ୍ତ ରୂପ ଦିଆଯିବ । ରାଜ୍ୟ ବିଜେପି ସଭାପତି ଭାବେ ମନମୋହନ ସାମଲ୍ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବସିବାକୁ ଯାଉଛି । ଏଥିରେ ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ଯୋଗେଦେବେ ବୋଲି ଦଳର ନେତା ଗୋଲକ ମହାପାତ୍ର କହିଛନ୍ତି ।

ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନସଭା ନିର୍ବାଚନକୁ ପାଖିପାଖି ୧୦ ମାସ ବାକିଥିବା ବେଳେ ଦଳର ସଂଗଠନ ପାଇଁ କାର୍ଯ୍ୟକାରିଣୀ ବୈଠକ ବେଶ୍ ମହତ୍ତ୍ୱ ରଖୁଛି । ଶାସକ ବିଜେଡିକୁ ଚେକ୍ ଦେବା ପାଇଁ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିପାରେ ।

ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳର ବିଧାୟକ ଓ ସାଂସଦଙ୍କ ସହ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ଡି. ପୁରନ୍ଦେଶ୍ୱରୀ, ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି ଏବଂ ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ସାମିଲ୍ ହେବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.