Latest Odisha News

BREAKING NEWS

ଫିଲ୍ମ ‘ଥାମା’କୁ ନେଇ ଅପଡେଟ: ଆୟୁଷ୍ମାନଙ୍କ ସହ ନଜର ଆସିବେ ରଶ୍ମିକା, ପ୍ରଥମ ପର୍ଯ୍ୟାୟର ସୁଟିଂ ଆରମ୍ଭ

ମୁମ୍ବାଇ: ଏକାଠି ନଜର ଆସିବେ ସାଉଥ ଅଭିନେତ୍ରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଆୟୁଷ୍ମାନ ଖୁରାନା। ନିକଟରେ ଉଭୟ ନିଜର ଅପ୍‌କମିଂ ଫିଲ୍ମ ‘ଥାମା’ ସଂପର୍କରେ ଘୋଷଣା କରିଛନ୍ତି। ଏବେ ଏହି ଫିଲ୍ମ ସହ ଜଡ଼ିତ ଆଉ ଏକ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସେ ଅନୁସାରେ, ମୁମ୍ବାଇର ଚିତ୍ରା ଷ୍ଟୁଡିଓରେ ଫିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଂ ଆରମ୍ଭ ହୋଇଯାଇଛି।

ଡିସେମ୍ବର ୨୩ ଯାଏ ସେଠାରେ ସୁଟିଂ ଚାଲିବା ପରେ କଳାକାରମାନେ ନୂଆବର୍ଷ ଲାଗି ବ୍ରେକ୍‌ ନେବେ। ଜାନୁଆରୀରେ ଦିଲ୍ଲୀରେ ପୁଣି ସୁଟିଂ ଆରମ୍ଭ ହେବ। ଏହାପରେ ଫେବ୍ରୁଆରୀ ମାସରେ ଉଟ୍ଟିର ଜଙ୍ଗଲରେ ଫିଲ୍ମର ଅନେକ ଦୃଶ୍ୟର ସୁଟିଂ କରାଯିବାର ଯୋଜନା ରହିଛି। ଏଥିରେ ରଶ୍ମିକା-ଆୟୁଷ୍ମାନଙ୍କ ବ୍ୟତୀତ ନୱାଜୁଦ୍ଦିନ ସିଦ୍ଦିକି ଓ ପରେଶ ରାୱଲଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ନୱାଜୁଦ୍ଦିନ୍‌ ସିଦ୍ଦିକି ନେଗେଟିଭ୍‌ ରୋଲ୍‌ରେ ଅଛନ୍ତି। ‘ଥାମା’ ଏକ ହରର୍‌ କମେଡି ହୋଇଥିବାବେଳେ ଅକ୍ଟୋବରରେ ଫିଲ୍ମର ସୁଟିଂ ଆରମ୍ଭ ହେବାର ଥିଲା। କିନ୍ତୁ ତାହା ବିଭିନ୍ନ କାରଣରୁ ବିଳମ୍ବିତ ହୋଇଥିଲା। ଆସନ୍ତାବର୍ଷ ଦୀପାବଳିରେ ଫିଲ୍ମଟି ରିଲିଜ୍‌ ହେବାର ଅଛି। ଏଥିରେ ପ୍ରଥମ ଥର ଲାଗି ଆୟୁଷ୍ମାନ ଖୁରାନା ଓ ରଶ୍ମିକାଙ୍କ ଯୋଡି଼କୁ ଦେଖିବାକୁ ମିଳିବ। ‘ଥାମା’ ବ୍ୟତୀତ ରଶ୍ମିକା ‘ସିକନ୍ଦର’,‘ଛାୱା’ରେ ମଧ୍ୟ ନଜର ଆସିବେ।

Comments are closed.