Latest Odisha News

BREAKING NEWS

ସାଙ୍ଗଙ୍କୁ ଡ଼ାକି ଭୋଜି ଦେଲେ: ଖାଇବା ପରେ ୨ ହଜାର ଟଙ୍କା ଲେଖାଏଁ ମାଗିଲେ

ବ୍ରିଟେନ: ବିବାହ ହେଉ ବା ଜନ୍ମ ଦିନ କି ବ୍ରତୋପନୟନ କିମ୍ବା କୌଣସି ଖୁସିରେ କେହି ଭୋଜି ଦେବାର ନାଁ ଶୁଣିଲେ ସମସ୍ତେ ଉତ୍ସାହିତ ହୁଅନ୍ତି । ଯେତେବେଳେ ଲୋକଙ୍କ ସହ ମିଶି ସୁସ୍ୱାଦୁ ଖାଦ୍ୟ ଖାଇବାର ସୁଯୋଗ ଆସେ, ସେତେବେଳେ ସମସ୍ତେ ଖୁସି ହୋଇଥାନ୍ତି । ଏପରି ଭୋଜିରେ ଖାଇବା ପରେ ଯଦି କେହି ଆପଣଙ୍କୁୁ ଟଙ୍କା ମାଗନ୍ତି, ତେବେ ଆପଣ କିପରି ଅନୁଭବ କରିବେ? ବ୍ରିଟେନର ଜଣେ ବ୍ୟକ୍ତି ତାଙ୍କ ସାଙ୍ଗମାନଙ୍କ ସହିତ ସମାନ କାର୍ଯ୍ୟ କରିଛନ୍ତି ।

ବ୍ରିଟେନ୍‌ରେ ରହୁଥିବା ଜଣେ ବ୍ୟକ୍ତି କୌଣସି କାରଣ ନ ଥାଇ ଦିନେ ତାଙ୍କର କିଛି ସାଙ୍ଗକୁ ରାତ୍ରିଭୋଜନ ପାଇଁ ଘରକୁ ଡ଼ାକିଲେ । ଭୋଜିର ନାଁ ଶୁଣି ତାଙ୍କ ସାଙ୍ଗମାନେ ତୁରନ୍ତ ସହମତ ହେଲେ । କାରଣ ସବୁ ସାଙ୍ଗମାନେ ପରସ୍ପରକୁ ଭେଟିବା ସହ କିଛି ସମୟ ମଜାମସ୍ତି କରିବାର ସୁଯୋଗ ପାଇବେ ବୋଲି ଭାବିଲେ । ନିର୍ଦ୍ଧାରିତ ଦିନ ଓ ସମୟରେ ସବୁ ସାଙ୍ଗ ଆସି ପହଞ୍ôଚଗଲେ । ଭୋଜି ଖାଇବା ସହ ନାଚଗୀତର ଆସର ଜମାଇଲେ । ସମସ୍ତେ ଖୁବ୍ ମଜାମସ୍ତି ବି କଲେ । ପରେ ସବୁ ସାଙ୍ଗମାନେ ବିଦାୟ ନେଇ ନିଜ ନିଜ ଘରକୁ ଚାଲିଗଲେ । ଘରେ ପହଞ୍ôଚବାର କିଛି ସମୟ ଭିତରେ ଉକ୍ତ ବ୍ୟକ୍ତିଙ୍କ ସମସ୍ତ ସାଙ୍ଗ ନିକଟକୁ ମେସେଜ୍ ଆସିଲା । ଆଉ ଏହି ମେସେଜ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ମେସେଜ୍‌ରେ ଲେଖିଥିଲେ ଯେ, ଯେଉଁମାନେ ଭୋଜିରେ ଆସି ଖାଇଛନ୍ତି ସମସ୍ତଙ୍କୁ ୨୦ ପାଉଣ୍ଡ ଅର୍ଥାତ୍ ୨୦୦୦ ଟଙ୍କା ଦେବାକୁ ପଡ଼ିବ । ସବୁ ସାଙ୍ଗ ମିଶି ତାଙ୍କୁ ଗାଳିଗୁଲଜ କରିବାକୁ ଲାଗିଲେ । ହେଲେ ତାଙ୍କର କିଛି ଫରକ୍ ପଡ଼ି ନ ଥିଲା । ବ୍ୟକ୍ତିଙ୍କ ଗୋଟେ କଥା ଥିଲା, ଆପଣ ମୋ ଭୋଜିରେ ଖାଇଛନ୍ତି ସେଥିଲାଗି ଟଙ୍କା ଦେବା ପାଇଁ ବାଧ୍ୟ । ତାଙ୍କର ଏପରି ବ୍ୟବହାରକୁ ସମସ୍ତେ ନାପସନ୍ଦ କରିଥିଲେ । ଏହାର ଏକ ଭିଡ଼ିଓ ଏବେ ଭାଇରାଲ ହେଉଛି । ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଲେଖିଛନ୍ତି, ସମସ୍ତେ ନିଜ ଖାଦ୍ୟ ପ୍ୟାକ୍ କରି ଘରୁ ଆଣିବାକୁ ପୂର୍ବରୁ କହିଲେ ନାହିଁ କାହିଁକି ।

Leave A Reply

Your email address will not be published.